କାଲି ସେ ମୋ ସହିତ ରାମଙ୍କ ଭଜନ କରୁଥିଲେ ,ଆଜି ତାଙ୍କ ସହିତ ଏମିତି ହେବ ବୋଲି କେବେ ଭାବିନଥିଲି

କାଲି ମୋ ସହ ସେ ରାମ ଭଜନ କରୁଥିଲେ ଆଜି ତାଙ୍କ ସହ ଏମିତି ହେବ ବୋଲି…. ତାଙ୍କ ମୁଣ୍ଡରେ ବହୁତ୍ ଜୋରରେ ମା-ଡ଼ ହୋଇଛି ଏବଂ ଛାତିରେ ମା-ଡ଼ ହୋଇଛି, ଫେସ୍ ର ବହୁତ୍ ଗୁଡ଼ାଏ ହାଡ଼ ଭାଙ୍ଗିଯାଇଛି। ସୁଧାକର ବସନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏପରି କିଛି କହିଲେ ଶ୍ରୀକୁମାର ।ସୁଧାକର ବସନ୍ତଙ୍କ ସହ ମୁଁ ଦୁଇଦିନ ପୂର୍ବରୁ ଭଜନ ଆମେ ସାଙ୍ଗ ହୋଇକି ନରାଜରେ କରୁଥିଲେ, ପହରଦିନ ରାତିରେ ବି ମୋର ତାଙ୍କ ସହିତ ଦେଖା ହୋଇଛି ଏବଂ ରାତି ୧୧ଟା ରେ ମୋ ସହିତ କଳ୍ପନା ରେ ବି ଥିଲେ। କାଲି ସେ ବାରିପଦା ଯିବେ ବୋଲି କହୁଥିଲେ ତାଙ୍କର ଗୋଟେ ମିଟିଙ୍ଗ୍ ଥିଲା ଗୋଟେ ପ୍ରଡ୍ୟୁସର୍ ଙ୍କ ସହ ମିଟିଙ୍ଗ୍ ଥିଲା ବାରିପଦା ଯିବେ ବୋଲି ସେ କହୁଥିଲେ।

ମୋର ଜଣେ ସାଙ୍ଗର ଗାଡ଼ି ସାଙ୍ଗର ବଡ଼ ଭାଇ ଲୋଚ ଭାଇ ବୋଲି ତାଙ୍କ କାର୍ ନେଇକି ଯିବେ ବୋଲି ସେ କହୁଥିଲେ ସୁଇପ୍ଟ ଡିଜାୟାର୍ ନେଇକି ସେ ଯାଇଥିଲେ। ବାରିପଦାରୁ ମୋ ପାଖରେ ଯେତିକି ଖବର ଆଜି ସକାଳୁ ଆସି ପହଞ୍ଚିଛି ଯେ ବାରିପଦାରୁ ଫେରିଲା ବେଳେ ମଙ୍ଗୁଳି ଯେଉଁ ଓଭର୍ ବ୍ରିଜ୍ ଅଛି ସେଇ ଓଭର୍ ବ୍ରିଜ୍ ତଳେ ଗୋଟେ ସିମେଣ୍ଟ ଟ୍ରକ୍ ସହିତ ସେଇ ଗାଡ଼ି ଟି ମା-ଡ଼ ହୋଇଛି ତାଙ୍କ ଗାଡ଼ି ସିମେଣ୍ଟ ଗାଡ଼ି ସହିତ ମା-ଡ଼ ହୋଇଛି।

ଅତ୍ୟଧିକ ଯେଉଁ କୁହୁଡି ପାଇଁ ଏପରି ଘ-ଟଣା ଘଟିଛି କାରଣ ଏତେ ମାତ୍ରାରେ କୁହୁଡ଼ି ହେଉଛି ଯେ କିଛି ରାସ୍ତାଘାଟ କିଛି ଦେଖା ଯାଉନି, ଆଗରେ ଗୋଟେ ଗାଡ଼ି ଯଦି ରାସ୍ତା କଡ଼ରେ ବି ରହି ଯାଇଛି ପଛରୁ ଗୋଟେ ଗାଡ଼ି ଯଦି ଯାଉଛି ଯଦି ଆପଣ ଠିକ୍ ସେ ଲକ୍ଷ୍ୟ ନ କରିବେ ଆପଣ ଭାବିବେ ଆଗ ଗାଡ଼ିଟି ଯାଉଛି ବୋଧେ ଆଉ ଏପରି ଭାବି ଆଗକୁ ଗଲା ବେଳକୁ ଆଗରେ ଗାଡ଼ିଟି ଠିଆ ହୋଇଛି ଆଉ ଆକ୍ସିଡେଣ୍ଟ୍ ହେଉଛି। ବହୁତ୍ ଦୁଃ-ଖ ଲାଗୁଛି ଏଥିପାଇଁ କି ଦୁଇଦିନ ଆଗରୁ ମୋ ସହ ସିଏ ଭଜନ କରୁଥିଲେ ମୋର କୋ ଆର୍ଟିଷ୍ଟ ସିଏ ଥିଲେ, ସେ ବହୁତ୍ ଖୁସି ଥିଲେ ଯେ ମୁଁ ଏତେ ଦିନ ପରେ ରାମଙ୍କର ଭଜନ ଗୋଟେ କରୁଛି ବୋଲି ଆଉ କହୁଥିଲେ କି କୁମାର ଭାଇ ଏଇ ଭଜନ ଟା ବହୁତ୍ ବଢ଼ିଆ ହେବ ଆଉ ହିଟ୍ ମଧ୍ୟ ହେବ ବହୁତ୍ ହିଟ୍ ଗୀତ ବି ସେଇ ଭଜନ ଟା ତାଙ୍କୁ ଡାଇରେକ୍ସନ୍ ଦେଉଥିଲେ ଆମର ଜିତୁ ରାଉତରାୟ ସାର୍।

ବହୁତ୍ ଭଲ ହସ ଖୁସିରେ ଦୁଇଦିନ ଲାଗିଲା ସେଇ ଭଜନ ଟା କମ୍ପ୍ଲିଟ୍ ହେଲା ଆଉ ୨୨ ତାରିଖରେ ଶ୍ରୀରାମଙ୍କର ଯେଉଁ ପ୍ରାଣ ପ୍ରତିଷ୍ଠା ହେବ ସେଥିପାଇଁ ବି ସେ ବହୁତ୍ ଖୁସି ଥିଲେ ଏବଂ ମୋ ସହିତ ଆଲୋଚନା କରୁଥିଲେ କଳ୍ପନାରେ ଯେ କହିଲେ କୁମାର ଭାଇ ଆମେ ଟିକେ ଅଯୋଧ୍ୟା ଯାଇଥିଲେ ଭଲ ହୋଇ ଥାଆନ୍ତା ହଉ ଠିକ୍ ଅଛି ଆମେ ସେଇଦିନ କେହି ଆମିଷ ଖାଇବାନି କି କୌଣସି ଲିକର୍ ଫିକର୍ କି କୌଣସି ଖରାପ ଜିନିଷ ଆମେ ନେବାନି ସେଦିନ ଟିକେ ଠାକୁରଙ୍କୁ ଧ୍ୟାନ କରିବା ବୋଲି ସେ କହୁଥିଲେ। ଭଗବାନଙ୍କର ଇଏ କ’ଣ ଲୀଳା ଏମିତି କ’ଣ ହେଲା ଏଥିପାଇଁ ଆମକୁ ବହୁତ ଦୁଃ-ଖ ମଧ୍ୟ ଲାଗୁଛି। ମଣିଷ ଜୀବନ ତ କିଛି କହି ହେବନି କାହାର କେତେବେଳେ କ’ଣ ହେବ କିଛି ବି କହି ହେବନି ଦୁଇଦିନ ଆଗରୁ ମୋ ସହ ମିଶି ସେ ଭଜନ କରୁଥିଲେ ଆଉ ଏବେ ହଠାତ୍ ତାଙ୍କର ଏପରି ଅବସ୍ଥା।

Leave a Comment

Your email address will not be published. Required fields are marked *

Scroll to Top