“ତାଙ୍କର ଗୋଡ଼ ନଥାଉ, ମୋର ତ ଗୋଡ ଅଛି ..ମୁଁ ରୋଜଗାର କରି ତାଙ୍କୁ ପୋଷିବି ..କେବଳ ପ୍ରେମ ଥିଲେ ଯଥେଷ୍ଟ” ।

ପ୍ରେମ କେଉଁଠି କେମିତି କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ । ସେଇଥି ପାଇଁ ତୋ କୁହାଯାଉଛି ପ୍ରେମ ହେଉଛି ଅନ୍ଧ । ପ୍ରେମ ସବୁବେଳେ ଶାଶ୍ୱତ । ପ୍ରେମ ସାମ୍ନାରେ ବୟସ ଜାତି ଧର୍ମ ବର୍ଣ୍ଣ ଓ ଅକ୍ଷମତା ସବୁକିଛି ହାର ମାନିଯାଇଥାଏ । ପ୍ରେମର ଅନୁଭବ ମଧ୍ୟ ବେଶ୍‌ ନିଆରା । ଯେଉଁ ବ୍ୟକ୍ତି ପ୍ରେମରେ ପଡ଼ିଥାଏ, ସେ ଜୀବନର ସବୁ ମୁହୂର୍ତ୍ତଗୁଡ଼ିକୁ ପ୍ରେମମୟ କରିବାକୁ ଚାହିଁଥାଏ । ଆଜ୍ଞା ହଁ ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରେମ ତୋ ସମସ୍ତେ କରନ୍ତି । ଆଉ ବାହା ହେବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି କିନ୍ତୁ ଉଦାହରଣ କିଏ ସୃଷ୍ଟି କରିଛି । କିଏ ଅଧା ବାଟରୁ ହାତ ଛଡ଼ାଇ ପଳାଏ କିମ୍ଵା ତାର ପ୍ରତିଶ୍ରୁତି ଭୁଲିଯାଏ । ସେହିପରି ଏଠାରେ ଏମିତି ଏକ ନିଆରା ପ୍ରେମ ନଜର ଆସିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ଅଣ୍ଡ୍ରି ପଞ୍ଚାୟତ ସେରପୁର ଅଞ୍ଚଳରେ । ନାମ ହେଉଛି ବସନ୍ତ ପାଣିଗ୍ରାହୀ ।

ଯିଏକି ଦୀର୍ଘ ଦିନ ହେଲା ତିହିଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ଭଲ ପାଇବା ଭିତରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ସେ ଦୁଇଟି ଗୋଡ଼ ହରାଇ ଅକ୍ଷମ ହୋଇ ଯାଇଥିଲେ । ସେ ଚାଲି ପାରୁନାହାନ୍ତି ହ୍ୱିଲ ଚେୟାରରେ ଯିବା ଆସିବା କରନ୍ତି । ଆଉ ଏକଥା ଜାଣି ସାରିବା ପରେ ମଧ୍ୟ ଯୁବତୀ ଜଣକ ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରି ତାଙ୍କୁ ମନେଇ ତାଙ୍କ ସହିତ ବିବାହ କରିଛନ୍ତି । ଏବଂ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ସେ ଦୁହେଁ ପ୍ରେମୀ ଯୁଗଳ ହେଉଛନ୍ତି ବସନ୍ତ କୁମାର ପାଣିଗ୍ରାହୀ ଓ ବିଦୁସ୍ମିତା ଲେଙ୍କା ।

ସାକ୍ଷାତକାରରେ ବସନ୍ତ କହିଛନ୍ତି ସେ ୨୦୧୬ରେ ପ୍ରଥମେ ଭଲ ପାଇଥିଲେ । ୨୦୧୬ ପରେ ତାଙ୍କର ଆର୍ଥିକ ସମସ୍ୟା ଥିଲା ସେ ଘର ଦ୍ବାର କରିନଥିଲେ ତେଣୁ ତାଙ୍କ ପ୍ରେମିକାକୁ ଅପେକ୍ଷା କରିବାକୁ କହିଥିଲେ ବିବାହ କରିବା ପାଇଁ । ତେବେ ୨୦୨୧ରେ ଘର କାମ ସରିବା ଭିତରେ ତାଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା ଯାହା ଫଳରେ ଗୋଡ଼ ଦୁଇଟି ହରାଇଥିଲେ । ଏହାପରେ ମଧ୍ୟ ତାଙ୍କ ପ୍ରେମିକା କହିଥିଲେ ତାଙ୍କୁ ଆଉ କିଛି ଦରକାର ନାହିଁ ସେ ତାଙ୍କ ମନକୁ ଭଲ ପାଇଛନ୍ତି ଆଉ ସେ ହିଁ ଦରକାର ବୋଲି ।

ତେବେ ତାଙ୍କ ପ୍ରେମିକା ଗୋଟେ ମେଡିସିନ କମ୍ପାନୀରେ ଟ୍ରେନିଂ ଦିଅନ୍ତି । ଏବଂ ସେଇଠି ହିଁ ଦୁହିଁଙ୍କ ପ୍ରଥମେ ଦେଖା ହୋଇଥିଲା ଆଉ ସମ୍ପର୍କ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଦୁହିଁଙ୍କ ପ୍ରେମ ବଢିଥିଲା । ହେଲେ ମଝିରେ ଆର୍ଥିକ ସମସ୍ୟା ଆସିଥିଲା । ଭଗବାନ୍ ଚାହିଁ ନଥିଲେ କିଛିଦିନ କନ୍ଦେଇବା ପାଇଁ ସାଥିରେ ଦୁହିଁଙ୍କୁ ନରହିବା ପାଇଁ । ଏହାପରେ ବସନ୍ତ କୁମାରଙ୍କ ଦୁର୍ଘଟଣା ହୋଇଥିଲା । ହେଲେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି । ଆଉ ପତ୍ନୀ ବିଦୁସ୍ମିତା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଗୋଡ଼ ନଥାଉ ହେଲେ ତାଙ୍କର ତ ଗୋଡ ଅଛି ସେ ରୋଜଗାର କରି ସ୍ଵାମୀଙ୍କୁ ପୋଷିବେ କେବଳ ପ୍ରେମ ଥିଲେ ଯଥେଷ୍ଟ ବୋଲି।

Leave a Reply

Your email address will not be published. Required fields are marked *