ବିଭାହିତ ହେଲେବି ଘର ପାଖ ଯୁବତୀଙ୍କ ଉପରେ ଥିଲା ନଜର । ମୋବାଇଲ ଚାର୍ଜ ବସେଇବାକୁ ଆସୁଥିଲେ ଆଉ ତାପରେ… ।

ବନ୍ଧୁଗଣ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ମିଳିଲା ଆଜୀବନ କାରାଦଣ୍ଡ । ଆଉ କାରାଦଣ୍ଡ ଦେଇଛନ୍ତି ଯାଜପୁର ଜିଲ୍ଲାର ସ୍ଵତନ୍ତ୍ର ପକ୍ସୋ କୋର୍ଟ । ଗତ ୨୦୨୧ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଜଣେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ଅଭିଯୁକ୍ତ ବୈକୁଣ୍ଠ ନାଥ ମଲ୍ଲିକ ।

ଆଜି ଏହି ମାମଲାର ଶୁଣାଣି କରି ଯାଜପୁର ଅତିରିକ୍ତ ଦୌରା ଜଜ୍ ତଥା ସ୍ଵତନ୍ତ୍ର ପକ୍ସୋ କୋର୍ଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୪ ଲକ୍ଷ ଟଙ୍କା ଜୋରିମାନାର ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏହା ସହିତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରୁଥିଲେ । ତେବେ ବନ୍ଧୁଗଣ ନିକଟରେ କେଶ୍ ନେଇଥିବା ଓକିଲ ଜଣକ ମିଡ଼ିଆ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଓକିଲ କହିଛନ୍ତି ଯେ ଗତ ୨୦୨୧ ମସିହା ଏପ୍ରିଲ ମାସରେ ଏହି ଘଟଣା ଘଟିଥିଲା ।

ଜଣେ ନାବାଳିକାଙ୍କ ଅଭିଯୋଗ ମୁତାବକ ନାବାଳିକା ଜଣଙ୍କ ତାଙ୍କ ଘରେ କରେଣ୍ଟ ନଥିବାରୁ ମୋବାଇଲ୍ ଚାର୍ଜ କରିବା ପାଇଁ ଯାଇଥିଲା ଅଭିଯୁକ୍ତ ଜଣକଙ୍କ ଘରକୁ ଯିଏକି ତାଙ୍କ ପଡ଼ୋଶୀ ଥିଲେ ପାଖାପାଖି ଘର ଥିଲା । ତେବେ ଅଭିଯୁକ୍ତ ଜଣକ ବିବାହିତ ମଧ୍ୟ ଥିଲେ । ସେହି ସମୟରେ ନାବାଳିକାକୁ ଜୋର୍ ଜବରଦସ୍ତ ବଳାତ୍କାର କରିଥିଲା ଅଭିଯୁକ୍ତ ବୈକୁଣ୍ଠ ନାଥ ମଲ୍ଲିକ । ଏଥି ସହିତ ଧମକ ମଧ୍ୟ ଦେଇଥିଲା ଏହି ଘଟଣା ଯଦି ବାହାରେ ପ୍ରଘଟ ହୁଏ ତାହେଲେ ତାକୁ ଜୀବନରୁ ମାରି ଦେବ । ଏହାପରେ ମଧ୍ୟ ବ୍ଲାକମେଲିଂ କରି ନାବାଳିକା ସହିତ ଆହୁରି ୪/୫ ଥର ବଳାତ୍କାର କରିଥିଲା ଅଭିଯୁକ୍ତ ।

ପରବର୍ତ୍ତୀ ସମୟରେ ପୀଡ଼ିତା ଜଣକ ଗର୍ଭବତୀ ହୋଇଥିଲା । ଏବଂ ଯେତେବେଳେ ୭ ମାସର ଗର୍ଭବତୀ ହେଲା ସେବେ ତାର ପରିବାର ଲୋକେ ଜାଣିବାକୁ ପାଇଥିଲେ ଏବଂ କାରଣ ପଚାରିବାରୁ ନାବାଳିକା ଜଣକ ସବୁକଥା ତାର ମାଙ୍କୁ କହିଥିଲା । ଏହାପରେ ଗାଁରେ ଗୋଟେ ମିଟିଂ ମଧ୍ୟ ହୋଇଥିଲା । କିନ୍ତୁ ଅଭିଯୁକ୍ତ ଜଣକ ଏକଥାକୁ ସ୍ବୀକାର କରି ନଥିଲା । ଫଳରେ ପରିବାର ଲୋକଙ୍କ ସହିତ ନିଜେ ପୀଡ଼ିତା ବିଂଝାରପୁର ଥାନାରେ ଆସି ଡ଼ିସେମ୍ବର ୨୦୨୧ରେ ଲିଖିତ ଏତଲା ଦେଇଥିଲା । ଆଉ ଏବେ ଯାଇ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।

Leave a Reply

Your email address will not be published. Required fields are marked *