କାର ଭାଉଜଙ୍କ ସୋପର୍ଟରେ ଗର୍ଜିଲେ ଗଜପତି…
ଗୋଟେ କଥା ହେଉଛି ଯେ ଝିଅ ପିଲାଟି ଯେଉଁଠି ରହିଲା ଗୋଟେ ଆଟ୍ରାକ୍ଟ୍ ଆସିବ। କାହିକିଁ ନା ଭଗବାନ ବନେଇଥିବା ସଂସାର ଭିତରେ ଗୋଟେ ଝିଅ ପିଲାଟି ଅଲଗା ପ୍ରକାର ନିଆରା ଆସେ। କାରଣ ଭଗବାନ୍ ଯଦି ସମସ୍ତଙ୍କଠୁ ଅଧିକ ସୁନ୍ଦର ବନେଇଛି କେବଳ ଗୋଟିଏ ନାରୀକୁ ବନେଇଛି। ମୋ ମତରେ କହିବା କଥା ଓଡ଼ିଶାରେ ଯେତେ ସ୍ତ୍ରୀଲୋକ ଅଛନ୍ତି, ଯେତେ ଝିଅ ପିଲା ଅଛନ୍ତି ବାହା ସାହା ହେଇସାରିଲା ପରେ ସ୍ତ୍ରୀ ହେଇ ସାରିଛନ୍ତି,ସେମାନେ ସବୁବେଳେ ତାଙ୍କ ଫ୍ୟାମିଲି ଉପରେ ଅଧିକା ଗୁରୁତ୍ଵ ଦିଅନ୍ତି।
ସେମାନେ ତାଙ୍କ ଫ୍ୟାମିଲିକୁ ନେଇ ବହୁତ୍ ରେସ୍ପୋନ୍ସ୍ ଥାନ୍ତି। ମୁଁ ଚାହୁଁଛି ସେମାନେ ଯେଉଁ କାମ କରୁଛନ୍ତି ବହୁତ୍ ଭଲ କାମ କରୁଛନ୍ତି। ଯଦି ଗଲା ଦିନରେ ଯଦି କିଛି ଭିଡ଼ିଓ କରିଛନ୍ତି ମୁଁ କିଛି ସୋର୍ଟସ୍ ଦେଖିଛି ବହୁତ୍ ଗୁଡ଼ାଏ ନ୍ୟୁଜରେ ବି ଦେଖିଛି ଏମିତିକି ମୁଁ ମୋ ଚାନେଲରେ ବି ପକେଇଛି ଆପଣମାନେ ଦେଖି ପାରୁଥିବେ ସେଗୁଡ଼ାକ ହେଉଛି ବିତି ଯାଇଥିବା ଦିନର କଥା। ଆଜି ସେମାନେ କେଉଁ ଲେଭଲରେ ଅଛନ୍ତି, କଉଁ ଜାଗାରେ ଅଛନ୍ତି ତାକୁ ସେମାନେ ଆସି ଭୁଲ୍ ବି ମାଗିଛନ୍ତି । ଯେ ଭାଈ ଆମେ ଆଗରୁ କରିଥିଲୁ କିନ୍ତୁ ଏବେ ସେସବୁ ନକରି ପଚାଶ ଟଙ୍କାରେ ଗରିବ ଲୋକଙ୍କର କିମ୍ବା ସାଧାରଣ ଲୋକଙ୍କର ପେଟ ପୋଷି ପାରୁଛୁ।
ସେ ଯେଉଁ ଜାଗାରେ ହୋଟେଲ୍ କରିଛନ୍ତି ଆଜ୍ଞା ସେ ଜାଗାରେ ପଚାଶ ଟଙ୍କାରେ କେହି ଖାଇବାକୁ ଦେବେନି। କିନ୍ତୁ ଇଏ ଯେଉଁ ଭାଉଜମାନେ ଯେଉଁ ପ୍ରୟାସଟା କରିଛନ୍ତି ବହୁତ୍ ବଢ଼ିଆ ପ୍ରୟାସ କରିଛନ୍ତି। ଆଉ ଏଭଳିଆ ମୁଁ ଚାହୁଁଛି ଓଡ଼ିଶାର ଯେତିକି ସ୍ତ୍ରୀଲୋକ ଅଛନ୍ତି ଯେଉଁମାନେ ସବୁ କର୍ମଜୀବି ମହିଳା ୟାଙ୍କଠୁ କିଛି ଶିଖନ୍ତୁ। ଆଗକୁ ବଢନ୍ତୁ। ବାକି ରହିଲା ଭଲ, ମନ୍ଦ, ଖରାପ ସେସବୁ ଅଲଗା କଥା ଅଛି ଆଜ୍ଞା। ଆପଣ ଯଦି ଆଗକୁ ବଢୁଛନ୍ତି କିଛି ଲୋକ ଅଛନ୍ତି ତଳକୁ ଟାଣିବା ପାଇଁ। କିନ୍ତୁ ଏ ଭାଉଜ ଯେଉଁ କଥା କହୁଛନ୍ତି ଗୋଟେ ସ୍ତ୍ରୀ ଲୋକ ହିସାବରେ ନିଜେ ନିଜେ ସ୍ବାବଲମ୍ବୀ ହେବା ସହିତ ଦଶଟା ସ୍ତ୍ରୀଲୋକଙ୍କୁ ଆହ୍ବାନ ଦେଉଛନ୍ତି ଯେ ଆପଣମାନେ ଆସନ୍ତୁ ମୋ ପାଖରେ କର୍ମ କରନ୍ତୁ ମୁଁ ଆପଣଙ୍କୁ ଦି’ ପଇସା ରୋଜଗାର ଦେବି। ଭାଈ ବିଶ୍ୱାସ କରନ୍ତୁ ୟାଠୁ ଆହୁରି ବଡ଼ କଥା କିଛି ନାହିଁ। ବର୍ତ୍ତମାନ ଆମ ଓଡ଼ିଶା ତରକି କରୁଛି ଆଗକୁ ବଢ଼ୁଛି।
ଏଇ ଯେଉଁ ବାମ୍ଫ ନ୍ୟୁଜ୍ ଚାନେଲ୍ ଅଛି ସେ ଭାଉଜଙ୍କ ବିଷୟରେ ଭଲମନ୍ଦ କହିଲା । ମୋ କହିବା କଥା ନ୍ୟୁଜ୍ ଖରାପ୍ ନୁହଁ। ଆଜି ଭଲ ଖବର ଦେଖିଇଛି କାଲି ଖରାପ ଖବର ଦେଖେଇବ। ସେଠି କିଛି ନାହିଁ। ଏଠି ନ୍ୟୁଜ୍ ଚାନେଲର କିଛି ଭୁଲ ନାହିଁ। କିନ୍ତୁ ଏଠି ଯେଉଁ ପ୍ରକାରରେ କହିଲେ ଏଠି ସେ କେଉଁଠି ନା କେଉଁଠି ତାଙ୍କ ଚରିତ୍ରଟାକୁ ସଂହାର କରିଦେଲେ। ତେଣୁ କରି ଏଇ ଜିନିଷଟା ଭାରି ଭୁଲ୍ ହେଲା। ଏଇଟା ଆମ ଜଗନ୍ନାଥ ସଂସ୍କୃତି ଦେଶ ତ ନାରୀଙ୍କ ପ୍ରତି ଟିକେ ଉଦାର ମନୋଭାବ ରହେ। ତେଣୁ ମୁଁ ଚାହୁଁଛି ଏଇ ଭଳିଆ ନାରୀ ନିଜେ ସ୍ବାବଲମ୍ବୀ ହେବା ସହିତ ପାଞ୍ଚଟା ନାରୀକୁ ସ୍ବାବଲମ୍ବୀ ବନାଉଛନ୍ତି ଏଇଟା ବହୁତ୍ ବଢ଼ିଆ କଥା। ଆମ ଓଡ଼ିଶାର ଲୋକ ସମସ୍ତେ ଏତେ ଦରିଦ୍ର ଆଉ ଗରିବ ନୁହଁନ୍ତି।