କାହିଁକି ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ? ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ।

ଅଯୋଧ୍ୟାରେ ଭାଇ ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ। ହାତ ଯୋଡି ଭୁଲ ମାଗିଲେ ଭାଇ ଲକ୍ଷ୍ମଣ। ହସି ହସି କ୍ଷମା କରିଦେଲେ ପ୍ରଭୁ ଶ୍ରୀରାମ।ହଟାତ ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ। ଭୟରେ ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ। କହିଲେ ଭାଇ ମୋର ଭୁଲ ହୋଇଯାଇଛି ମୋତେ କ୍ଷମା କରିଦିଅ। ଏମିତି ଭୁଲ ଆଉ କେବେବି କରିବିନି। ଆଉ ହସି ହସି କ୍ଷମା କରିଦେଲେ ପ୍ରଭୁ ଶ୍ରୀରାମ। ହଁ ଆଜ୍ଞା ଅଯୋଧ୍ୟା ନବରୀରେ ଦେଖିବାକୁ ମିଳିଛି ରାମାୟଣର ଝଲକ। ରାମାୟଣରେ ଯେମିତି ରାମ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଥିଲା ଠିକ ସେମିତି ପ୍ରେମ ଅଯୋଧ୍ୟା ନଗରୀରେ ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖି ଅଯୋଧ୍ୟା ବାସୀଙ୍କ ମନ ପୁରା ମୁଗ୍ଧ ହୋଇଯାଇଛି।

ରାମାୟଣ ଧାରାବାହିକରେ ସିନା ଅଭିନୟ ଥିଲା କିନ୍ତୁ ଅଯୋଧ୍ୟାରେ ଏବେ ରାମ ଲକ୍ଷ୍ମଣଙ୍କ ମଧ୍ୟରେ ପୁରା ସତ ଭଲପାଇବା ଦେଖିବାକୁ ମିଳିଛି। ଟିକେ ଏଇ ଦୃଶ୍ୟକୁ ଦେଖନ୍ତୁ ଅଯୋଧ୍ୟାରେ ଏବେ ରହିଛନ୍ତି ପ୍ରଭୁ ରାମ ଏବଂ ଲକ୍ଷ୍ମଣ। ଯେଉଁଠାରେ ଲକ୍ଷ୍ମଣଙ୍କ କାନ ଧରିଛନ୍ତି ପ୍ରଭୁ ଶ୍ରୀରାମ। ଲକ୍ଷ୍ମଣଙ୍କ ବଦମାସି ପାଇଁ କାନ ଧରି ତାଙ୍କୁ ସାବାଡ଼ କରିଛନ୍ତି ପ୍ରଭୁ ଶ୍ରୀରାମ ଯାହା ପରେ ଲକ୍ଷ୍ମଣ ହାତ ଯୋଡି ଶ୍ରୀରାମଙ୍କୁ କ୍ଷମା ମାଗିଛନ୍ତି। କହିଛନ୍ତି ମୋ ଭୁଲ ପାଇଁ ମୋତେ କ୍ଷମା କରିଦିଅ ଭାଇ ଏବଂ କ୍ଷମା କରିଦେଇଛନ୍ତି ପ୍ରଭୁ ଶ୍ରୀରାମ। ଯାହାକୁ ଦେଖି ଭକ୍ତ ମାନଙ୍କ ମନ ବି ପୁରା ଖୁସି ହୋଇଯାଇଛି।

ଶହ ଶହ ଭକ୍ତ ରାମାୟଣର ରାମଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି। ରଥ ଉପରେ ବିରାଜମାନ କରି ବୁଲୁଛନ୍ତି ଅରୁଣ କୋଭିଲ ଏବଂ ସୁନୀଲ ଲାହାରି।ଭିଡ଼ିଓରେ ରାମଙ୍କ ଭୂମିକାରେ ଥିବା ଅରୁଣ କୋଭିଲ କହିଛନ୍ତି ଆମେ ଏବେ ଠିକ ସେମିତି ଅଛୁ ଯେମିତି ରାମାୟଣରେ ଅଭିନୟ କରିବା ସମୟରେ ଥିଲୁ। ଆମ ଭିତରେ ଭଲପାଇବା ପୁରା ରାମ ଲକ୍ଷ୍ମଣଙ୍କ ଭଳି ରହିଛି। ମୁଁ ସୁନିଲକୁ ବହୁତ ଭଲପାଏ।

ତେବେ ସୁନୀଲ ଲାହାରୀ ହେଉଛନ୍ତି ରାମାୟଣର ଲକ୍ଷ୍ମଣ। ଏହା ପୂର୍ବରୁ ରାମ ଲକ୍ଷ୍ମଣ ସୀତା ସାଙ୍ଗ ହୋଇ ଅଯୋଧ୍ୟାରେ ଚାଲି ଚାଲି ଆସୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଭିଡ଼ିଓରେ ଶହ ଶହ ଲୋକ ରାମ ଲକ୍ଷ୍ମଣ ସୀତାଙ୍କୁ ଫୁଲ ପକାଇ ସ୍ୱାଗତ କରିଥିଲେ।ସବୁଠାରୁ ବଡ଼ କଥା ହେଉଛି ଏବେ ଯୁଦ୍ଧକାଳୀନ ଭାବରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ପ୍ରତିଷ୍ଠା ପାଇଁ ଏବେ ସବୁ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗର୍ଭ ଗୃହରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ଶ୍ରୀରାମ। ତେବେ ଭଗବାନଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ଅଯୋଧ୍ୟାରେ।

Leave a Reply

Your email address will not be published. Required fields are marked *