ରାନୀ ପଣ୍ଡା ପଛରେ କାହିଁକି ଲାଗିଛୁ ନିଶା ..

ଏଇ ଯେଉଁ ନିଶା ମହାରଣା ଏତେ ଯେ ଉତୁରୁଛି,ତାକୁ ଟିକେ ଆଜ୍ଞା ବନ୍ଦ୍ କରି ଦିଅନ୍ତୁ ଷ୍ଟେଜରେ। ଜଣଙ୍କର ବାପା ନାହାଁନ୍ତି, ମାଆ ନାହାଁନ୍ତି, ଜାତି ଗୋତ୍ର ନାହାଁନ୍ତି, କଣ ପାଇଁ ଉଠେଇକି କହୁଛୁ। ତୋର କଉଁ ଜାତି ଗୋତ୍ର ଠିକ୍ ଅଛି ମୋତେ କହ। ସିଏ କଣ ଗୋଟେ କହୁଛି ଯେ ଆମକୁ ସରକାର କୁହନ୍ତୁ ଆମେ କେତିକି ପିନ୍ଧିବୁ। ନିଶା ମହାରଣା ଲିମିଟ୍ କ୍ରସ୍ କରୁଛି। ଏମିତି ହେଲେ ଭଲ ନୁହଁ। କ୍ଷୀର ବେଶୀ ଉତୁରିଲେ ଯେମିତି ଚୁଲିକି ପଶେନି, ସେମିତି ପଶେଇ ଦେବା ଦରକାର୍ ଏମାନଙ୍କୁ।

ପଶେଇଲେ ହିଁ ଏମାନେ ଠିକ୍ ବାଟରେ ରହିବେ। ଲାଗେ ଦେଖିବା ଆମ ସହିତ ଯଦି କିରଣ ନଛଡ଼େଇ ଦେବୁ ତାହାଲେ କହିବୁ। ନିଶା ମହାରଣାର ସାହସ ନାହିଁ ଯେ ରାଣୀ ପଣ୍ଡା ସହ ମୁହାଁମୁହିଁ ହେବା ପାଇଁ। ମୁହାଁମୁହିଁ ହେଲେ ଆଗରୁ ଗୋଟେ ଗେଟ୍ ଅଛି। ଗେଟ୍ ଦେଇ ଯିବା ପାଇଁ ପଡ଼ିବ। ଆମର ଗୋଟେ ଓଡ଼ିଆ କଥାରେ ଅଛି ରାସ୍ତାରେ ଯଦି ହାତୀ ଯିବ କୁକୁର ହଜାରେ ଭୋକିବ ।

ରାଣୀ ପଣ୍ଡା ଚୁପ୍ ଅଛି ତାମାନେ ଏୟା ନୁହେଁ ଯେ ସେ ହାରି ଯାଇଛି। ନିଶା ମହାରଣା, ଝିଲ୍ଲି ମଲ୍ଲିକ ସିଏ ମୋର କଉଁ ଶତ୍ରୁ ନୁହେଁ କି ମୁଁ ତାର ଶତ୍ରୁ ନୁହେଁ। ସିଏ ଯେହେତୁ ଓଡ଼ିଶାରେ ଗୋଟେ ଆଇଟମ୍ ଗାର୍ଲ୍ ଡାନ୍ସର, ତ ମୁଁ ଗୋଟେ ଦର୍ଶକ ହିସାବରେ ଗୋଟେ କଥା କହିବି , ଆମେ ଯଦି ନ ଦେଖିବୁ ସେମାନେ କାହା ପାଖରେ ନଚେଇ ହେବେ। ଏବେ କେଉଁ ଗୋଟେ ଘରୋଇ ଚାନେଲରେ ପଡ଼ିଥିଲା ତୁ ତ ତା ସହିତ ଲାଗୁଚୁ ଲାଗୁଚୁ ଯାହା କଲୁ କଲୁ ତା ବାପା ନାଁଟା ଉଠେଇକି ସେଠି କଣ ପାଇଁ କଥାବାର୍ତ୍ତା କରୁଛୁ। ତୁ ତାର ପଛରେ ଲାଗିବା ଆବଶ୍ୟକ କଣ। ସିଏ କାହା ପାଖକୁ ଗଲା କି କଣ କଲା , ପୀୟୂଷ ତ୍ରିପାଠୀ ପାଖକୁ ଗଲା କି ଯାହା କଲା ବସିଲା ଭଲ କଲା। ଲୋକଙ୍କୁ କେମିତି ସାହାଯ୍ୟ ସହୋଯୋଗ କରିବ କଲା।

ଓଡ଼ିଶା ବାସୀ ଯଦି ଆପଣମାନେ ପ୍ରକୃତରେ ରାଣୀ ପଣ୍ଡାଙ୍କୁ ହୃଦୟରେ ରଖିଛନ୍ତି ତାହାଲେ ସପୋର୍ଟ କରନ୍ତୁ । ଆଉ ଗୋଟେ ଝିଅ ଅଛି ଆଇଟମ ଗାର୍ଲ୍ ମିଷ୍ଟି କାଇଁ ତାର ତ ସେମିତି କିଛି ନାହିଁ। କମ୍ ପଇସା ନେଉଛି ଲୋକଙ୍କୁ ଏଣ୍ଟରଟେଣ୍ଟ କରୁଛି । ଲୋକ ଯଦି ତମକୁ ଚାହୁଁଛନ୍ତି, ତମକୁ ଭଲ ପାଉଛନ୍ତି ତମେ ତାର ମର୍ଯ୍ୟାଦାଟା ରଖ। ତମେ କାହିଁକି କଣ୍ଟା ବାଡ଼ରେ ଲୁଗା ପକେଇ ଝଗଡ଼ା ଲାଗୁଛ।

Leave a Comment

Your email address will not be published. Required fields are marked *

Scroll to Top