ମୁଁ ଦୁଇକ ପଣିକିଆ ଶିଖୁନଥିଲି । ଗୀତ ଲେଖା ହେଲା ବୋଲି ପଣିକିଆ ଶିଖିଲି ଆଉ ଭାଇରାଲ ହେଲି ।
ବନ୍ଧୁଗଣ ଆଜିକା ସମୟରେ ଦୁଇ ଝିଅଙ୍କ କଥା କହିବା ଯିଏ ଦୁଇକ ପଣିକିଆ ଏମିତି ସେମିତି ଶିଖାନ୍ତି ନାହିଁ । ତାଙ୍କର ଶିଖେଇବାର ଢଙ୍ଗ ହିଁ କିଛି ଅଲଗା । ଆଉ ସେଇଥିପାଇଁ କୁନି କୁନି ପିଲାମାନେ ତାଙ୍କ ଭିଡ଼ିଓ ବହୁତ୍ ଦେଖନ୍ତି । କୁନି କୁନି ପିଲାଙ୍କ କଥା ମଧ୍ୟ ଛାଡ଼, ଯୁବ ବୟସ୍କ ଏବଂ ବୃଦ୍ଧ ବୟସ୍କ ଲୋକମାନେ ମଧ୍ୟ ଏଇ ଝିଅର ଭିଡ଼ିଓ ଦେଖନ୍ତି ଆଉ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଇବା ଦିଅନ୍ତି । ତାଙ୍କର ଛୋଟିଆ ଛୋଟିଆ ପାଟିରେ କୁନି କୁନି ଢଗ ଯେଉଁ ବାହାରେ ତାକୁ ଅନେକ ଲୋକଙ୍କ ଭଲ ପାଇବା ମିଳେ ।
ସେ ପଣିକିଆ ହେଉ କିମ୍ଵା ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ହେଉ ସବୁଥିରେ ସେ ଢଗ ଢମାଳି କରି ଆପଣଙ୍କ ମନ ଭାରି ଜିତିଛନ୍ତି । ତେବେ ସେହି କୁନି ଝିଅ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରୀତି ସୁଲଗ୍ନା ଆଉ ତାଙ୍କ ସାଇଡରେ ଆଉ ଜଣେ ଝିଅ ଥାଆନ୍ତି ସେ ତାଙ୍କ ଭଉଣୀ ସୃତି ସୁଲଗ୍ନା । ଦୁଇବର୍ଷ ପୂର୍ବରୁ ଏହି ଦୁଇ ଭଉଣୀଙ୍କ ଭିଡ଼ିଓକୁ ଆପଣମାନେ ବହୁତ୍ ଭଲ ପାଇବା ଦେଉଥିଲେ ଯେ ତାର ହିସାବ ନାହିଁ ।
ସେ ୟୁ-ଟ୍ୟୁବ୍ ହେଉ କିମ୍ଵା ତାଙ୍କର ଇନ୍ଷ୍ଟାଗ୍ରାମ ବା ଫେସବୁକ୍ ସମସ୍ତଙ୍କୁ ଭଲ ଶିକ୍ଷା ଦେବା ପାଇଁ ନିଜର ଏକ ଢ଼ଙ୍ଗରେ କବିତା ବୋଲନ୍ତି । ତେବେ ନିକଟରେ ଏକ ସାକ୍ଷାତକାର ସମୟରେ ପ୍ରୀତି ସୁଲଗ୍ନା କହିଛନ୍ତି ସେ ଗୀତ ବୋଲନ୍ତି, ଖେଳନ୍ତି, ନାଚନ୍ତି ଆଉ ଯାହା କାମ ଥାଏ ସବୁ କରନ୍ତି । ଝାଡୁ କରନ୍ତି ଆଉ ବେଳେ ବେଳେ ପରଠା ବନେଇ ଦିଅନ୍ତି । ତେବେ ସେ କିପରି ଏତେ ଭାଇରାଲ ହୋଇଗଲେ ବୋଲି ପଚରା ଯାଇଥିଲା ତାର ଉତ୍ତରରେ ପ୍ରୀତି କହିଥିଲେ ଯେ ସେ ଦୁଇକ ପଣିକିଆରୁ ଭାଇରାଲ୍ ହୋଇଗଲେ । ସେ ଦୁଇକ ପଣିକିଆ ଟା ତାଙ୍କ ବାବା ଲେଖିଥିଲେ ।
ତେବେ ପ୍ରୀତି କହିଛନ୍ତି ଯେ ସେ ଦୁଇକ ପଣିକିଆ ଶିଖୁନଥିଲେ ସେଥିପାଇଁ ଏହି ଗୀତଟା ହେଲା ବୋଲିକି ଏବେ ଶିଖୁଛନ୍ତି । ତେବେ ଗୀତଟି ହେଲା “ଦୁଇ କେ ଦୁଇ କାଠ ଖାଇଗଲା ଉଈ” । ଆଉ ସେହି ଦୁଇକ ପଣିକିଆ ଆଜି ୮କରେ ପହଞ୍ଚିଲାଣି । ପ୍ରୀତିର ଭଉଣୀ ଶୃତି ସୁଲଗ୍ନା କହିଛନ୍ତି ସେ ପ୍ରୀତିଙ୍କ ଠାରୁ ୩/୪ ବର୍ଷ ବଡ଼ । ଆଉ ସାନ ଯେହେତୁ ପ୍ରିତି ଟିକେ ଦୁଷ୍ଟ ହୁଏ ଆଉ ଟିକିଏ ଚୁଲବୁଲି ଅଛି । ତେବେ ନିକଟରେ ଦୁଇ ଭଉଣୀଙ୍କ ୮କ ପଣିକିଆ ୟୁ-ଟ୍ୟୁବ୍ ରେ ଅପଲୋଡ଼ ହୋଇଛି ।