ଏମାନେ ହେଲେ ୫ ଜଣ ପରଦା ପଛର ନାୟକ । ରାମ ମନ୍ଦିର ନିର୍ମାଣରେ ନିଭାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

୨୨ ତାରିଖରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଉତ୍ସବ ମୁଖର ଅଯୋଧ୍ୟା ନଗରୀ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୫ରେ ମନ୍ଦିର ପାଇଁ ଭୂମି ପୂଜନ କରିଥିଲେ । ଏହାପରେ ଟ୍ରଷ୍ଟ ଯୁଦ୍ଧକାଳୀନ ଭିତ୍ତିରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲେ । ଟ୍ରଷ୍ଟ୍ ଅନୁଯାୟୀ, ୩୫୦୦ ଶ୍ରମିକ ଏବଂ ୧୫୦ ଇଞ୍ଜିନିୟରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଏସବୁ ନଥିଲା ଏତେ ସହଜ । ଏହା ପଛରେ ରହିଛନ୍ତି ଅନେକ ନାୟକ । ନିର୍ମାଣ ସହ ଜଡିତ ଅନେକ ବ୍ୟକ୍ତିଙ୍କୁ ଆପଣଙ୍କୁ ଜାଣିଥିବେ । ଆମେ ଆଜି ସେମିତି ଆଉ ୫ ଜଣଙ୍କ ବିଷୟରେ କହିବୁ, ଯେଉଁମାନେ ମନ୍ଦିର ନିର୍ମାଣରେ ପରଦା ପଛରେ ରହି ନିଭାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

୧. ବିନୋଦ କୁମାର ମେହେଟ୍ଟା- ବିନୋଦ ମେହେଟ୍ଟା ଲାରସେନ୍ ଆଣ୍ଡ ଟର୍ବୋ ବା ଏଲ୍ ଏଣ୍ଡ ଟି ର ପ୍ରୋଜେକ୍ଟ ହେଡ୍ । ଏହି କମ୍ପାନୀକୁ ମନ୍ଦିର ନିର୍ମାଣର ଦାୟିତ୍ୱ ଦିଆଯାଇଛି । ମନ୍ଦିର ନିର୍ମାଣର ସମୀକ୍ଷା ନେଇ ଏପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସମସ୍ତ ସଭାରେ ନିଜେ ଉପସ୍ଥିତ ରୁହନ୍ତି ମେହେଟ୍ଟା । ମେହେଟ୍ଟା ଉତ୍ତରାଖଣ୍ଡର ବାସୀନ୍ଦା । ଆହ୍ଲାବାଦରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ଶେଷ କରିଥିଲେ ।  ମେହେଟ୍ଟା ୧୯୯୧ ରେ ଲାରସେନ୍ ଆଣ୍ଡ ଟର୍ବୋରେ ଏକ ପ୍ରୋଜେକ୍ଟ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ । ମେହେଟ୍ଟା ପୂର୍ବରୁ ଗଲ୍ଫ ଦେଶରେ ଲାରସେନ୍ ଆଣ୍ଡ ଟର୍ବୋର ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି । ଏହା ବ୍ୟତୀତ ମେହେଟ୍ଟା ଦକ୍ଷିଣ ଭାରତର ଅନେକ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି।

୨. ଭି.ଏସ୍ ରାଜୁ- ରାମ ମନ୍ଦିରରେ କେତେ ସ୍ତମ୍ଭ ରହିବ, ଗର୍ଭଗୃହ କେମିତି ହେବ? ଏହି ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଆଇଆଇଟି ଦିଲ୍ଲୀର ଅବସରପ୍ରାପ୍ତ ପ୍ରଫେସର ଭି.ଏସ୍ ରାଜୁ । ତାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା । କମିଟିର ରିପୋର୍ଟ ଆଧାରରେ ଏଲ ଏଣ୍ଡ ଟିର ଇଞ୍ଜିନିୟର ଏବଂ କାରିଗରମାନେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ଆଇଆଇସିଏସ୍ ରୁ ଇଞ୍ଜିନିୟରିଂ କରିବା ପରେ ଭି.ଏସ୍ ରାଜୁ ଜର୍ମାନୀର କାର୍ଲସୁରହେ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ କରିଥିଲେ । ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ହେବା ପୂର୍ବରୁ ସେ ଆଇଆଇଟି ମାଡ୍ରାସରେ ପ୍ରଫେସର ଥିଲେ ।

୩. ଅନ୍ନୁ ଭୋଇ ସୋମପୁରା- ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଲୁହା ଏବଂ ସିମେଣ୍ଟ ବ୍ୟବହାର କରାଯାଇ ନାହିଁ । ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ ମନ୍ଦିରଟି ପଥର ବ୍ୟବହାର କରି ନିର୍ମାଣ କରାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ପଥର ଖୋଦିତ ହୋଇଛି। ଅନ୍ନୁ ଭୋଇ ସୋମପୁରାଙ୍କ ନେତୃତ୍ୱରେ ପଥର ଖୋଦନ କାର୍ଯ୍ୟ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏକ ଟିମ୍ କାରସେବକପୁରମରେ ବସି ପଥର ଖୋଦନ କରୁଥିଲେ। ଏଠାରୁ ସମସ୍ତ ଖୋଦିତ ପଥର ଜନ୍ମ ସ୍ଥାନକୁ ପଠାଗଲା। ଗୁଜୁରାଟର ପ୍ରଭାସ ପଟ୍ଟନ ନିବାସୀ ଅନ୍ନୁ ଭୋଇ ସୋମପୁରା ୩୩ ବର୍ଷ ପୂର୍ବେ ଅଯୋଧ୍ୟାକୁ ଆସିଥିଲେ। ସେହି ସମୟରେ ସେ ପଥର ଖୋଦନ କରିବା ମଧ୍ୟ ଆରମ୍ଭ କରିଥିଲେ। ଏହା ପରେ ସୋମପୁରାର ସମସ୍ତ ପରିବାର ଅଯୋଧ୍ୟାରେ ବସବାସ କଲେ ।

୪. ନୃପେନ୍ଦ୍ର ମିଶ୍ରା- ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ନୃପେନ୍ଦ୍ର ମିଶ୍ର ରାମ ମନ୍ଦିର ନିର୍ମାଣ କମିଟିର ସଭାପତି। ରାମ ଜନମଭୋମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସେବେଠାରୁ ମିଶ୍ର ଅଯୋଧ୍ୟାରେ ରହି ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରନ୍ତି।  ମିଶ୍ର ଉତ୍ତରପ୍ରଦେଶର ଦେଓରିଆରୁ ଆସିଛନ୍ତି। ସେ ୧୯୬୭ ବ୍ୟାଚ୍ ଆଇଏଏସ ଅଧିକାରୀ । ପ୍ରଶାସନିକ ସେବା ସମୟରେ ସେ ଟ୍ରାଇ ର ଚେୟାରମ୍ୟାନ୍ ଏବଂ ଟେଲିକମ୍ ବିଭାଗର ସଚିବଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି।

୫. ଚମ୍ପତ ରାୟ- ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଚମ୍ପତ ରାୟ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ । ସାଧାରଣ ସମ୍ପାଦକ ଭାବରେ ସେ ସବୁ କିଛି ପରିଚାଳନା କରନ୍ତି । ସାଧାରଣ ସମ୍ପାଦକ ଭାବେ ରାୟ ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିର ନିର୍ମାଣ ଉପରେ ମଧ୍ୟ ନଜର ରଖିଛନ୍ତି । ରାୟ ଗଣମାଧ୍ୟମକୁ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ପ୍ରତ୍ୟେକ ତଥ୍ୟ ପ୍ରଦାନ କରିଛନ୍ତି । ଅର୍ଥାତ୍ ମନ୍ଦିର ନିର୍ମାଣର ପ୍ରତ୍ୟେକ ନିଷ୍ପତ୍ତିରେ ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *