ମିଳିଲା ପ୍ରମାଣ..ଉଡି ଆସିଥିବା ପକ୍ଷୀ ଗରୁଡ଼ ନୁହେଁ । ଏମାନଙ୍କ ମଧ୍ୟରେ ରହିଛି ଅନେକ ତଫାତ..ଦେଖନ୍ତୁ ଏହି ଭିଡିଓରେ
ମିଳିଲା ପ୍ରମାଣ ଏମାନେ ସବୁ ଗରୁଡ ନୁହନ୍ତି । ଗରୁଡ଼ ଶରୀର ଆଉ ଏହି ପକ୍ଷୀ ମାନଙ୍କ ମଧ୍ୟରେ ରହିଛି ଅନେକ ତଫାତ । ଗରୁଡ଼ର ମୁହଁ ମୁନିଆଁ ହୋଇଥିବା ବେଳେ ଏମାନଙ୍କ ମୁହଁ ଚେପା । କିଛିଦିନ ହେବ ଚର୍ଚ୍ଚା ହେଉଛି ଓଡିଶାକୁ ଉଡି ଆସିଚନ୍ତି ଗରୁଡ଼ । ରାମଙ୍କର ଜନ୍ମ ଭୂମି ପ୍ରତିଷ୍ଠା ହେବାକୁ ଥିବା ବେଳେ ଏମାନେ ରାମଙ୍କୁ ସ୍ୱାଗତ କରିବାକୁ ଆସିଛନ୍ତି । ଆଉ ଏହା ଭାବିବା ମଧ୍ୟ ସ୍ୱାଭାବିକ । କାରଣ ଆଗରୁ ଗରୁଡଙ୍କୁ କେହି ମଧ୍ୟ ଦେଖିନାହାନ୍ତି । ଖାଲି ଯାହା ପୌରାଣିକ କଥା ବସ୍ତୁରେ ଦେଖାଯାଇଛି ।
ଏବେ ଯେତେବେଳେ ଗରୁଡ଼ କହୁଥିବା ପକ୍ଷୀଛୁଆ ଉଡି ଆସିଛନ୍ତି ସେମାନଙ୍କୁ ସମସ୍ତେ ଗରୁଡ ବୋଲି କହୁଛନ୍ତି । ହେଲା ଯେଉଁ ପକ୍ଷୀମାନେ ଧରା ହୋଇଛନ୍ତି ସେମାନେ ଏବେ ଗରୁଡ଼ ନୁହେଁ ବୋଲି ପ୍ରମାଣ ମିଳିସାରିଛି । ଏନେଇ ଆମେ ଇଣ୍ଟରନେଟରେ ପ୍ରକୃତ ଗରୁଡ଼ଙ୍କୁ ଅନେକ ଖୋଜିଥିଲୁ ଯାହାପରେ ଆମକୁ ଗୋଟିଏ ଫୋଟୋ ମିଳିଥିଲା ଯାହାକୁ ଆମେ ପୌରାଣିକ ଗରୁଡ଼ ସହ ତୁଳନା କଲୁ । ଯେଉଁଥିରେ ପୁରା ସ୍ପଷ୍ଟ ଜଣା ପଡ଼ିଲାକି ଇଣ୍ଟେର୍ନେଟରେ ମିଳିଥିବା ଗରୁଡ଼ ଛୁଆ ହେଉଛି ପ୍ରକୃତ ଗରୁଡ଼ ।
ଆପଣାମାନ ଦିଆଯାଇଥିବା ଫୋଟୋକୁ ଟିକେ ଲକ୍ଷ୍ୟ କରନ୍ତୁ ଗୋଟିଏ ହେଉଛି ଓ଼ଡିଶାରୁ ଉଦ୍ଧାର ହୋଇଥିବା ଗରୁଡ଼ ଏବଂ ଆଉ ଗୋଟିଏ ହେଉଛି ଇଣ୍ଟେରନେଟରୁ ମିଳିଥିବା ଗରୁଡ଼ ଛୁଆ । ଏହି ଦୁଇଟି ଗରୁଡ଼ ପକ୍ଷୀକୁ ଆମେ ତୁଳନା କଲେ ଆପଣମାନେ ସତ କଣ ଜାଣିପାରିବେ । କାରଣ ପୌରାଣିକ ଗରୁଡ଼ ସହ କେବଳ ଇଣ୍ଟରନେଟରେ ମିଳିଥିବା ଏହି ଗରୁଡ଼ ଛୁଆ ମେଳ ଖାଉଛି । ହେଲେ ଓଡ଼ିଶା ଗରୁଡ଼ ସହ ବିଲକୁଲ ମେଳ ଖାଉନାହିଁ ।
ମୁହଁ ଠାରୁ ଆରମ୍ଭ କରି ଶରୀର ସବୁକିଛି ଭିନ୍ନ ରହିଛି । ଗରୁଡ଼ର ମୁହଁ ଲମ୍ବା ହୋଇଥିବା ବେଳେ ଏହାର ମୁହଁ ଚେପା । ଆଖି ଗୋଲ ହେଲେ ଗରୁଡ଼ର ଆଖି ସାମାନ୍ଯ ଲମ୍ବା । ଓଡ଼ିଶାରୁ ଉଦ୍ଧାର ହୋଇଥିବା ଗରୁଡ଼ କହୁଥିବା ପକ୍ଷୀ ମା ଲକ୍ଷ୍ମୀଙ୍କ ବାହାନ ପେଚା ଶହ ପୂରା ମେଳ ଖାଉଛି । ପେଚାର ମୁହଁ ଓ ଶରୀରର ଆକାର ଯେପରି ଏହି ଶାବକ ମାନଙ୍କର ଆକାର ପୂରା ସେମିତି । ବସିବା ଠାରୁ ଆରମ୍ଭ କରି ଥାନ୍ଟ ଏବଂ ଆଖି ସବୁକିଛି ପେଚା ଭଳି । ଗରୁଡ଼ ଯାହାକୁ କୁହାଯାଉଥିଲା ସେ ସବୁ ଧଳା ପେଚା ବୋଲି ଜଣା ପଡ଼ିଛି ।