ରାମ ମନ୍ଦିରକୁ ଏଣ୍ଟ୍ରି କରୁଥିଲେ ସାବଧାନ । ଏହି ସବୁ ଜିନିଷ ନେଇ ଯାଉଥିଲେ ସାଧା ଯିବେ ଜେଲ!

ରାମ ମନ୍ଦିରକୁ ଏଣ୍ଟ୍ରି କରୁଥିଲେ ହୋଇ ଯାଆନ୍ତୁ ସାବଧାନ । ଏହି ସବୁ ଜିନିଷ ନେଇ ଯାଉଥିଲେ ସିଧା ଯିବେ ଜେଲ୍ । ଭିଭିଆଇପିଙ୍କୁ ମଧ୍ୟ ମାନିବାକୁ ପଡ଼ିବ ଏହି ସବୁ ନିୟମ । କାରଣ ଅଧିକ ସୁରକ୍ଷାରେ ରହିଛି ରାମ ମନ୍ଦିର । ଆଜ୍ଞା ହଁ ବନ୍ଧୁଗଣ ଆଖିରେ ନାଚୁଛି ଏବେ ଅଯୋଧ୍ୟା । ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ । ଉତ୍ସବରେ ଯୋଗ ଦେବାକୁ ଜାନୁଆରୀ ୨୨ରେ ଅଯୋଦ୍ଧାରେ ଲାଗିବ ଭିଭିଆଇପିଙ୍କ ଭିଡ ।

ଏଥିପାଇଁ ‘ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ’ ପକ୍ଷରୁ କରାଯାଇଛି କିଛି ନିୟମ । ଆଉ ନିୟମକୁ ମଧ୍ୟ ଭାଙ୍ଗି ପାରିବେନି ଭିଭିଆଇପି । ତେବେ କଣ କଣ ରହିଛି ନିୟମ ଆସନ୍ତୁ ଜାଣିବା । ପ୍ରାଣ ପ୍ରତିଷ୍ଠା ଦିନ ମନ୍ଦିରରେ ପ୍ରବେଶ ସମୟରେ କୌଣସି ବି ବ୍ୟକ୍ତି ସାଙ୍ଗରେ ମୋବାଇଲ୍ ଫୋନ୍ କିମ୍ବା ପର୍ସ ନେଇ ପାରିବେନି । ଏମିତିକି ସେମାନେ ସାଙ୍ଗରେ ଇୟରଫୋନ୍ କିମ୍ବା ରିମୋଟ୍ ବାଲା ଚାବି ମନ୍ଦିର ମଧ୍ୟ ମନ୍ଦିରକୁ ନେଇ ପାରିବେନି । ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଟ୍ରଷ୍ଟ ୬ ହଜାରରୁ ଅଧିକ ନିମନ୍ତ୍ରଣ ପତ୍ର ପଠାଇଛି । ଆଉ ୭ ହଜାରୁ ଅଧିକ ଅତିଥି ଆସିବାକୁ ଥିବା ଅନୁମାନ କରାଯାଉଛି ।

ଦେଶର ବିଭିନ୍ନ ସ୍ଥାନର ସାଧୁ ସନ୍ଥ ନିଜ ଶିଷ୍ୟମାନଙ୍କ ସହିତ ରାମ ମନ୍ଦିରର ଉଦଘାଟନ ପାଇଁ ଆସିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସମସ୍ତଙ୍କୁ ମୁଖ୍ୟ ପରିସରର ବାହାରେ ରହିବାକୁ ପଡ଼ିବ । ତେବେ ମନ୍ଦିର ପରିସରକୁ ସନ୍ଥମାନେ ନିଜର ଆଶାବାଡି ନେଇ ପାରିବେନି । ଏମିତିକି ସେମାନଙ୍କର ଛତା, ଠାକୁର ଜୀ, ସିଂହାସନ କିମ୍ବା ପାଦୁକା ନେବାକୁ ବି ଅନୁମତି ଦିଆ ଯାଇନାହିଁ । ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କୁ ରାମ ମନ୍ଦିର ପକ୍ଷରୁ ନିମନ୍ତ୍ରଣ ଯାଇଛି ସେମାନେ ହିଁ କେବଳ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

ତେବେ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ଭାରତୀୟ ପୋଷାକ ପିନ୍ଧିପାରିବେ । ତେବେ ଟ୍ରଷ୍ଟବୋର୍ଡ ଅଫିସିଆଲ ଡ୍ରେସକୋଡ ଘୋଷଣା କରିନି । କିନ୍ତୁ ପୁରୁଷମାନେ ଧୋତି, ଗାମୁଛା, କୁର୍ତ୍ତା-ପାଇଜାମା ଏବଂ ମହିଳାମାନେ ସାଢୀ, ସାଲୱାର ସୁଟରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପାରିବେ । ତେବେ ୨୨ ଜାନୁଆରୀରେ ଅଯୋଧ୍ୟାରେ ଏକ ବିରାଟ ଜନସମାଗମ ହେବ । ତେଣୁ ଲୋକଙ୍କୁ କୁହାଯାଇଛି ଯେ ଯେଉଁମାନେ ନିମନ୍ତ୍ରଣ ପତ୍ର ପାଇଛନ୍ତି ସେମାନେ କେବଳ ଅଯୋଧ୍ୟା ଆସିବା ଉଚିତ୍ ।

Leave a Reply

Your email address will not be published. Required fields are marked *