ଏ ବର୍ଷ କିଛି ନୁହେଁ, ଆସନ୍ତା ୨୬,୨୭ରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଢାଳିବ ପୂର୍ବାନୁମାନ କଲା ପାଣିପାଗ ବିଭାଗ।

ଇଏ କିଛି ନୁହେଁ। ୨୬,୨୭ରେ କୁଆଡେ ପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାଲେଶ୍ଵର ଭଦ୍ରକ ସମ୍ବଲପୁରରେ ଢାଳିବ। ବଢିଗଲା ରାତିର ତାପମାତ୍ରା। ବାଲେଶ୍ଵରରେ ଜୋର ବର୍ଷା ହୋଇଛି।ଭଦ୍ରକରେ ବି ଅସରାଏ ଢାଳିଛି। ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରାତି ପାହିଯାଇଛି ହେଲେ ବର୍ଷା ଛାଡିନାହିଁ।

ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କିଛି ସମୟ ବର୍ଷା ହୋଇଛି। ଆଗକୁ ଆହୁରି ବର୍ଷା ବଢିବ। ଏ ବର୍ଷ ବର୍ଷା କିଛି ନୁହେଁ। ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ଆଉ ସେପଟେ ୨୬ ଏବଂ ୨୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି।

ସମ୍ବଲପୁର, ହୀରାକୁଦ,ବରଗଡ଼, ଖୋର୍ଦ୍ଧା, ତାଳଚେର, ପାରାଦୀପ, କଟକ, ପୁରୀ, ବାରିପଦା, ଅନୁଗୁଳ ଏବଂ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଲି ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୨ ରେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ହଁ ଆଜି ୨୩ ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।୨୪ ରେ ଉପକୂଳ ଓଡିଶା ସମେତ ମୟୁରଭଞ୍ଜ ସୁନ୍ଦରଗଡ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ୨୫ ରେ ଉତ୍ତର ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆଉ ସେପଟେ ୨୬ ଓ ୨୭ରେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ବଢିବା ସହ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ ପୂର୍ବାନୁମାନ କରିଛନ୍ତି। ଏହା ସହିତ ଘନ କୁହୁଡି ରହିବ।

ଏପରିକି ପାଗରେ ମୁଗ ବିରି ବାଦାମରେ ଯଉ ପୋକ ଲାଗିବାର ଆଶଙ୍କା ରହିଛି। ତେଣୁ ଚାଷ ପ୍ରତି ବି ଦୃଷ୍ଟି ରଖିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଆଉ କୁହୁଡ଼ି ସମୟରେ ଘରୁ ନବାହାରିବା ପାଇଁ କୁହାଯାଇଥିବା ବେଳେ ଯଦି ଜରୁରୀ କାମରେ ପଦାକୁ ବାହାରନ୍ତି ତେବେ ସତର୍କତାର ସହିତ ଘରୁ ବାହାରକୁ ବହାରନ୍ତୁ।

Leave a Reply

Your email address will not be published. Required fields are marked *