ମାଟିରେ ଶୋଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିନକୁ ମାତ୍ର ୩ ରୁ ୪ ଘଣ୍ଟା ନେବେ ବିଶ୍ରାମ… କାରଣ ସେ ହେଉଛନ୍ତି ଯଜମାନ।
ଭୁଇଁରେ ଶୋଇବେ ଖାଇବେନି କିଛି ସ୍ୱାଦିଷ୍ଟ ଖାଦ୍ୟ। ଦିନକୁ ଶୋଇବେ ମାତ୍ର ୩ ରୁ ୪ ଘଣ୍ଟା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିବେ ୧୨୧ ଜଣ ବ୍ରାହ୍ମଣ।ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ହେବେ। ହଁ ଆଜ୍ଞା ଯଜମାନ ହେବା କୌଣସି ଏକ ଛୋଟ କାମ ନୁହେଁ। ହଁ ଆଜ୍ଞା ଯଜମାନ ହେବା ସବୁଠାରୁ ବଡ଼ କାମ। କୌଣସି ଏକ ବଡ଼ ଅନୁଷ୍ଠାନ କରିବା ପୂର୍ବରୁ ଯଜମାନଙ୍କୁ ନିଷ୍ଠାରେ ରହିବାକୁ ପଡିଥାଏ ତାହା ହେଉଛି ହିନ୍ଦୁ ଧର୍ମର ପରମ୍ପରା। କେବଳ ଯଜମାନ ନୁହଁନ୍ତି ଏ କର୍ମ କରିବାକୁ ଥିବା ୧୨୧ ଆଚାର୍ଯ୍ୟ ବା ବ୍ରାହ୍ମଣ ମଧ୍ୟ ଏହି ୧୧ ଦିନ ଅନୁଷ୍ଠାନରେ ରହିବେ।
କୌଣସି ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଅନୁଷ୍ଠାନର ନିୟମ ବଡ଼ କଠିନ। ଯିଏ ବି ଯଜମାନ ହୁଅନ୍ତୁ ନାଁ କାହିଁକି ତାଙ୍କୁ ସର୍ବ ପ୍ରଥମେ ଆଚାର୍ଯ୍ୟ ପାଳନ କରିବାକୁ ହୋଇଥାଏ। ଏଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ଉଠିବା ପ୍ରକ୍ରିୟା ବଡ଼ କଠିନ। ଏଇ ଯେମିତି ୨୪ ଘଣ୍ଟାରେ ଅନୁଷ୍ଠାନ କାରୀଙ୍କୁ ମାତ୍ର ୩ ରୁ ୪ ଘଣ୍ଟା ଶୋଇବାକୁ ହୋଇଥାଏ। ହଁ ଆଜ୍ଞା ଏହି ଅନୁଷ୍ଠାନ ସମୟରେ ଯଜମାନ ଓ ଆଚାର୍ଯ୍ୟ ଉଭୟଙ୍କୁ ଭୁଇଁରେ ଶୋଇବାକୁ ପଡିଥାଏ। ମାଟିରେ ଶୋଇବାକୁ ପଡିଥାଏ। ତେବେ ଶୋଇବା ପାଇଁ ମାଟି ଉପରେ କୁଶ ଆସନ ବିଛା ଯାଇଥାଏ। ଯାହା ଉପରେ ଅନୁଷ୍ଠାନ କରୁଥିବା ବ୍ୟକ୍ତି ଶୋଇଥାନ୍ତି। ଯଜମାନ ଭୂମିକା ନିଭାଉଥିବା ବ୍ୟକ୍ତି ଶୋଇବେ। ଏହା ସହ ଆଚାର୍ଯ୍ୟ ବା ବ୍ରାହ୍ମଣ ମାନେ ଶୋଇବେ।
ଆଉ ଜିଏବି ଅନୁଷ୍ଠାନର ଆଚାର୍ଯ୍ୟ ବନିବେ ଅବା ଯଜମାନ ହେବେ ସେମାନେ ସ୍ୱାତିକ ଭଜନ ଗ୍ରହଣ କରିବେ। ଏହି ସମୟରେ ସମ୍ପୂର୍ଣ୍ଣ ନିରାମିଷ ଭଜନ କରାଯାଇଥାଏ ଏବଂ ଅନୁଷ୍ଠାନର ଏକ ଅଙ୍ଗ ମନେ କରାଯାଇଥାଏ। ତେବେ ଏ ସବୁ ଭିତରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯଜମାନ ବନୁଛନ୍ତି ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ ସେତିକିବେଳେ ମୋଦୀ ୧୧ ଦିନ ମାଟି ଚଟାଣରେ ଶୋଇବେ।
ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ନାହିଁ। ଦିନକୁ ମାତ୍ର ୩ ରୁ ୪ ଘଣ୍ଟା ଶୋଇବେ। କାରଣ ଏ ହେଉଛି ଜଣେ ଯଜମାନଙ୍କର କର୍ତ୍ତବ୍ୟ। ଯେତେବେଳେ ଏକ ବଡ଼ ଅନୁଷ୍ଠାନ ହେଉଛି ଠିକ ସେତିକିବେଳେ ଯଜମାନ ଭୂମିକାରେ ରହୁଥିବା ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏ ନିୟମ। ଆଉ ଏଇ ୧୧ ଦିନ ହିଁ ଧ୍ୟାନ ପୂଜା ପାଠର ଏଇ ଗୁରୁତ୍ୱ ଦିଆଯିବ।
ଏଠି ଜଣେଇବା ଦେବା ପାଇଁ ଚାହିଁବୁ କୌଣସି ଅନୁଷ୍ଠାନର ପ୍ରାରମ୍ଭ ଏବଂ ପୂରଣ ଧାର୍ଯ୍ୟ ସମୟ ଅନୁସାରେ ହୋଇଥାଏ। ଯଦି ପୂଜା ଅନୁଷ୍ଠାନର କଥା କୁହାଯାଏ ତେବେ ବ୍ରାହ୍ମଣ ଭଜନ ପରେ ହିଁ ଏହା ସମାପ୍ତ ହୋଇଥାଏ। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଷ୍ଠାନ ଭଙ୍ଗ କରିବେ।ଆଜ୍ଞା ହଁ ଏହି ୧୧ ଦିନ ଆମ ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଟିର ଚଟାଣରେ ଶୋଇବେ।