ଇଏ ହେଉଛନ୍ତି ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ। ଯିଏକି ଜିତାଇଥିଲେ ରାମ ମନ୍ଦିର କେସ।

ରାମ ମନ୍ଦିର କେସ ଜିତାଇଥିବା ଇଏ ସେହି ମହାନ ଓକିଲ। ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ। ୯୨ ବର୍ଷରେ ସାଢେ ୪ ଘଣ୍ଟା କାଳ ଛିଡା ହୋଇ ଲଢ଼ିଥିଲେ କେସ।ଭଗବାନ ରାମ ହେଉଛନ୍ତି ମୋ କ୍ଳାଇଣ୍ଡ। ମୁଁ ଆଜି ପର୍ଯ୍ୟନ୍ତ ଆସନରେ ବସି କେସ ଲଢ଼ି ନାହିଁ। ଆଉ ଆଜି ଯେତେବେଳେ ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢ଼ୁଛି। ଭଗବାନଙ୍କୁ ନ୍ୟାୟ ଦେବା ପାଇଁ ଚାହୁଁଛି। ସେତେବେଳେ କେମିତି ଆସନରେ ବସି କେସ ଲଢ଼ିବି। ଆଜି ବି ମୋ ଗୋଡ଼ରେ ସେତିକି ଶକ୍ତି ରହିଛି ଯେତେ ସମୟ ହେଲେ ବି ମୁଁ ଏମିତି ଆପଣଙ୍କ ଆଗରେ ଛିଡା ହୋଇ କେସ ଲଢ଼ି ପାରିବି ମୋ ନ୍ୟାୟାଧୀଶ।

ଆଉ ଏହା ଶୁଣିଲା ପରେ କିଛି କହିବା ପାଇଁ ଶବ୍ଦ ପାଇନଥିଲେ ଯୋଜ ମହୋଦୟ।ହଁ ଆଜ୍ଞା ଆମେ ଜଣାଉଛୁ ଭଗବାନ ରାମଙ୍କ ଓକିଲ K.ପରାସରନଙ୍କ କଥା। ଆଜି ପୁରା ଭାରତ ବର୍ଷ ଖୁସିରେ ନାଚି ଉଠୁଛି। ସବୁଆଡେ ଖାଲି ରାମ ନାମର ଶବ୍ଦ। କାରଣ ରାମଙ୍କ ମନ୍ଦିର ପ୍ରତିଷ୍ଠା ହେଉଛି। ଏବେ ପୁରା ଭାରତରେ ସୃଷ୍ଟି ହେଇଛି ଭକ୍ତିମୟ ପରିବେଶ।ହେଲେ ଏ ମନ୍ଦିର ପାଇଁ ଯିଏ କୋର୍ଟରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ କେସ ଲଢ଼ିଥିଲେ ସେ କଥା ସମସ୍ତେ ପ୍ରାୟ ଭୁଲି ଯାଇଛନ୍ତି। ଯାହାଙ୍କ ପାଇଁ ଆଜି ଏହି ଦିନ ଦେଖିବାକୁ ମିଳିଛି। ବୋଧେ ତାଙ୍କୁ କେହି ମନେ ରଖିନାହାନ୍ତି। ହେଲେ ଆଜି ଆମେ ଜଣେଇବୁ K.ପରାସରନଙ୍କୁ ନେଇ ସେଇ ମହାନ କଥା।

ସେଦିନ ଥାଏ ଶେଷ ଶୁଣାଣି ସକାଳୁ ସକାଳୁ କୋର୍ଟରେ ଯାଇ ପହଁଚି ଯାଆନ୍ତି ବରିଷ୍ଠ ଓକିଲ। K.ପରାସରନ। ଆରମ୍ଭ ହୁଏ ଶୁଣାଣି। ଘଣ୍ଟା ଘଣ୍ଟା ଧରି ଚାଲେ ପ୍ରଶ୍ନ କାଳ। K.ପରାସରନଙ୍କ ସାଢ଼େ ୪ ଘଣ୍ଟା ଧରି ୯୨ ବର୍ଷରେ ଛିଡା ହୋଇ ବିରତି ଓକିଲଙ୍କ ସହ କେସ ଲଢ଼ି ଥିଲେ। ଯୋଜ ତାଙ୍କୁ ବସିପିଡ଼ିବାକୁ କହିଥିଲେ ସୁଧା ସେ କିନ୍ତୁ ବସିବାକୁ ମନା କରିଦେଇଥିଲେ।କହିଥିଲେ କି ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢ଼ୁଛି କେମିତି ବସି ପାରିବି। ଏଭଳି କଥା ଶୁଣିବା ପରେ ପୁରା ଚୁପ ହୋଇଯାଇଥିଲେ ଯୋଜ ମହୋଦୟ।

ତେବେ ଅନେକ ଦିନର ଲଢେଇ ପରେ ଶେଷରେ ବିଜୟ ହାସଲ କରିଥିଲେ। K.ପରାସରନ କେବେ ହେଲେ ହାର ମାନି ନାହାନ୍ତି। ସେଥିପାଇଁ ତାଙ୍କୁ କୁହାଯାଏ ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ। ପ୍ରତୀକ୍ଷଣ ସେ ଭଗବାନଙ୍କ ଠାରୁ ଶକ୍ତି ନେଇ କେସ ଲଢ଼ିଛନ୍ତି। ଭଗବାନଙ୍କୁ ନ୍ୟାୟ ଦେବା ପାଇଁ ସଙ୍ଘର୍ଷ କରିଛନ୍ତି।ଯଦି ଦେଖିବା K.ପରାସରନଙ୍କୁ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିଛନ୍ତି। ହେଲେ ଏବେ ତାଙ୍କୁ ୯୬ ବର୍ଷ ହୋଇଥିବା ବେଳେ ସେ ପ୍ରତିଷ୍ଠା ମହୋତ୍ସବକୁ ଆସିବେ କି ନାହିଁ ତାହା ଠିକ ହୋଇନାହିଁ। ଏହା ପୂର୍ବରୁ K.ପରାସରନ ରାମ ମନ୍ଦିର ଆସି କାମ କେମିତି ହେଉଛି ତାହା ତଦାରଖ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top