କାର-ଖାନା ଉପରେ ଫାଇନ ଲଗେଇଲା ବିଏମସି । ମନଦୁଃଖ କଲେ କାର-ଖାନର ମାଲିକାଣୀ।

ବନ୍ଧୁଗଣ ରାଜଧାନୀରେ ଗତ କିଛିଦିନ ହେବ କାର-ଖାନା ନାଁରେ ଫୁଡ୍ ଷ୍ଟଲ ଖୋଲି ଟ୍ରେଣ୍ଡ କରୁଛନ୍ତି ୨ ଯା ଅର୍ଥାତ ଘରର ଦୁଇ ବୋହୂ ନେହା ଓ ରଶ୍ମିତା । ତେବେ ଦୁହିଁଙ୍କ ଖାଦ୍ୟ ଖୁବ୍ ସୁଆଦିଆ ଏବଂ ଶସ୍ତା ହୋଇଥିବା ଯୋଗୁ ରାସ୍ତା କଡରେ ଅନେକ ଭିଡ ଲାଗୁଥିଲା । ତେଣୁ ଆଜି ବିଏମସି ପକ୍ଷରୁ ଏଠାରେ ଚେକିଂ କରାଯିବା ସହ ଦୁହିଁଙ୍କ ଟ୍ରେଡ୍‌, ଲାଇସେନ୍ସ ସବୁ ଚେକ୍ କରାଯାଇଥିଲା । ତେବେ ୨ ଯାଙ୍କ ରୋଷେଇଶାଳା ବା ଘର ପୁରୀ କେନାଲ ରୋଡରେ ହୋଇଥିବା ଯୋଗୁଁ ଦୁହେଁ ସେଠିକାର ଟ୍ରେଡ୍ ଲାଇସେନ୍ସ ଦେଖାଇଥିଲେ।

କିନ୍ତୁ ସେମାନେ ବିକ୍ରିକରୁଥିବା ଆଇଜିପାର୍କ ପାଖରେ କୌଣସି ଲାଇସେନ୍ସ ନଥିବା ଯୋଗୁଁ ଆଜି ବିଏସି ଫାଇନ୍ କାଟିବା ସହ ଦୁହିଁଙ୍କୁ ଲାଇସେନ୍ସ କାଢିବା ପାଇଁ ନିର୍ଦେଶ ଦେଇଥିଲା ବିଏମସି । ଏଥିରେ କାର-ଖାନର ମାଲିକାଣୀ ମନ ଦୁଃଖ କରିବା ସହିତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ପାଖରେ ଫୁଡ୍ ଲାଇସେନ୍ସ ଅଛି ସେଥିରେ କିନ୍ତୁ ଲୋକେସନ୍ ଅଛି ଯେଉଁଠି ରୋଷେଇ ହୁଏ ସେହି ଜାଗାର । ସେଠିକୁ ଏଫଏସଏସଆଇ ଆସନ୍ତି ଚେକ୍ କରିବା ପାଇଁ ।

ଆଉ ଯେଉଁଠି ରୋଷେଇ ହେଉଛି ସେହି ଜାଗାର ଲୋକେସନ୍ ଦିଆ ଯାଇଛି । କିନ୍ତୁ ବିଏମସି କହୁଛି ଯେଉଁଠି ଭ୍ୟାନ ଆଣିକି ଲଗାଉଛନ୍ତି ସେହି ଲୋକେସନ୍ ର ମଧ୍ୟ ଦରକାର ତେଣୁ ଏପ୍ଲାଏ କରିବାକୁ । ମାଲିକାଣୀ ଜଣଙ୍କ କହିଛନ୍ତି ସେ କଥା ତାଙ୍କୁ ଆଗରୁ ଜଣା ନଥିଲା । ସେମାନଙ୍କୁ ଏତିକି ଜଣା ଥିଲା ଯେ ଫୁଡ୍ ଲାଇସେନ୍ସ ଅଛି ତାଙ୍କ ପାଖରେ । ଆଉ ଜଣେ ଅଫିସର କହିଛନ୍ତି ଯେ ସେହି ଯାଗା ପାଇଁ ଟ୍ରେଡ ମଧ୍ୟ ଦରକାର । ତେବେ ମହିଳା ଜଣକ କହିଛନ୍ତି ଆହୁରି ୪/୫ ଟା ଲାଇସେନ୍ସ ଖୋଲିବାକୁ କହିଲେ ମଧ୍ୟ ସେ ଅପ୍ଲାଏ କରିବେ କିନ୍ତୁ ଖୁଆଇବା ବନ୍ଦ କରିବେନି ।

ତେବେ ସୂଚନାଯୋଗ୍ୟ ବିଏମସି ଦୁଇ ମହିଳାଙ୍କ ଠାରୁ ୫ ହଜାର ଫାଇନ୍‌ କାଟିଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ବା ବେଆଇନ୍ ବୋଲି କହିଛନ୍ତି ଜଣେ ଆଡଭୋକେଟ । ସେକ୍ସନ ୨୨ ଅନୁଯାୟୀ ବିଏମସି କେବଳ ସୁପର ଭିଜନ୍ କରିପାରିବ କୌଣସି ଠେଲା ଗାଡିରୁ ଫାଇନ୍ ଆଦାୟ କରିପାରିବନି ଯେପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ରୁଲ ରେଗୁଲେସନକୁ ବା ନିୟମକୁ ଉଲ୍ଲଘନ କରିନାହନ୍ତି ।

Leave a Comment

Your email address will not be published. Required fields are marked *

Scroll to Top