କାନ୍ଦିଏ କଦଳି ଭୋଗ କରି ଏମିତି ବୋହୁ ପାଇଛି

ନୂଆ ନୂଆ ଆସିଥିବ ଯେତେବେଳେ ସମସ୍ତଂକ ପ୍ରେସରରେ କରିବ। କାହାରି ମୁହଁରେ ଉତ୍ତର ଦେଇ ପାରିବନି କରିବ।ଯେତେବେଳେ ତାର ଟିକେ ପୁରୁଣାଦିନ ଆସିଯିବ,ତାପରେ ଶାଶୂ ସାଙ୍ଗରେ ଯୁଦ୍ଧ। ମୋର ବୃଷ ଦୁଇଟା ଶିଙ୍ଗ। ତୋର ହେଉଛି ମେଣ୍ଢା ମାନେ ମେଷ । ମୁଁ ବର୍ଣ୍ଣବୋଧରେ ପଢ଼ିଛି,’ମେଣ୍ଢା ମୁଣ୍ଡଟି ବଡ଼ ଟାଣ, ତା ମୁଣ୍ଡିଆକୁ ସାବଧାନ’। ମୁଁ ଟିକେ ସାବଧାନରେ ରହିଛି। ଆମର ସଂପୂର୍ଣ୍ଣ ବିଶ୍ୱାସ ଅଛି ଆମ ପିଲାମାନେ ଏ ଜମିବାଡ଼ି ପାଇଁ ଝଗଡ଼ା ଲାଗିବେନି। ସେ ପୁଅ ଦୁଇଟିକୁ ମୋର ମୁଁ ସବୁବେଳେ ଠାକୁରଙ୍କୁ ପୂଜା କରି ପାଇଛି। ତାଙ୍କର ସବୁବେକେ ଧର୍ମ ଚିନ୍ତା। ତାଙ୍କ ମନରେ କଳି ଝଗଡ଼ା ଆସିବନି ଏଇଟା ମୁଁ ପୁରା ବିଶ୍ୱାସର ସହିତ କହି ପାରୁଛି। ଆଉ କାନ୍ଦିଏ କଦଳୀ ଭୋଗ କରି ଏମିତି ବୋହୂ ପାଇଛି। ମୋର ଖୁସିର ଲୁହ ଆସିଥିଲା ଯେ ମୁଁ ଠାକୁରଙ୍କୁ ଏତିକି ମାଗିଥିଲି ।

ଠାକୁର ମୋତେ ଛୁଆଟିଏ ଦେଲେ। ସେ ଆଜି ବଡ଼ ହେଇ ବାହା ହୋଇ ଘରକୁ ମୋତେ ସାହାଯ୍ୟ କରିବା ପାଇଁ ଗୋଟେ ବୋହୂ ଆଣୁଛି । ସେ ମୋ ପାଖରେ ସାଥୀ ହେଇ ରହିବ। ତାର ମୋର ଭିତରେ ସୁଖ ଦୁଃଖ ବଣ୍ଟାବଣ୍ଟି ହେବୁ। ଝଗଡ଼ା ଆସେ ନାହିଁ। କେମିତି ଆସିବ ଝଗଡ଼ା। ବୋହୂ ଶାଶୂକୁ ବୁଝୁଛି, ଶାଶୂ ବୋହୂକୁ ବୁଝୁଛି। ଟିଭି ନଦେଖିଲେ ନ୍ୟୂଜ୍ ନ ଦେଖିଲେ ମୋତେ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଏ। ସେମାନେ ମୋତେ ନେଇଗଲେ ନେଇ ଯାଇ ଠିଆ କରିଦେଲେ। ତାପରେ ଓଡ଼ିଶାବାସୀ ମୋତେ ଫେମସ୍ କରିଦେଲେ। ତାଙ୍କୁ ନମସ୍କାର। ଆମେ ଦୁଇଜଣ ସାଙ୍ଗ। ଆମେ ଶାଶୁ ବୋହୂ ନୁହଁ ଆମେ ହେଉଛୁ ସାଙ୍ଗ।

ମୋର ଗୁରୁ ବର୍ତ୍ତମାନ ମୋ ପୁଅ। ଆଉ ମୁଁ ଯେତେବେଳେ କ୍ଲାସ୍ କରେ ମୋ ବୋହୂ ଚଟେଇ ପକେଇ ଦିଏ। ଆଉ ପେନ୍ସିଲ, ଡ଼ଟ୍ ଯୋଗେଇ ଦିଏ ମୁଁ କ୍ଲାସ୍ କରେ। ଆଉ ମୋ ପୁଅ ସବୁ ମୋତେ ଶିଖାଏ। ତେଣୁ ପୁଅକୁ ମୋର ମୁଁ ଗୁରୁ କରି ଦେଇଛି। ବୋହୂ ଆଉ ଟିକେ ପୁଅର ତଳିଆ କର୍ମଚାରୀ। ଶାଶୂ କେବଳ ନୁହଁ ଶାଶୂ ବୋହୂ ଉଭୟଙ୍କୁ କହିବି ଆପଣ ମାନେ ଏହିଭଳି ଶାଶୁ ବୋହୂକୁ ଭଲ ପାଉ, ବୋହୂ ଶାଶୂକୁ ଭଲ ପାଉ। ଆଉ ସୁନ୍ଦର ସଂସାରଟିକୁ ଗଢ଼ି ନିଅନ୍ତୁ। ଯଦି ଶାଶୂ ବୋହୂଙ୍କ ଭିତରେ କୌଣସି ଗୋଟେ ଫାଟ ସୃଷ୍ଟି ହେଉଛି ତା ମଝିରେ ଯେଉଁ ପୁଅଟି ହଇରାଣ ହେଉଛି। ତେଣୁ ପୁଅଟିକୁ ହଇରାଣ ହେବା ପାଇଁ ଦିଅନ୍ତୁନି।

ଆଉ ଦୁହେଁ ଦୁହିଁଙ୍କୁ ବୁଝି ସମସ୍ତେ ଏକ ସାଙ୍ଗରେ ରୁହନ୍ତୁ। ଦୁନିଆଁଟି ହସିବ, ସଂସାରଟି ହସିବ। ଆଉ ମଣିଷ ଜୀବନ ଅଢ଼େଇ ଦିନ । କାହାର ଯେ କେତେବେଳେ କଣ ହେବ। କିଏ କେତେଦିନ ଅବା ଦୁନିଆଁକୁ ଆସିଛେ ଆମେ। ଆଜି ଅକ୍ଷୀ ମାଉସୀଙ୍କ ସହିତ କଥା ହେଲେ ଆମେ। କଥାଟା ଯେ କେତେବେଳେ ସରିଲା ଜାଣି ପାରିଲେନି ଆମେ। ଆପଣ ମାନେ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି। ଆଜିକାଲି ଆମ ଜେନେରେସନ ସହିତ ମାଉସୀ ଚାଲିଛନ୍ତି ସେଇଟାକୁ ମାନିବାକୁ ପଡ଼ିବ। ବାକି ଅନେକ ଭଲ ପାଇବା ଦିଅନ୍ତୁ ଶାଶୂ ବୋହୂଙ୍କୁ। ଆଉ ଭଲ ପାଇବା ଦେଲେ ହିଁ ସେମାନେ ଆହୁରି ଆଗକୁ ଯାଇ ପାରିବେ। ଆଉ ଆମକୁ ଏଣ୍ଟରଟେଣ୍ଟ୍ କରି ପାରିବେ।

Leave a Reply

Your email address will not be published. Required fields are marked *