ବାପାଙ୍କ ପାଇଁ ଦୁଃଖରେ ଗୀତ ଗାଇଲେ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି… ଭିଡିଓ ହେଲା ଭାଇରାଲ।

ଗୀତ ଗାଇଲେ ଅନୁଭବ। ଏ ଗୀତ କୌଣସି ସିନେମାର ଗୀତ ନୁହେଁ। ବାପାଙ୍କ ପାଇଁ ଗୀତ ଗାଇଛନ୍ତି ଅନୁଭବ ମହାନ୍ତି। ଆଜ୍ଞା ହଁ ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଏମିତି ଏକ ଫୋଟ ସହ ଭିଡିଓର ଛୋଟ ଏକ କ୍ଲିପ ଭାଇରାଲ ହେଉଛି। ଯେଉଁଥିରେ କେନ୍ଦ୍ରାପଡ଼ା ସାଂସଦ ଆମ ସମସ୍ତଙ୍କର ସୁପରଷ୍ଟାର ଅନୁଭବ ମହାନ୍ତି ଗୀତ ଗାଉଛନ୍ତି। ତାହା ପୁଣି ବାପାଙ୍କୁ ନେଇ।

ଆମେ ସମସ୍ତେ ଜାଣିଛେ ପାରିବାରିକ ବିବାଦର ଲଢେଇ ପରେ ହାଇକୋର୍ଟ ଯେତେବେଳେ ଛାଡ଼ପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଠିକ ସେତିକିବେଳେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଅଛି। ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଏବେ ଅସ୍ତ୍ରୋପଚାର ପରେ ତାଙ୍କ ବାପାଙ୍କର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।

ଠିକ ଏହି ସମୟରେ କେନ୍ଦ୍ରାପଡା ସାଂସଦ ତାଙ୍କ ଭାଇ ସାନ ଭାଇ ଅନୁପ୍ରାସ ମହାନ୍ତି ସମସ୍ତେ ମିଶି ତାଙ୍କ ବାପାଙ୍କ ପାଇଁ ଏକ ସ୍ପେଶାଲ ଗୀତ ଗାଇଛନ୍ତି। ଯାହାର କିଛି ଝଲକ ସାଂସଦ ଅନୁଭବ ମହାନ୍ତି ନିଜ ହୁଆଟସପ ଆପରେ ରଖିବା ସହିତ ସୋସିଆଲ ମିଡିଆରେ ମଧ୍ୟ ସେ ସେୟାର କରିଛନ୍ତି। କାରଣ ଆପଣ ଅନୁଭବ ମହାନ୍ତିଙ୍କୁ ଯେଉଁଠି ଦେଖନ୍ତି ସବୁବେଳେ ଅନୁଭବ ମହାନ୍ତି ଗୋଟିଏ କଥା କହନ୍ତି କି ସମସ୍ତେ ବାପା ମା’ଙ୍କର ସେବା କର। ବାପା ମା’ ହେଉଛନ୍ତି ଚଳନ୍ତି ଦେବତା। ବାପା ମା’ଙ୍କୁ କେବେବି ହତାଦର କରିବ ନାହିଁ।

ଆଉ ଠିକ ଏତିକିବେଳେ ତାଙ୍କର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ତାଙ୍କର ବାପାଙ୍କର ଯତ୍ନ ନିଅନ୍ତି। ବାପାଙ୍କ ସହ ଥଟା ମଜା କରନ୍ତି ବାପାଙ୍କୁ ଖୁଆଇ ଦେଉଥିବା ବାପାଙ୍କର ସେବା କରୁଥିବା ଏମିତିକି ବାପାଙ୍କ ଗୋଡ଼ରେ ପାଦ ଲଗାଇଦେଉଥିବା ଭିଡିଓ ବି ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଠିକ ଏତିକି ବେଳେ ବାପା ଯେତେବେଳେ ଡାକ୍ତରଖାନାରେ ସଫଳ ଅସ୍ତ୍ରୋପଚାର ପରେ ଚିକିତ୍ସିତ ହେଉଛନ୍ତି ଠିକ ସେତିକିବେଳେ ତାଙ୍କ ସାନ ଭାଇ ଏବଂ ସେ ମିଶି ତାଙ୍କ ବାପାଙ୍କ ଉଦ୍ଧେଶ୍ୟରେ ଏକ ଗୀତ ଗାଇଛନ୍ତି ଯେଉଁ ଗୀତର ଝଲକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି।

Leave a Comment

Your email address will not be published. Required fields are marked *

Scroll to Top