ମୃ-ତ୍ୟୁ ପୂର୍ବରୁ ବାପାଙ୍କ ସହ କଣ ଘଟିଥିଲା ଖୋଲି କହିଲେ ପୁଅ!
ମକର ସଂକ୍ରାନ୍ତି ପାଇଁ ଆମେ ବାପାଙ୍କ ପାଖକୁ ଯାଇଥାଆନ୍ତୁ, ସେଥିପାଇଁ ଆମେ ପ୍ୟାକିଂ ମଧ୍ୟ କରି ସାରିଥିଲୁ, ମାଆଙ୍କୁ ଫୋନ୍ କରୁଥିଲେ ଆଉ କହୁଥିଲେ କି ମୋତେ ଛୁଟି ମିଳୁନି ତୁମେ ମୋ ପାଖକୁ ଆସ ଆଉ ଏଠାରେ ରହିକି ଯିବ, ବିଡ଼ିଓ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ଏମିତି କହୁଥିଲେ।ଅଫିସ୍ ରେ ମକର ସଂକ୍ରାନ୍ତି ପାଇଁ ମାଗିଥିଲେ ଛୁଟି କିନ୍ତୁ ବାପାଙ୍କୁ ଛୁଟି ମିଳିନଥିଲା, ସେଥିପାଇଁ ବାପାଙ୍କ ପାଖକୁ ମୁଁ ଆଉ ମୋ ମାଆ ଆସନ୍ତାକାଲି ଯାଇଥାଆନ୍ତୁ।
ବାପା ମୋତେ ହସି ହସି କହିଥିଲେ କି ତମେ ଆସ ମୁଁ ତୁମକୁ ପିକଅପ୍ କରିନେବି କିନ୍ତୁ କିଏବା ଜାଣିଥିଲା ସେଇ ଦୁଇପଦ କଥା ଏଇ ପୁଅ ପାଇଁ ବାପାଙ୍କର ଶେଷ କଥା ହୋଇଯିବ ବୋଲି। ଏହାପରେ ସବୁକିଛି ଓଲଟପାଲଟ ହୋଇଗଲା ବାପାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାପାଙ୍କର ଏଭଳି ମୃ-ତ୍ୟୁ କୁ ସହି ପାରୁନି ପୁଅ। ସେଠାରେ ପହଞ୍ଚିଥିଲେ ମକର ସଂକ୍ରାନ୍ତି ରେ ବାପା,ମାଆ ଆଉ ମୁଁ ମନ୍ଦିର ଯାଇଥାଆନ୍ତୁ କିନ୍ତୁ ତାହା ପୂର୍ବରୁ ଆମର ସୁଖର ସଂସାର ଉଜୁଡି ଗଲା। ସ୍ତ୍ରୀ ଓ ପୁଅଙ୍କ ସହ କଥା ହେବା ତାଙ୍କର ଶେଷ କଥା ହୋଇଗଲା।
ବାପା କେବେବି ଚିନ୍ତା ରେ ରହୁ ନଥିଲେ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ ଆଉ ବିଳମ୍ବିତ ରାତିରେ ଘରକୁ ଆସନ୍ତି, ଏମିତି ସବୁ କହୁଥିଲେ ତାଙ୍କ ପୁଅ।ଅକ୍ଟୋବର ୨୫ ରେ କାମରେ ଯୋଗ ଦେବା ପରଠାରୁ ଆଉ ଘରକୁ ଆସୁନଥିଲେ ଗତକାଲି ବାପା ଅଫିସ୍ ମଧ୍ୟ ଯାଇଥିଲେ ଆଉ ମକର ସଂକ୍ରାନ୍ତି ପାଇଁ ଛୁଟି ମାଗିଥିଲେ ଘରକୁ ଯିବାକୁ, କିନ୍ତୁ ଏମିତି କ’ଣ ହେଲା କେଜାଣି ଅଫିସ୍ ରୁ ଫେରିଲା ପରେ ଏଭଳି ପଦକ୍ଷେପ ନେଇଗଲେ।
ଶେଷରେ ସରକାରୀ କ୍ୱାର୍ଟରରେ ଜୀବନ ହାରିଦେଲେ, ଏଭଳି ମୃ-ତ୍ୟୁ କୁ ସହିପାରୁ ନାହାଁନ୍ତି ସ୍ତ୍ରୀ, ପୁଅ ଓ ପରିବାର ଲୋକେ, ସମସ୍ତେ ଭାଙ୍ଗିପଡିଛନ୍ତି ଆଉ କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ଘର। ଏଭଳି ପୁଅକୁ ହରାଇ ୮୮ ବର୍ଷର ବୁଢ଼ା ବାପା ପୂରା ସ୍ତବ୍ଧ ହୋଇ ଯାଇଛି, ବାପର ଆଖି ଆଗରେ ପୁଅର କୋକେଇ ଉଠୁଛି ଏହାକୁ ବୁଢ଼ା ବାପା ଟି କେମିତି ସହିବ ଆଖିରୁ ଧାର ଧାର ହୋଇ ବୋହି ପଡ଼ୁଛି ଲୁହ।