ଭୋଟ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଷୟରେ ଏମିତି କହିଲେ ସାଲିଆ ସାହି ଲୋକ।

ବନ୍ଧୁଗଣ ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ପ୍ରସାର । ଆଉ ଏସବୁ ମଧ୍ୟରେ ଦିନକୁଦିନ ମଧ୍ୟ ରୋମାଞ୍ଚକର ହେଉଛି ବିଭିନ୍ନ ଦଳ ମଧ୍ୟରେ ଲଢ଼େଇ । ତେବେ ଆଉ ଚାରି ଦିନ ପରେ ଭୋଟ୍ ଦେବ ଓଡ଼ିଶା ।ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି ।

ଆଉ ଇତି ମଧ୍ୟରେ ଭୋଟ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଷୟରେ ଆକ୍ଷେପ କରି ଏମିତି କହିଲେ ସାଲିଆସାହିର ବାସିନ୍ଦା । ଆଜ୍ଞା ହଁ ବନ୍ଧୁଗଣ ୨୦୨୪ ନିର୍ବାଚନ ପୂର୍ବରୁ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କିଏ ସରକାର ଆସିବ ଆଉ କିଏ ଭୁବନେଶ୍ବର ଉପରେ ରାଜ କରିବ । ଆଉ ଏହାର ମତାମତ ଜାଣିବା ପାଇଁ ମିଡ଼ିଆ ଯାଇ ପହଞ୍ଚିଥିଲା ସାଲିଆସାହି ବସ୍ତିରେ । ଆଉ ପଚରା ଯାଇଥିଲା ଯେ ସେ କାହାକୁ ଭୋଟ ଦେବେ? ବିଜେଡ଼ି ନା ବିଜେପି ନା କଂଗ୍ରେସ୍ ? ସମସ୍ତେ ତୋ ଭୋଟ ନେବା ଚକ୍କରରେ ଅଛନ୍ତି । ସେଥିପାଇଁ ପଇସା ବାନ୍ଟୁଛନ୍ତି, ମଦ ମାଂସ ବାଣ୍ଟୁଛନ୍ତି କିନ୍ତୁ ସେଠାକାର ଲୋକ କାହାକୁ ସପୋର୍ଟ କରିବେ ।

ତେବେ ଏନେଇ ସାଲିଆସାହି ଲୋକେ କହିଛନ୍ତି ଯେ ଆମେ କଣ ପାଇଁ ବିଜେପିକୁ ଭୋଟ ଦେବୁ? ଆମେ ମୋଦିଙ୍କୁ ସ୍ଵାଗତ ଜଣାଉଛୁ କିନ୍ତୁ ଅପରାଜିତା ମ୍ୟାଡ଼ାମ୍ ଙ୍କୁ ନୁହେଁ । ଅପରାଜିତା ଷଡ଼ଙ୍ଗୀ କିଏ । ଆମକୁ ଶଙ୍ଖ ଦରକାର ଆଉ ଭୋଟ ଆମେ ନବୀନକୁ ହିଁ ଦେବୁ । ବିଜେପିକୁ ଗୋଟାଏ ହେଲେ ଭି ଭୋଟ ଯିବାର ନାହିଁ । ଅପରାଜିତା ଷଡ଼ଙ୍ଗୀଙ୍କ ୫ ବର୍ଷ ହେଲା ଦେଖା ନାହିଁ ଆମେ ଚିହ୍ନିନାହୁଁ କିଏ ସେ । ଆହୁରି ମଧ୍ୟ ସାଲିଆସାହିର ଜଣେ ମହିଳା କହିଛନ୍ତି, “ଅପରାଜିତା ଛିଡା ହୋଇଛି କଉ ପାଇବ ଯେ ଛିଡ଼ା ହେଇଛି । ସେ ଛିଡ଼ା ହେଇଥାଉ ସମସ୍ତେ ତୋ ଛିଡ଼ା ହେଉଛନ୍ତି, ମୁଁ ମଧ୍ୟ ଛିଡ଼ା ହେଇ ପାରିବି ।

ଅଧିକାର ସମସ୍ତଙ୍କର ଅଛି କିନ୍ତୁ ପାଇବା ପାଇଁ କାହାର ଅଧିକାର ନାହିଁ । ତେବେ ନବୀନ ସରକାର ଆମକୁ ଦେଉଛନ୍ତି । ଚାଉଳ ଦେଉଛନ୍ତି ଖାଇବାକୁ ପିଲା ମାନଙ୍କର ପାଠପଢ଼ା ଭଲମନ୍ଦ ଦେଉଛନ୍ତି ଘର କଥା ବୁଝାବୁଝି କରୁଛନ୍ତି ତେଣୁ ଶଙ୍ଖରେ ଭୋଟ ଦବୁନି ଅଲଗା କାହିଁକି ଭୋଟ ଦେବୁ? ସାଲିଆସାହିକୁ ଅପରାଜିତା ଷଡଙ୍ଗୀ ବିଲକୁଲ ଆସିନାହାନ୍ତି । ସବୁ ଦଳରୁ ପଇସା ଖାଇବୁ କିନ୍ତୁ ଶଙ୍ଖ ପଇସା ଦେଉ କି ନଦେଉ ତାକୁ ହିଁ ଭୋଟ ଦେବୁ ବୋଲି କହିଛନ୍ତି ସାଲିଆସାହି ଲୋକେ ।

Leave a Reply

Your email address will not be published. Required fields are marked *