ଜୟ ଶ୍ରୀରାମ କହି ରାମଙ୍କ ପତାକା ଧରି ଦୌଡିଲା ମାଙ୍କଡ । ସମସ୍ତେ କହିଲେ ପ୍ରଭୁ ରାମଙ୍କୁ ଧରି ଉଡୁଛନ୍ତି ଭକ୍ତ ହନୁମାନ ।
ଯେତେବେଳେ ପ୍ରଭୁ ଆସିଛନ୍ତି ସେତେବେଳେ ଭକ୍ତ କେମିତିବା ଖୁସି ନହେବେ । ହଁ ସମସ୍ତେ କୁହନ୍ତି “ତୁମେ ମୋ ପ୍ରଭୁ ଶ୍ରୀରାମ ଆଉ ମୁଁ ତୁମ ଭକ୍ତ ହନୁମାନ” । ଆଜି ସତକୁ ସତ ହନୁମାନ ଆସିଛନ୍ତି । ଜୟ ଶ୍ରୀରାମ କହି ରାମଙ୍କ ପତାକା ଧରି ଉଡିଲା ମାଙ୍କଡ ! ହଁ ଆଜ୍ଞା ଆମେ ମାନେ ଯେତେବେଳେ ବି ମାଙ୍କଡକୁ ଦେଖୁ । ସେତେବେଳେ ଏ ହେଉଛନ୍ତି ହନୁମାନଙ୍କର ଅଂଶ ବୋଲି ଆମେ ମାନେ ଭାବିଥାଉ । ଯେତେବେଳେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟାରେ ହେବାକୁ ଯାଉଛି ।
ସେତେବେଳେ ସବୁଆଡେ ଖାଲି ରାମ ରାମ ଶବ୍ଦ ଗୁଞ୍ଜରୀ ଉଠୁଛି । ଆଉ ଆମେ ସମସ୍ତେ ଜାଣିଛୁ । ଯେଉଁଠାରେ ପ୍ରଭୁ ଶ୍ରୀରାମ ସେହିଠାରେ ମଧ୍ୟ ଥାନ୍ତି ତାଙ୍କ ଭକ୍ତ ହନୁମାନ । ହଁ ଆଜ୍ଞା ଆମେ ଏଠାରେ ଏପରି ଏକ ମାଙ୍କଡ ବିଷୟରେ ଏତହରେ କହୁଛୁ । ସେ ଯେପରି ପ୍ରଭୁ ହନୁମାନ ତାହା ସମସ୍ତେ କହିବାରେ ଲାଗିଛନ୍ତି । କାରଣ ମାଙ୍କଡଟି ରାମଙ୍କର ପତାକାକୁ ଦେଖି ବହୁତ ଖୁସି ହୋଇଯାଇଛି । ଆଉ ତାପରେ ମନ ଖୁସିରେ ସେହି ପତାକାଟି ଧରି ଏ ଡାଳରୁ ସେ ଡାଳକୁ ଘୁରି ବୁଲୁଛି । ତେବେ ସୋସିଆଲ ମିଡିଆରେ ଏପରି ଏକ ଫୋଟ ଭାଇରାଲ ହେଉଛି ।
ଯେଉଁଠାରେ ଗୋଟେ ମାଙ୍କଡ ପ୍ରଭୁ ଶ୍ରୀରାମଙ୍କର ଏକ ପତାକା ଧରି ଏ ଗଛରୁ ସେ ଗଛର ଡାଳକୁ ପତାକାଟିଏ ଧରି ଡେଇଁବାରେ ଲାଗିଛନ୍ତି । ତାପରେ ଏହି ଦୃଶ୍ୟକୁ ଦେଖିଲା ପରେ ସମସ୍ତଙ୍କ ମୁହଁରେ ବର୍ତ୍ତମାନ ଗୋଟିଏ କଥା ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ।ତେବେ ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୯ ତାରିଖରେ ଅଗ୍ନୀକୁଣ୍ଡ ସ୍ଥାପନ କରାଯିବ । ଯେଉଁଠାରେ ନବଗ୍ରହକୁ ପୂଜା କରାଯିବାର ବ୍ୟବସ୍ଥା କରାଯାଇଛି ।
୨୦ ତାରିଖରେ ୨୧ କଳସ ଜଳ ଦ୍ଵାରା ଗର୍ଭ ଗୃହରେ ଶୁଦ୍ଧି କରଣ କରାଯିବ । ୨୧ ତାରିଖରେ ୧୨୧ କଳସର ସୁବାଶିତ ଜଳରେ ପ୍ରଭୁ ରାମଲାଲାଙ୍କର ସ୍ନାନ କରାଯିବ । ତାପରେ ବିଧିବିଧାନ ପୂର୍ବକ ସ୍ଵତନ୍ତ୍ର ଭାବେ ରାମଲାଲାଙ୍କ ପୂଜା କରାଯିବ । ସେହି ଦିନ ମୃଗଶିରା ନକ୍ଷତ୍ରରେ ଭଗବାନ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯିବ । ଯାହାକୁ ଦେଖିବା ସେହି ପବିତ୍ର ଦିନଟିକୁ ସାରା ବିଶ୍ଵ ଚାହିଁ ରହିଛି । ସେଥିପାଇଁ ଅଯୋଧ୍ୟା ନଗରୀ ପ୍ରଭୁ ରାମଙ୍କ ଆଗମନ ପାଇଁ ଚଳଚଞ୍ଚଲ ହୋଇ ଉଠିଛି ।