ଜାଣନ୍ତୁ କଣପାଇଁ ଏ ବଲିଉଡ ଷ୍ଟାର ମାନଙ୍କ ପାଖକୁ ପଠା ଯାଇନଥିଲା ରାମମନ୍ଦିରର ନିମନ୍ତ୍ରଣ ପତ୍ର ।
କିଙ୍ଗ ଖାନ୍ ନିକଟକୁ ନିମନ୍ତ୍ରଣ ପଠାଯାଇ ନାହିଁ । ଭାଇଜାନ ସଲମାନ୍ ଖାନ୍ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ଆମିର୍ ଖାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ଦୀପିକା ପାଦୁକୋନ ଏବଂ ତାଙ୍କ ସ୍ଵାମୀ ରଣବୀର ସିଂଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ଏପରି ଅନେକ ସେଲିବ୍ରିଟି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାର ସାକ୍ଷୀ ହେବାକୁ ସେଠାରେ ଉପସ୍ଥିତ ଥିଲେ ।
କିନ୍ତୁ ସେଠାରେ କିଛି ବଲିଉଡ ସେଲିବ୍ରିଟ ଅଛନ୍ତି, ଯେଉଁମାନେ ରାମ ମନ୍ଦିର ପ୍ରତିଷ୍ଠା ଅଂଶ ହେବାକୁ ଆମନ୍ତ୍ରିତ ହୋଇନାହାଁନ୍ତି । ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ସମାରୋହର ବିଶେଷ କାର୍ଯ୍ୟ ପାଇଁ ୧୧୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସିନେମା ଜଗତର ଅନେକ ସେଲିବ୍ରିଟି ଏଠାରେ ପହଞ୍ଚିଥିଲେ । କେତେକ ଏହି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟ୍ରାଡିସନାଲ ପୋଷାକ ପିନ୍ଧି ସାମ୍ନାକୁ ଆସିଥିଲେ । କ୍ୟାଟ୍ରିନା କୈଫ, ବିକି କୌଶଲ, ରଣବୀର କପୁର, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତଙ୍କ ସମେତ ଅନେକ ତାରକା ଅଯୋଧ୍ୟା ପହଞ୍ଚିଥିଲେ ।
ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । କିନ୍ତୁ ଆପଣ ଜାଣନ୍ତି କି ଏହି ମହାନ ସମାରୋହରେ ଅନେକ ସୁପରଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଏପରି ଅନେକ ନାମ ଅଛି। ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇନାହାଁନ୍ତି । ଏହି ତାଲିକାର ପ୍ରଥମ ନାମ ହେଉଛି ଶାହାରୁଖ ଖାନ । କିଙ୍ଗ୍ ଖାନଙ୍କ ନିକଟକୁ ନିମନ୍ତ୍ରଣ ପଠାଯାଇ ନାହିଁ । ଏହି ନିମନ୍ତ୍ରଣ ନ ପଠାଇବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏପରିକି ସଲମାନ ଖାନଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିନାହାନ୍ତି ।
ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ସଲମାନଙ୍କ ବ୍ୟତୀତ ଅମୀର ଖାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ବଲିଉଡର ସବୁଠାରୁ ରୋମାଣ୍ଟିକ କପଲ୍ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ସୈଫଅଲି ଖାନ ଏବଂ କରୀନା କପୁର ମଧ୍ୟ ଏଥିରେ ଯୋଗ ଦେଇନାହାନ୍ତି । କାରଣ ସେମାନେ ମଧ୍ୟ ନିମନ୍ତ୍ରଣ ପାଇନାହାଁନ୍ତି । ଏହି ତାଲିକାରେ ଅକ୍ଷୟ କୁମାର ମଧ୍ୟ ଅନ୍ତର୍ଭୁକ୍ତ । ତାଙ୍କୁ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ । ଏପରିକି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇନାହାଁନ୍ତି ।