ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରହିଛି ବଡ଼ ଅବଦାନ । ୩୧ ବର୍ଷ ହେଲା ମୁହଁ ବନ୍ଦ କରି କରିଥିଲେ ମଉନ ବ୍ରତ ।

ଭାରତର କୋଣ ଅନୁକୋଣରେ ରହିଛନ୍ତି ରାମଙ୍କ ଭକ୍ତ । ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କିଏବ କଣ ନକରିଛି । ହେଲେ ଆମେ ଆଜି ଏମିତି ଜଣଙ୍କୁ ଦେଖାଇବୁ ଯିଏ ୩୧ ବର୍ଷ ହେଲା ମୁହଁ ଖୋଲି ନାହାଁନ୍ତି । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରହିଛି ଏହି ମହିଳାଙ୍କ ବଡ଼ ଅବଦାନ I ଭାବରେ ବନ୍ଧା ପ୍ରଭୁ ଶ୍ରୀରାମ । ସମର୍ପଣ ଭାବ ହିଁ ମର୍ଯ୍ୟାଦା ପୁରୁଷ ରାମଙ୍କ ପ୍ରାପ୍ତିର ପ୍ରଥମ ମାର୍ଗ । ଏହି ମାର୍ଗକୁ ଆପୋଣେଇ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ମଉନ ବ୍ରତ ପାଳନ କରିଛନ୍ତି ୭୨ ବର୍ଷୀୟା ବୃଦ୍ଧା ସରସ୍ୱତୀ ଦେବୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଉନ ବ୍ରତ ଭାଙ୍ଗିବେ ବୋଲି ସଙ୍କଳ୍ପ ନେଇଛନ୍ତି ସରସ୍ୱତୀ ଦେବୀ ।

ଏମତି ଏକ ରାମ ଭକ୍ତ ତାଙ୍କ ପୁରା ଜୀବନ ରାମମନ୍ଦିରର ନିର୍ମାଣ ନେଇ ଏକ ଦୃଢ ସଙ୍କଳ୍ପରେ ବିତେଇ ଦେଇଛନ୍ତି । ସେହି ଅନନ୍ୟ ରାମ ଭକ୍ତ ସରସ୍ୱତୀ ଦେବୀଙ୍କ ଏ ପ୍ରତିଜ୍ଞା କହିଦେଉଛି ଭଗବାନ ଶ୍ରୀରାମଙ୍କ ପ୍ରତି ତାଙ୍କ ପ୍ରେମ ଆଉ ସମର୍ପଣ ଭାବକୁ । ଆଜ୍ଞା ହଁ ଝାଡଖଣ୍ଡର ଧନବାଦରେ ରହୁଥିବା ଏହି ବୃଦ୍ଧାଙ୍କ ଆଖିର ଜ୍ୟୋତି ମଧ୍ୟ ଶ୍ରୀୀରମଙ୍କୁ ଦେଖିବା ପାଇଁ ଚମକୁଛି । ତେବେ ବନ୍ଧୁଗଣ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ ।

କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି । ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଧାନବାଦ୍‌ର ବାସିନ୍ଦା ସରସ୍ୱତୀ ଦେବୀ ଏହି ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଥିଲେ । ଏହି ଇଚ୍ଛା ସହିତ ସେ ୧୯୯୨ ମସିହାରୁ ମଉନ ବ୍ରତ କରିବା ଆରମ୍ଭ କରିଥିଲେ । ଏବେ ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ତାଙ୍କ ସ୍ୱପ୍ନ ପୂରଣ ହେଉଛି । ସରସ୍ୱତୀ ଦେବୀ ଏହି ପବିତ୍ର ଦିନରେ ୩୧ ବର୍ଷ ପରେ ‘ସୀତାରାମ’ ଶବ୍ଦ ସହିତ ନିଜ ମଉନ ବ୍ରତ ଭାଙ୍ଗିବେ ।

ସରସ୍ୱତୀ ଦେବୀ ତାଙ୍କର ମଉନ ବ୍ରତ ସମୟରେ ୪ ଧାମ ପରିଦର୍ଶନ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରିସାରିଛନ୍ତି । ୧୯୮୬ରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ସରସ୍ୱତୀ ଦେବୀ ନିଜ ଜୀବନକୁ ଭଗବାନ ରାମଙ୍କ ପାଦତଳେ ଉତ୍ସର୍ଗ କରିଦେଇଛନ୍ତି । ବର୍ତ୍ତମାନ ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି । ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ଦୀର୍ଘ ୩ ଦଶନ୍ଧି ପରେ ତାଙ୍କ ଜୀବନ ସାର୍ଥକ ହୋଇଛି ।

Leave a Reply

Your email address will not be published. Required fields are marked *