ବାପାଙ୍କ ସିଟକୁ ବିଜେଡିକୁ ବିକିଦେଲୁ…
ଆଜି ଆମ ସହିତ ଯିଏ ଅତିଥି ଅଛନ୍ତି ତାଙ୍କ ବିଷୟରେ ମୁଁ ବେଶୀ ପରିଚୟ ଦେବାକୁ ଚାହୁଁନି। କାରଣ ତାଙ୍କୁ ଆପଣ ଦେଖିଛନ୍ତି ସାଇକେଲ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର। ଏବଂ ଏକ ଭିନ୍ନତା ସ୍ୱତନ୍ତ୍ରତା ତାଙ୍କ ମଧ୍ୟରେ ରହିଛି। ସେ ହେଉଛନ୍ତି ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସର ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ।ମୋର ଟାର୍ଗେଟ ହେଲା ଖାଲି ନିମାପଡ଼ା ନୁହଁ ପୁରା ଓଡ଼ିଶାବାସୀଙ୍କର ଆଖି ଖୋଲିବା।
‘ଜାଗ ଓଡ଼ିଶା ଜାଗ’ ବୋଲି ଟାଗ୍ ଲାଇନଟା ମୁଁ ସଦାବେଳେ କୁହେ। କାହିଁକି କୁହେ ?ବହୁତ୍ ଡାଟା ଆନାଲିସିସ୍ କରେ ଆଉ ସେଥିରୁ ଗୋଟେ ବଡ଼ ଜିନିଷଟେ ବାହାରେ ଯେ ୨୫ ବର୍ଷରେ ଓଡ଼ିଶାଟା ହେଇଛି କଣ ?୨୫ ବର୍ଷରେ ଓଡ଼ିଶାରେ କିଛିଟା ରଙ୍ଗ ଲଗାଇବା ବିଲ୍ଡିଂ କିମ୍ବା କିଛିଟା କାଚ ଲଗାଇବା ଲମ୍ବା ଲମ୍ବା ବିଲ୍ଡିଂ ହେଇଛି ଭୁବନେଶ୍ୱରରେ। ତିନିଟା ସୁନ୍ଦରିଆ ବସ୍ ଷ୍ଟାଣ୍ଡ। ବୋଧେ ଲୋକ ବମ୍ବେ ବିମାନ ବନ୍ଦର ଦେଖି ନାହାଁନ୍ତି କିମ୍ବା ହାଇଦ୍ରାବାଦରେ ବିଲ୍ଡିଂସ୍ ଦେଖି ନାହାଁନ୍ତି କି ବେଙ୍ଗଲୋରରେ ଆଇ.ଟି. କମ୍ପାନୀ ଦେଖି ନାହାଁନ୍ତି।
ସେଥିପାଇଁ ଖୁସି ହେଉଛନ୍ତି ଯେ ଭୁବନେଶ୍ଵର ଉନ୍ନତି କରିଛି। ତ ଆଖି ଖୋଲିବା ଦରକାର ଓଡ଼ିଆ ଲୋକଙ୍କର। ଓଡ଼ିଶା ହେଉଛି କ୍ରୀତଦାସ ଆଉ ଭିକାରୀରେ ଭରପୁର। ଏଠି କ୍ରୀତଦାସ ହେଉଛନ୍ତି ଆମ ନେତାମାନେ । କିଏ ଟ୍ରାଫିକ ସମ୍ଭାଳିଲାନି ତ କିଏ ଷ୍ଟେଜ ସମ୍ଭାଳିଲାନି। ଜୀବନରେ ଥରେ ଷ୍ଟେଜ ଉପରେ ଠିଆ ହୋଇ ପାରୁନି କାରଣ ଆଇ.ଏ.ଏସ୍. ଅଫିସରଟେ ଠିଆ ହୋଇଛି। ପବ୍ଲିକରେ କିଛି କହି ପାରିବନି ଆଉ କାମ କଲେ ବି ତାର ଭରସା ନାହିଁ ଯେ ମୋତେ ଟିକେଟଟେ ମିଳିବ।ଉପରୁ ଏମାନେ ଏମିତି ବ୍ରାଣ୍ଡିଂ କରିଛନ୍ତି ଗଣତନ୍ତ୍ରକୁ ସେମାନେ ଆଡ୍ଭାଟାଇଜମେଣ୍ଟତନ୍ତ୍ର କରି ଦେଇଛନ୍ତି।ନବୀନ ପଟ୍ଟନାୟକ ଗୋଟେ ପ୍ରଡକ୍ଟ। ତାର ସବୁଦିନ ଆଡ୍ଭାଟାଇଜମେଣ୍ଟ ଚାଲୁଛି।
ଇଲେକ୍ସନ ଆସିଲେ ଅଫର୍ , ଯେମିତି ଦଶହରା ଆସିଲେ ଅଫର୍। ଲୋକ ଏଇ ଜିନିଷ ଜାଣି ଦରକାର ଯେ କାହିଁକି କଂଗ୍ରେସ ଏମ୍.ଏସ୍.ପି. ଟା ଗ୍ୟାରେଣ୍ଟି କାହିଁକି କରିଲା ତିନି ହଜାରରେ। ଯଦି ଏମ୍.ଏସ୍.ପି. ତିନି ହଜାର ହେବ ତାହାଲେ ଆମ ଚାଷୀର ଇନ୍କମ୍ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ ହାରାହାରି।ଭଲ ନେତାମାନେ ଉଠି ପାରିବେନି। ଲୋଭୀ ନେତା, ସ୍ବାର୍ଥୀ ନେତା ଏ ଦେଖିଲେ ତ କୁକୁର ଠିଆ ହେଲେ ଜିତିବ। ଆମେ କାହିଁକି କଷ୍ଟ କରିବା। ଆମେ ବିଜେଡ଼ି ପଳେଇ ଯିବା। ଆମେ ବି କୁକୁର ହେଇଯିବା। ଯିଏ ଆଜିକା ସମୟରେ ବିଜେଡ଼ି ଯାଇଛି ସିଏ ସ୍ବାର୍ଥ ନେଇକି ଯାଇଛି।