ଦିନେ ଯାହାଙ୍କ କଥା ମିହିରଦାସଙ୍କ ସହ ହେସିଥିଲା ସେ ଆଉ ନାହାଁନ୍ତି ।

ବନ୍ଧୁଗଣ ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ ପ୍ରଶ୍ନ ଥିଲା “ଭଲ ଟା ମା କଉଠୁ ପାଇଲ” ? ଆଉ ଏହି ମହିଳା ଜଣଙ୍କ ଉତ୍ତର ଦେଇଥିଲେ “ଆମେ ଭଲ ଯାତରାରୁ ପାଇଥିଲୁ” । ଯାହା ସେତେବେଳେ ଖୁବ୍ ଭାଇରାଲ୍ ହୋଇଥିଲା । ଆଉ ଏ ମୋବାଇଲ୍ କୁ ସେ ମୋବାଇଲକୁ ଘୂରି ବୁଲିଥିଲା । ଆଉ ସମସ୍ତେ କହୁଥିଲେ ଭଲ ଟା ଆମେ ଯାତରାରୁ ପାଇଥିଲୁ । ତେବେ ଏହି ମହିଳା ଯିଏ ଭାଇରାଲ ହେଇଥିଲେ ବର୍ତମାନ ସମୟରେ ସେ ଆଉ ଦୁନିଆରେ ନାହାନ୍ତି ।

ହଁ ଏକଥାକୁ ଆମକୁ ବିଶ୍ୱାସ କରିବାକୁ ପଡ଼ିବ । ଛୋଟ ଛୋଟ ଛୁଆଙ୍କୁ ଛାଡ଼ି ଅଫେରା ରାଇଜର ରାଜକୁମାରୀ ପାଲଟି ଯାଇଛନ୍ତି ଉକ୍ତ ମହିଳା ଜଣକ । ହଁ ଆଜ୍ଞା ଭୁଲ୍ ଅସ୍ତ୍ରୋପଚାର ପାଇଁ ତାଙ୍କର ଜୀବନ କୁଆଡ଼େ ଚାଲିଯାଇଛି । ଆଉ ଏବେ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ମୃତ ଦେହ ରଖି କ୍ଷତି ପୂରଣ ଦାବିରେ ସମ୍ପର୍କିୟ ମାନେ ଧାରଣାରେ ବସିଛନ୍ତି । କଟକ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଏଭଳି କିଛି ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସମ୍ପର୍କୀୟ ମାନେ ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ମୃତ ମହିଳା ଜଣକ ହେଉଛନ୍ତି ସେହି ଭାଇରାଲ ଗାର୍ଲ ମହିସା ଲଣ୍ଡା ପଞ୍ଚାୟତର ଦୁଧିଆନାଲି ଗାଁର ନଖି ସୁଣ୍ଢି । ହଁ ନଖି ନାନୀ ଆଉ ଏବେ ଏ ଦୁନିଆରେ ନାହିଁ । ସେ ସ୍ବର ମଧ୍ୟ ଆଉ ଶୁଣାହେବନି କାହିଁକି ନା ନଖି ଏବେ ଅଫେରା ରାଇଜକୁ ଚାଲି ଯାଇଛି । ନଖିଙ୍କର ଏକ ଅସ୍ତ୍ରୋପଚାର ଚାଲିଥିବା ବେଳେ ସେ ଗୁରୁତର ହେଇ ପଡ଼ିଥିଲେ । ଆଉ ସେଠାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା ।

ଆଉ ମୃତ୍ୟୁ ପରେ ଡାକ୍ତରଖାନା ପରିସରରେ ଅନେକ କିଛି ଗଣ୍ଡଗୋଳ ଦେଖା ଦେଇଥିଲା । କିନ୍ତୁ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ସମସ୍ତେ । କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ମଧ୍ୟ ମିଳିଛି । ଅନ୍ୟପଟେ ଚିକିତ୍ସା ଅବହେଳାରୁ ନଖିଙ୍କର୍ ମୃତ୍ୟୁ ହୋଇଥିବା ଅଭିଯୋଗ ସହିତ କ୍ଷତି ପୂରଣ ଦାବିରେ ମେଡିକାଲ୍ ସାମ୍ନାରେ ଧାରଣାରେ ବସିଥିବା ଗ୍ରାମବାସୀ ମାନେ ଧାରଣାରୁ ଓହରି ଯାଇଛନ୍ତି । ଘଟଣା ସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଆଉ ତାପରେ ଯାଇ ଧାରଣା ହଟିଥିଲା ।

Leave a Reply

Your email address will not be published. Required fields are marked *