ମୁଁ ଭଜନ ସମ୍ରାଟ ଭିକାରୀ ବଳଙ୍କ ନାତୁଣୀ,୪ ବର୍ଷରେ ଷ୍ଟେଜ ଚଢ଼ିଛି
ପ୍ରତିଦିନ ଆମେ ଅଭିନେତା, ଅଭିନେତ୍ରୀ ମାନଙ୍କ କଥା ଆମେ ଦେଖାଉ। କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ଵଙ୍କ ପାଖରେ ଅଛୁ ଯିଏ କି ଅଭିନୟ ତ କରନ୍ତିନି କିନ୍ତୁ ତାଙ୍କ କଣ୍ଠ ଅଭିନୟ କରେ। ଦର୍ଶକମାନେ ତାଙ୍କ ଚେହେରା କେବେ ଦେଖି ନାହାଁନ୍ତି। କିନ୍ତୁ ତାଙ୍କ କଣ୍ଠକୁ ବହୁତ୍ ଭଲ ପାଇବା ଦେଇଛନ୍ତି। ସବୁଦିନ ଆପଣ ଫୋନରେ ତାଙ୍କ ଭଏସ୍ ଶୁଣନ୍ତି। ଏଇଟା ତ ଦୂରର କଥା। ଆର୍ଯ୍ୟେ ଭାବରେ ସେ ବହୁତ୍ ନାଁ କମେଇଛନ୍ତି।
ଏ ସବୁ ଛାଡ଼ି ଆଉ ଗୋଟେ କଥା କହିବି ଭଗବାନ୍ ତାଙ୍କୁ ଜନ୍ମରୁ ଗୋଟେ ପଦବୀ ଦେଇ ଦେଇଛନ୍ତି। ସେ ହେଉଛନ୍ତି ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ନାତୁଣୀ। ସେ ଭିକାରୀ ସାରଙ୍କ ନାତୁଣୀ କମ୍ ତାଙ୍କ ନିଜ ପରିଚୟ ସେ ଏକା ସୃଷ୍ଟି କରିଛନ୍ତି। କଣ ଥିଲା ଭଗବାନ୍ ସରସ୍ଵତୀ ତାଙ୍କ କଣ୍ଠରେ ସତରେ ବିରାଜମାନ କରିଛନ୍ତି କି ସେ ନିଜେ ହିଁ ନିଜ କଷ୍ଟ ବଳରେ ଆଜି ସେ ସବୁକୁ କଷ୍ଟସାଧ୍ୟ କରି ପାରିଛନ୍ତି। ଏବଂ ସବୁ ଫଳ ପାଇ ପାରିଛନ୍ତି।
ଆଜି ଆମେ ତାଙ୍କ ସହିତ କଥା ହେବା । ଆଉ କଥା ହେବା ଯେ ଜିଓରେ ଯେଉଁ ଭଏସ୍ ଶୁଣୁଛନ୍ତି ସେଇଟା ସତରେ ତାଙ୍କର କି ଆଉ କାହାର।ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ପରିବାରରେ ଜନ୍ମ ହେବା ହିଁ ଭାଗ୍ୟର କଥା। ନିଶ୍ଚିତ ଭାବରେ କଉଁ ପୁଣ୍ୟଫଳ ମୁଁ ଏ ଜନ୍ମରେ ପାଉଛି ଏବଂ ତାଙ୍କର ନିଜ ଝିଅଙ୍କ ଝିଅ ନାତୁଣୀ ହିସାବରେ ଏ ଜନ୍ମ ପାଇଛି। ତେଣୁ ତାଙ୍କ ସହିତ ଯେଉଁ ସଂସ୍ପର୍ଶ ଅଜା-ନାତୁଣୀର ସଂପର୍କ ସବୁବେଳେ ସେମିତି ତାଙ୍କୁ ଛୋଟ ବେଳୁ ମୁଁ ଭଲ ପାଇଛି। ଏବଂ ତାଙ୍କ ଆଶୀର୍ବାଦ ପାଇଛି ବୋଲି କହିଲେ ଭୁଲ୍ ହେବନି।
ନିଶ୍ଚିତ ଭାବରେ ତାଙ୍କରି ପରିଚୟରେ ମୁଁ ବେଶୀ ପରିଚିତି ପାଇବା ପାଇଁ ଚାହେଁ। କିନ୍ତୁ ତାଛଡ଼ା ତାଙ୍କର ଯେଉଁ ଆଶୀର୍ବାଦ ପାଇଛି ‘ସମୁଦ୍ରରୁ ଶଙ୍ଖେ’ କହିଲେ ଭୁଲ୍ ହେବନି। ସେଇ ତାଙ୍କର ଛୋଟ ଆଶୀର୍ବାଦଟେ ମୋତେ ବି ଗୋଟେ ପରିଚୟ ଦେଇ ପାରିଛି ଓଡ଼ିଶାବାସୀଙ୍କ ପାଖରେ ସେଥିପାଇଁ ବି ମୁଁ ଭଗବାନଙ୍କୁ ଧନ୍ୟବାଦ୍ ଦେଉଛି। ମୋ ଅଜା, ଆଈ, ମାମୁଁ, ମାଇଁ, ବାପା, ବୋଉ ସମସ୍ତଙ୍କ ଆଶୀର୍ବାଦ ସଦୃଶ୍ୟ ମୁଁ କର୍ତ୍ତବ୍ୟପଥରେ ଆଗେଇ ଚାଲିଛି। ମୁଁ ଛୋଟ ବେଳୁ ଅଜାଙ୍କୁ ମୁଁ ବହୁତ୍ ଭଲ ପାଏ।ସେତେବେଳେ ମୁଁ ଗୋଟେ ନାତୁଣୀ ଥିଲି। ତାପରେ ମୋର ତଳକୁ ଦୁଇ ଭାଈ ହେଇଛନ୍ତି। ମୁଁ ଛୋଟ ବେଳୁ ତାଙ୍କ ସହିତ ଗୀତ ଗାଇ ଆସିଛି।
ଚାରି ପାଞ୍ଚ ବର୍ଷ ବୟସରୁ ମୁଁ ପ୍ରଥମ ଷ୍ଟେଜ୍ ଚଢ଼ିଛି ଅଜାଙ୍କ ସହିତ। ଏବଂ ତାଙ୍କର ସେତେବେଳେ ଯେଉଁ ପରିଚିତି ଥିଲା ଭଜନ ସମ୍ରାଟ୍ ଭିକାରୀ ବଳ ଆସୁଛନ୍ତି , ଯେଉଁ ଲୋକଙ୍କର ଭଲ ପାଇବା ତାଙ୍କ ପାଦ ତଳେ ପଡ଼ିଯିବା ସେସବୁ ମୁଁ ଦେଖିଛି। କିନ୍ତୁ ମୁଁ ତାଙ୍କୁ ଅଜା ହିସାବରେ ଜାଣିଛି ସେ ତ ଅଲଗା କଥା। ତାପରେ ଧୀରେ ଧୀରେ ବଡ଼ ହେଲି ଯେତେବେଳେ ମୋର ବୋଧଶକ୍ତି ହେଲା ସ୍କୁଲ, କଲେଜରେ ପଢ଼ିଲି ସେତେବେଳେ ଜାଣିଲି କି ମୁଁ ଗୋଟେ ଏତେ ବଡ଼ ମହାପୁରୁଷ ଭଳି ଲୋକଙ୍କ ତାଙ୍କର ରକ୍ତ ସମ୍ପର୍କୀୟ ଭାବେ ନିଜେ ପାଇ ପାରିଛି । ତେଣୁ ସେଇଟା ଗୋଟେ ଭାବିଥିଲି କି ପ୍ରଭୁ ସତରେ ମହାନ୍। ଏବଂ ସେଇଟା ଗୋଟେ ତାଙ୍କର ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ସେତେବେଳେ ତାଙ୍କର ଦେହାବସାନ ହୋଇଥିଲା।
ସିଏ ବି ଗୋଟେ ପୁରୀ ସ୍ବର୍ଗଦ୍ବାରରେ ଯେମିତି ଦ୍ଵିତୀୟ ରଥଯାତ୍ରା ହୁଏ ସେଇଭଳି ତାଙ୍କ ସମାଧାରରେ ଯାଇଥିଲା। ଏବଂ ଗୋଟେ ଯେମିତି ଜଗନ୍ନାଥଙ୍କର ପରମ ଭକ୍ତ ବିଦାୟ ନିଏ ସେମିତି ହିଁ ତାଙ୍କୁ ବିଦାୟ ଦିଆ ଯାଇଥିଲା। ତାଙ୍କର ଅବଶ୍ୟ ଦେହ ନାହିଁ କିନ୍ତୁ ତାଙ୍କର ଯେଉଁ ସଂସ୍ପର୍ଶ ବା ଯେଉଁ ସାନିଧ୍ୟ ଆମେ ଲାଭ କରିଛୁ ସେଇଟା ଯୁଗ ଯୁଗ ପାଇଁ ସ୍ମୃତି ହେଇ ରହିବ।ସବୁବେଳେ ସେ ଭଲ ପାଆନ୍ତି ଜଗନ୍ନାଥଙ୍କୁ। ଏବଂ ଆପଣ ଆଶ୍ଚର୍ଯ୍ୟ ହେବେ ଅନେକ କଣ୍ଠଶିଳ୍ପୀ, ଅନେକ ଭଜନପ୍ରେମୀ ସବୁ ଠାକୁରଙ୍କର ଗୀତ ଗାଆନ୍ତି।
ଶିବଙ୍କ ଗୀତ ଗାଆନ୍ତି,ତାରିଣୀଙ୍କ ଗୀତ ଗାଆନ୍ତି, ମା’ ମଙ୍ଗଳାଙ୍କ ଗୀତ ଗାଆନ୍ତି ସବୁ ପ୍ରକାର ଭଗବାନଙ୍କ। ସିଏ କିନ୍ତୁ ଏମିତି ଜଣେ ଜଗନ୍ନାଥ ପ୍ରେମୀ ଥିଲେ, କେବଳ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି। ସେଇ ଯେଉଁ ସଂସ୍ପର୍ଶ ମୁଁ ଦେଖିଛି ବା ଯେଉଁ ତୁଳନା ମୁଁ ଦେଖୁଛି ତାଙ୍କ ସଙ୍ଗୀତ ପାଇଁ ଯେଉଁ ଭଲ ପାଇବା ଥିଲା ଏବଂ ଜଗନ୍ନାଥଙ୍କ ପାଇଁ ସେଇଟା ତାଙ୍କର ଗୋଟେ ଅତି ଅଦ୍ଭୁତ ଭଲ ପାଇବା ଥିଲା ଜଗନ୍ନାଥଙ୍କ ପାଇଁ।