“ପ୍ରଥମଦେଖା ପାଇଁ ନୟାଗଡ଼ରୁ କଟକ ଆସିଥିଲି । ଦିନସାରା ଗୋଟେ ସିଙ୍ଗଡ଼ା ଖାଇ ରହିଥିଲି ହେଲେ… ।
ପ୍ରେମ ଅମର ଆଉ ଶାଶ୍ଵତ । ଯଦି ଏହି ପ୍ରେମ ଠିକ୍ ମଣିଷ ସହିତ ହୋଇଯାଏ ନା ତେବେ ଜୀବନରେ ଆଉ କିଛି ଅବସୋସ ରହେ ନାହିଁ । ତେବେ ଆଜିର ସମୟରେ ଏପରି ବହୁତ କମ୍ ପ୍ରେମିକ ପ୍ରେମିକା ରହିଥିବେ, ଯେଉଁମାନେ ନିଜ ପ୍ରେମକୁ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ତେବେ ଏପରି କିଛି ପ୍ରେମ କାହାଣୀ ଆଉ ଏପରି କିଛି ସଂଘର୍ଷ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ତେବେ ସେମାନେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଜଗତରେ ନିଜର ଏକ ସ୍ବତନ୍ତ୍ର ନାମ କମାଇ ସାରିଛନ୍ତି ଆଉ ସାରା ଓଡ଼ିଶାର ଅନେକ ଲୋକ ତାଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି । ଯାହା ଫଳରେ ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ସେମାନେ ପରିଚିତ ହୋଇ ଯାଇଛନ୍ତି । ତେବେ ଏପରି କିଛି ନାମ ଜମାଇଛନ୍ତି ସୋସିଆଲ ମିଡ଼ିଆ ଷ୍ଟାର କୁହା ଯାଉଥିବା ଯୋଡ଼ି ମୁନା ଏବଂ ଚିତ୍ରଲେଖା । ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି ବୋଲି କହିଥାନ୍ତି । ଦୁହେଁ ସୋସିଆଲ ମିଡ଼ିଆରୁ ହିଁ ନିଜର ପ୍ରେମ କାହାଣୀ ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ମୁନା ଗଣମାଧ୍ୟମ ଆଗରେ ନିଜର ଜୀବନର ଅନେକ କାହାଣୀ ସହିତ ଅନେକ ସଂଘର୍ଷ ବଖାଣିଛନ୍ତି ।
ତେବେ ଟିକଟକରୁ ହିଁ ମୁନା ଆଉ ଚିତ୍ରଲେଖାଙ୍କ ପ୍ରଥମେ ଚିହ୍ନାପରିଚୟ ହୋଇଥିଲା । ମୁନା କହିଛନ୍ତି ପ୍ରଥମଥର ଯେବେ ସିଏ ଯାଇଥିଲେ ଦେଖା କରିବାକୁ ଚିତ୍ରଲେଖାଙ୍କ ମୋବାଇଲ୍ ସ୍ଵିଚ ଅଫ୍ ଥିଲା ଆଉ ସେ ଫୋନ୍ ଉଠେଇ ନଥିଲେ ସେବେ ମୁନା ଭାବିଥିଲେ ତାଙ୍କୁ ଚିତ୍ରା ମିଛରେ ଡାକିଥିଲେ ଫେରିକି ଯିବେ ବୋଲି । ଆଉ ଲାଷ୍ଟ ମୋମେଣ୍ଟରେ ସେ ଫୋନ୍ କରି କହିଥିଲେ ତାଙ୍କ ଘରେ ଅସୁବିଧା ଯୋଗୁଁ ସେ ଫୋନ୍ ଉଠାଇ ପାରି ନଥିଲେ । ଆଉ ସେଇ ପ୍ରଥମ ଦେଖା ପରେ ଧୀରେ ଧୀରେ ପ୍ରେମ ଆରମ୍ଭ ହୋଇଥିଲା । ମୁନା ବସ୍ ରେ ନୟାଗଡ଼ରୁ କଟକ ଯାଇଥିଲେ ଚିତ୍ରଲେଖାଙ୍କୁ ଦେଖା କରିବା ପାଇଁ ।
ଆଉ ସେଦିନ ସେ ଗୋଟାଏ ସିଙ୍ଗଡ଼ା ଖାଇ ରହିଥିଲେ । ଚିତ୍ରଲେଖାଙ୍କ ଫୋନ୍ ସ୍ୱିଚଅଫ୍ ଦେଖାଇଲା ସେ ଭାବିଥିଲେ ଆଉ ଦେଖା ହେବନି ବୋଲି ତେଣୁ ସେ ପୁଣି ସେହି ବସ୍ ର ରିଟର୍ଣ୍ଣ କରିବେ ବୋଲି ବାହାରିଥିଲେ । ଆଉ ଜଷ୍ଟ ବସ୍ ରେ ଚଢ଼ୁଥିଲେ ଚିତ୍ରଲେଖାଙ୍କ ଫୋନ୍ ଆସିଲା । ତେବେ ମୁନା ସେକଥାରେ ରାଗି ନଥିଲେ କାରଣ ଜଣକ ଅସୁବିଧା ପାଇଁ ସେ ଆସି ପାରିଲାନି ସେଇଟା ବୁଝିବା ଦରକାର । ପ୍ରଥମେ ମୁନା ସେତେ ଟା ସିରିଅସ୍ ନଥିଲେ ଖାଲି ଭିଡ଼ିଓ ବାନାଉଥିଲେ । କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ବହୁତ୍ ପସନ୍ଦ କଲେ ଆଉ ଧିରେ ଧିରେ ଫିଲିଙ୍ଗସ୍ ଆସିଥିଲା ଯାହାକି ଆଗକୁ ବାହାଘରରେ ପରିଣତ ହେବାକୁ ଯାଉଛି ।