ଏମିତି ଗୁଣ ପାଇଁ ଆମେ ୧୭ବର୍ଷ ହେବ ଘରୁ ଛାଡ଼ି ବାହାରେ ଘର ଭଡ଼ା ନେଇ ରହିଛୁ I

ପୁଣି ଥାନାରେ ପହଞ୍ଚିଲା ଓଲିଉଡ୍ ପାରିବାରିକ କଳି । ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି ଏବେ ଥାନାରେ । ବିଭୁ କିଶୋରଙ୍କ ବଡ ଭାଇ ପୀୟୁଷ ଦାସଙ୍କ ବିରୋଧରେ ଖାରବେଳ ନଗର ଥାନାର ଦ୍ୱାରସ୍ତ ହେଲେ ସ୍ତ୍ରୀ ରାକ୍ଷୀ ଦାସ୍ ବିଭୁକିଶୋରଙ୍କ ମାଆ ଓ ତାଙ୍କ ଘରେ ଭଡାରେ ରହୁଥିବା ଜଣାଶୁଣା କଣ୍ଠଶିଳ୍ପୀ ପମି । ବିଭୁକିଶୋରଙ୍କ ବଡ଼ ଭାଇ ପୀୟୁଷ ଦାସ ବିଭିନ୍ନ ସମୟରେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସଙ୍କୁ ଆକ୍ରମଣ ସହ ଅନେକ ସମୟରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ, ଅସଦାଚାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି ରାକ୍ଷୀ । ଏହା ସହିତ ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୀୟୁଷ । ଏହାକୁ ନେଇ ସୋମବାର ଉଭୟ ରାକ୍ଷୀ ଦାସ ଓ ପମି ମିଶ୍ରଙ୍କ ସମେତ ବିଭୁକିଶୋରଙ୍କ ମାଆ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ପମି ମିଶ୍ରଙ୍କ କହିବା ମୁତବକ, ଗତକାଲି ସେ ସିସିଟିଭି ଲଗାଉଥିବା ସମୟରେ ପୀୟୁଷ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ ।

ଜମି ଓ ଘର ବିବାଦକୁ ନେଇ ପୀୟୁଷ ବାରମ୍ବାର ଏଭଳି କରୁଥିବା କହିଛନ୍ତି ବିଭୁକିଶୋରଙ୍କ ପତ୍ନୀ ଅଭିନେତ୍ରୀ ରାକ୍ଷୀ ଦାସ । ମିଡ଼ିଆ ସାମ୍ନାରେ ରାକ୍ଷୀ ଆହୁରି ମଧ୍ୟ ଖୁଲାସା କରି କହିଛନ୍ତି ଯେ ତାଙ୍କ ଦେଢ଼ଶୁର ଦୀର୍ଘ ୧୭ ବର୍ଷ ହେଲା ଏଇଭଳି ହଇରାଣ ତାଙ୍କୁ କରି ଆସୁଛନ୍ତି । ଜମି ସମ୍ପତିକୁ ନେଇ ବଡାନ୍ତି ମଧ୍ୟ, ଭାଷା ଅଭାଷା କହି ଶୋଧନ୍ତି ଏବଂ ବହୁତ୍ କିଛି କରନ୍ତି । ସେଥିପାଇଁ ସେମାନେ ଘର ଛାଡ଼ି ଚାଲିଯାଇ ଘରଭଡ଼ା ନେଇ ବାହାରେ ରହୁଛନ୍ତି ।

ଏପରିକି ରାକ୍ଷୀଙ୍କ ଶାଶୂ ଅର୍ଥାତ୍ ବିଭୁକିଶୋରଙ୍କ ମାଙ୍କୁ ମଧ୍ୟ ମାଡ଼ଧର କରି ଘରୁ ବାହାର କରି ଦେଇଛନ୍ତି । ଆଉ ସେହି ଘରେ ଭଡା ନେଇ ରହୁଛନ୍ତି ପମି । ସେଥିରେ ମଧ୍ୟ ରାକ୍ଷୀଙ୍କ ଦେଢ଼ଶୁର ନଙ୍ଗଳା ହୋଇ ପମିଙ୍କ ଘର ସାମ୍ନାରେ ଠିଆ ହେବ, ତାଙ୍କୁ ଖରାପ୍ ଭାଷାରେ ଗାଳି ଗୁଲଜ କରିବ । କେବଳ ଏତିକି ନୁହେଁ ମୁତିକି ମଗରେ ରଖିକି ତାକୁ ପମିଙ୍କ ଘରକୁ ମଧ୍ୟ ଫୋପାଡନ୍ତି ରାକ୍ଷୀଙ୍କ ଦେଢ଼ଶୁର । ଆଉ ଆଜି ପମି ନିଜ ସେଫ୍ଟି ପାଇଁ ଘରେ କ୍ୟାମେରା ଲଗାଇବାରୁ ରାକ୍ଷୀଙ୍କ ଦେଢ଼ଶୁର ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ । ତେଣୁ ପୋଲିସ୍ କିଛି ଆକ୍ସନ ନେଉନଥିବାରୁ ମିଡ଼ିଆଙ୍କ ସହାୟତା ଲୋଡ଼ିଥିବା କହିଛନ୍ତି ବିଭୁକିଶୋରଙ୍କ ପତ୍ନୀ ରାକ୍ଷୀ ।

Leave a Reply

Your email address will not be published. Required fields are marked *