କାହିଁକି ଏତେ ବଡ଼ ଘରକୁ ଦାନ କରିଦେଲେ ଏହି ଡାକ୍ତରାଣୀ

ଚର୍ଚ୍ଚାରେ ଏହି ଡାକ୍ତରାଣୀ। ଟିକିଏ ବି ଭାବିଲେଣି ହୃଦୟଖୋଲି ନିଜ ଘରକୁ ଦାନ କରି ଦେଲେ। ଏତେ ବଡ଼ ଘରକୁ ବିକି କଣ କରିବି ଭାବି ସବୁକିଛି ଦାନ କରି ଦେଲେ। ଏକ ସ୍କୁଲ୍ କରିବେ ଭାବିଥିଲେ ହେଲେ କିଛି କାରଣ ପାଇଁ ହୋଇ ପାରିଲା ନାହିଁ। ଆଉ ଏବେ ଏମିତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହଁ ଦର୍ଶକ ବନ୍ଧୁ ସମ୍ବଲପୁର ସହରର ଜଣାଶୁଣା ଡାକ୍ତରାଣୀ ତଥା ସମାଜସେବୀ ଭାବେ ପରିଚିତ ନାରାୟଣୀ ପଣ୍ଡା ଏବେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ନିଜ ପାଠ ପଢ଼ିଥିବା ଜି.ଏମ୍. ବିଶ୍ଵବିଦ୍ୟାଳୟ ସମେତ ବହୁ ଅନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ବହୁବାର ସେ ଦାନ କରି ସାରିଛନ୍ତି।

ଏବେ ସେ ରହୁଥିବା ବାସଗୃହକୁ ବି ସମ୍ବଲପୁର ସରକାରୀ ମହାବିଦ୍ୟାଳୟ ନାମରେ ଦାନ ସଦୃଶ ପ୍ରଦାନ କରିଛନ୍ତି। ଏହି ଦାନ କରିବା ପରେ ପୁଣିଥରେ ଜଣାଶୁଣା ଡାକ୍ତରାଣୀ ନାରାୟଣୀ ପଣ୍ଡା ସମାଜରେ ଅନନ୍ୟ ଆଦର୍ଶ ସୃଷ୍ଟି କରିଛନ୍ତି। ତେବେ ନାରାୟଣୀ ପଣ୍ଡାଙ୍କ ଘରର ଉପର ମହଲାକୁ ଛାତ୍ରୀ ନିବାସ ଭାବେ ବ୍ୟବହାର କରାଯିବ ଏବଂ ତାଙ୍କ ଅନ୍ତେ ସମଗ୍ର ଘରକୁ ଛାତ୍ରୀମାନେ ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଡାକ୍ତରାଣୀ ପଣ୍ଡା ସମ୍ମତି ଦେଇଛନ୍ତି।

ତେବେ ଆସନ୍ତୁ ଶୁଣି ନେବା ସେ ଏ ବିଷୟରେ କଣ କହୁଛନ୍ତି। ଘରଟା ଆଜ୍ଞା ଗଭର୍ଣ୍ଣମେଣ୍ଟ ଓମେନ୍ସ୍ କଲେଜ୍। ଝିଅ ମାନଙ୍କ ଲାଗି ହଷ୍ଟେଲ। ଇଚ୍ଛାଟା ଥିଲା କଣ ଆଗରୁ ଗୋଟେ ସ୍କୁଲ୍ କରିବି ବୋଲି ଭାବିଥିଲି। ସ୍କୁଲଟାର ସେମିତି ସୁବିଧା ହେଲାନି। ଏତେ ବଡ଼ ଘର ବିକି ମୁଁ କଣ କରିବି। ତେଣୁ କାହାର ଯଦି କାମରେ ଆସିବ। ପଚାରିଲି ହଷ୍ଟେଲ ଏବେ ବହୁତ୍ ଦରକାର ଅଛି। ବହୁତ୍ ପିଲା ବାହାରେ ରହିଛନ୍ତି। କିଛି ପିଲା ଭଡ଼ାରେ ରହୁଛନ୍ତି। କାହା ଘରେ ଦଶଟା, କାହା ଘରେ ଚାରିଟା, କାହା ଘରେ ପାଞ୍ଚଟା ଏମିତି ଭଡ଼ାରେ ରହୁଛନ୍ତି। ତେଣୁ ମୁଁ ମୋ ଘରଟିକୁ ଦାନ କରି ଦେଲି।

Leave a Reply

Your email address will not be published. Required fields are marked *