ଦ୍ରୁତ ଗତିରେ ତଳକୁ ଖସି ପଡ଼ିଲା ସେନା ବିମାନ…୬୫ ଜଣ ସୈନିକଙ୍କ ସହ ୭୪ ଜଣଙ୍କ ଗଲା ଜୀବନ।

ଦୁର୍ଘ-ଟଣାଗସ୍ତ ହେଲା ସେନା ବିମାନ। ୭୪ ଜଣଙ୍କର ଚାଲିଗଲା ଜୀବନ। ମୃତ-କଙ୍କ ମଧ୍ୟରେ ଅଛନ୍ତି ୬୫ ଜଣ ଯବାନ।ଆଜ୍ଞା ହଁ ବନ୍ଧୁଗଣ ସମସ୍ତଙ୍କୁ ଦହଲାଇ ଦେଇଛି ଏକ ଦୁଃ-ଖଦ ଖବର। ଦୁର୍ଘ-ଟଣାଗସ୍ତ ହୋଇଛି ଏକ ସେନା ବିମାନ। ଏହି ଦୁ-ର୍ଘଟ-ଣାରେ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି ତଳକୁ ଖସି ପଡିବା ପରେ ଭ-ୟଙ୍କର ବିସ୍ଫୋ-ରଣ ହୋଇଛି। ଫଳରେ ଏଥିରେ ଥିବା ସମସ୍ତଙ୍କର ଜୀବନ ଚାଲି ଯାଇଛି।ବିମାନଟି ଗ୍ରାସ ହେବା ପରେ ଏଥିରେ ୬୫ ଜଣ ସୈନିକଙ୍କ ସହ ଅନ୍ୟ ୩ ଜଣ ଏସକୋର୍ଟ ଏବଂ ବିମାନର ୬ ଜଣ କ୍ୟୁୟୁ ମେମ୍ବରକୁ ମିଶାଇ ମୋଟ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି।

ହଁ ଆଜ୍ଞା ଋଷର ଏକ ସେନା ବିମାନ ୟୁକ୍ରେନ୍ସ ସୀମା ନିକଟରେ କ୍ରାସ ହୋଇଛି। ଏହି ଦୁର୍ଘ-ଟଣାରେ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ଋଷ ପ୍ରତିର-କ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଋଷର ସେନା ପରିବହନ ବିମାନ IL76ୟୁକ୍ରେନ ସୀମା ନିକଟସ୍ଥ ପଶ୍ଚିମ ବେଲଗ୍ରଦ ଅଞ୍ଚଳରେ ଦୁର୍ଘ-ଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁ ମାନଙ୍କୁ ଯୁ-ଦ୍ଧବନ୍ଦୀ ରୂପେ ଅପ-ହରଣ କରାଯାଇଥିଲା। ଋଷର ଖବରସରବରାହ ସଂସ୍ଥା RIA ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି।

ଋଷ ୟୁକ୍ରେନ ଯୁ-ଦ୍ଧରେ ବନ୍ଦୀ ହୋଇଥିବା ୬୫ ଜଣ ୟୁକ୍ରେନ ସୈନିକ ୬ ଜଣ ପରିଚାଳନା ସଦସ୍ୟ ଏବଂ ୩ ଜଣ ଏସକୋର୍ଟକୁ ନେଇ ବିମାନଟି ଯାଉଥିଲା। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁ-ଦ୍ଧ ବନ୍ଦୀ ମାନଙ୍କୁ ଏକ୍ସଚେଞ୍ଜ ବା ଅଦଳ ବଦଳ ପାଇଁ ବିମାନ ଯୋଗେ ପଠା ଯାଉଥିଲା। ଯୁ-ଦ୍ଧର ସର୍ତ୍ତ ମୁତାବକ କ-ଏଦ ହୋଇଥିବା ସୈନିକ ମାନଙ୍କୁ ଅଦଳ ବଦଳ ପାଇଁ ନିଆଯାଉଥିବା ବେଳେ କରଚାଂଶୀ ଜିଲ୍ଲା ବେଲଗରଦ ସହର ନିକଟରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ଏବଂ ଏଥିରେ ଥିବା ସମସ୍ତଙ୍କର ମୃ-ତ୍ୟୁ ହୋଇଛି ବୋଲି ସ୍ଥାନୀୟ ଗର୍ଭନର ଭ୍ୟାଂଚେଲଲାସ ଗ୍ଲାଦକଭ ସୂଚନା ଦେଇଛନ୍ତି।

କ୍ରାସ ହୋଇଥିବା IL76 ହେଉଛି ଋଷର ଏକ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ। ଗ୍ଲାଦକଭଙ୍କ କହିବା ଅନୁସାରେ ସୈନ୍ୟ ମାନଙ୍କୁ ନେବା ଆଣିବା ସହ ସେନା ଉପକରଣ ଏବଂ ଅ-ସ୍ତ୍ରଶ-ସ୍ତ୍ର ପରିବହନ ପାଇଁ ଏହି ବିମାନକୁ ବ୍ୟବହାର କରାଯାଇଥାଏ। ଏଥିରେ ସାଧାରଣତଃ ୯୦ ଜଣ ଯାତ୍ରୀ ଏବଂ ୫ ଜଣ କ୍ୟୁୟୁ ମେମ୍ବର ଯିବା ପାଇଁ ସୁବିଧା ରହିଛି। ତେବେ ଏହି ବିମାନଟି କାହିଁକି କ୍ରାସ ହୋଇଗଲା ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନଥିବା ବେଳେ ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇବ ପରେ ଏହି ଦୁର୍ଘ-ଟଣା ଘଟିଥିବା ଅନୁମାନ କରାଯାଉଛି।

ଋଷ ସୁର-କ୍ଷା ସେବା ସହ ଜଡିତ ବାଜା ନାମକ ଏକ ଚ୍ୟାନେଲ ଦ୍ୱାରା ବିମାନ ଦୁର୍ଘ-ଟଣାର ଭିଡ଼ିଓକୁ ଟେଲିଗ୍ରାମ ଦ୍ୱାରା ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ବିମାନଟି ଦ୍ରୁତ ଗତିରେ ଆସି ତଳକୁ ଖସି ପଡୁଛି ଆଉ ହଠାତ ବିସ୍ଫୋ-ରଣ ହେଉଛି।

Leave a Reply

Your email address will not be published. Required fields are marked *