ଅପରାଜିତାଙ୍କ ବିଷୟରେ ପ୍ରଥମଥର ପାଇଁ ଏମିତି କହିଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ ।
ବନ୍ଧୁଗଣ ବର୍ତମାନ ସମୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ । ବଡ଼ ପୁଅ କଂଗ୍ରେସ ପ୍ରାର୍ଥୀ ଆଶାୟୀ । ରାଜନୀତି ମହଲରେ ରୋଚକ ଆଲୋଚନା । ଆଜ୍ଞା ହଁ ବନ୍ଧୁଗଣ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହେବା ପରେ ସୁରଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ତେବେ ଇତି ମଧ୍ୟରେ ମନ୍ମଥ ରାଉତରାୟଙ୍କ ଏକ ସାକ୍ଷାତକାର ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି ମନ୍ମଥ ନାରୀ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ କିଛି କହିଥିବାର ଶୁଣିବାକୁ ମିଳିଥିଲା । ମନ୍ମଥ କହିଥିଲେ ଅପରାଜିତା ଜଣେ ବହୁତ୍ ଭଦ୍ର ମହିଳା । ତାଙ୍କୁ ବହୁତ୍ ସମ୍ମାନ ଦିଅନ୍ତି । ଆଉ ସେ ଧନ୍ୟବାଦ୍ ମଧ୍ୟ ଜଣାଇଲେ ଏମପି ହିସାବରେ କମ୍ପ୍ଲିଟ କରିଥିବାରୁ । ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ମଧ୍ୟ ୱିଶ୍ କରିଥିଲେ ମନ୍ମଥ ।
ମନ୍ମଥ କହିଛନ୍ତି ଆଜିର ୟୁଥ୍ ମାନେ ପ୍ରସ୍ତୁତ ହୋଇଯାଅ କାରଣ ଏଭଳି ଦଳ ଆଉ ମିଳିବନି । ଏଭଳି ଯଦି ସେ ସପୋର୍ଟ ସିଷ୍ଟମ ଦେଇ ପାରିବେ ତାଙ୍କ ଭଳିଆ ବ୍ୟକ୍ତିଙ୍କୁ । ସମସ୍ତେ ଉତ୍ସାହିତ ହୋଇ ଆଗେଇ ଆସନ୍ତୁ । ପାଇଲଟ୍ ଆସି କି କିଛି ଭୁଲ୍ କଲେ ଭି ସେମାନେ ଭୁଲ୍ ସୁଧାରିବା ପାଇଁ ରାଜି ଅଛନ୍ତି, ସମୟ ଦେବା ପାଇଁ ରାଜି ଅଛନ୍ତି, ସମ୍ଭାଳିବାକୁ ରାଜି ଅଛନ୍ତି ଆହୁରି ମଧ୍ୟ ଯାଗା ଦେବାକୁ ଭି ରାଜି ଅଛନ୍ତି ।
ସେ ଆହୁରି କହିଛନ୍ତି ଯେ ସେମାନେ ମନ୍ମଥଙ୍କୁ କେବଳ ଆଜିର ନେତା ଭାବୁ ନାହାଁନ୍ତି ଆଗାମୀ କେତେ ବର୍ଷ ଯାଏଁ ନେତା ବୋଲି ଭାବୁଛନ୍ତି ୧୦ ବର୍ଷ, ୨୦ ବର୍ଷ, ୩୦ ବର୍ଷ । ତେଣୁ ସବୁ ଯୁବ ମାନେ ରେଡି ହେଇ ଯାଆନ୍ତୁ ତାଙ୍କର ସେୟା ହିଁ ମୋଟିଭ୍ ଥିଲା ଯେ ଆଜିର ନୂଆ ଜେନେରେସନ୍ କୁ ମୋଟିଭେସନ୍ ମିଳୁ । ସେ ରାଜନୀତିରେ ସଫଳ ହୁଅନ୍ତୁ କି ନ ହୁଅନ୍ତୁ କି ନ ହୁଅନ୍ତୁ କିଛି କଥା ନାହିଁ । ପଇସା ନଥିଲେ ମଧ୍ୟ ଖାଲି ଲୋକଙ୍କ ସେବା କରି ସୁର ରାଉତରାୟଙ୍କ ଠୁ କିଛି ଶିଖିକି ସମର୍ପିତ ହୋଇ ଯାଆନ୍ତୁ ।