“ମୋତେ ପରୀକ୍ଷାରେ ପାସ୍ କରେଇ ଦିଅ ନହେଲେ ବାପା ମୋତେ ବାହା କରେଇ ଦେବେ” ପରୀକ୍ଷା ଖାତାରେ ଏମିତି କିଛି ଲେଖିଲେ ଛାତ୍ରୀ ।

ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । କିଛି ସ୍ଥାନରେ ମଧ୍ୟ ସରିଗଲାଣି । ପରୀକ୍ଷାରେ କେମିତି କପି ନହେବ ବୋର୍ଡ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନେଉଛି । କିଛିଦିନ ପରେ ଫଳାଫଳ ମଧ୍ୟ ଆସିବ । ପିଲାମାନେ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଆଡମିଶନ୍‌ ମଧ୍ୟ କରିବେ । କିନ୍ତୁ ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ପରୀକ୍ଷା ଖାତାରେ ପାଠ ବଦଳରେ ପିଲା ଲେଖିଛନ୍ତି ଅଜବ ସବୁ କାହାଣୀ । ଅନେକ ଥର ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଜାଣି ମଧ୍ୟ ଭଲ ଭାବରେ ପଢନ୍ତି ନାହିଁ । ଯାହାଫଳରେ ସେମାନେ ପରୀକ୍ଷାରେ ଫେଲ୍‌ ମଧ୍ୟ ହୁଅନ୍ତି ।

ଏମିତି କିଛି ପିଲା ଅଛନ୍ତି ପରୀକ୍ଷା ପେପ୍‌ରରେ ଟଙ୍କା ରଖି ଏପରି ଜିନିଷ ଲେଖନ୍ତି ଯାହା ଶିକ୍ଷକମାନେ ପଢିବା ପରେ ଚକିତ ହୋଇଯାଆନ୍ତି । ହଁ ଆଜ୍ଞା ନିକଟରେ ବିହାର ବୋର୍ଡ଼ ପରୀକ୍ଷା ୨୦୨୪ର ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କର ପରୀକ୍ଷା ଖାତା ଏବେ ଏମିତି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଏଥିରେ ଛାତ୍ରୀ ଜଣକ ପରୀକ୍ଷକଙ୍କୁ ଉତ୍ତର ଖାତାରେ ଉତ୍ତର ଦେବା ପରିବର୍ତ୍ତେ ଭାବପ୍ରବଣ ଭାବରେ କିଛି ଲେଖି ପାସ୍ କରିବାକୁ ଅନୁରୋଧ କରିଛନ୍ତି  ।

ଛାତ୍ରୀ ଲେଖିଛନ୍ତି, “ଦୟାକରି ମୋତେ ପାସ୍ କରେଇ ଦିଅନ୍ତୁ ନଚେତ୍ ମୋ ବାପା ମୋତେ ବିବାହ କରେଇ ଦେବେ” । ତେବେ ଘଟଣାଟି ବିହାରର ଏକ ମଡେଲ ସ୍କୁଲର । ଏହି ନିଆରା ପରୀକ୍ଷା ଖାତା ପଢି ଶିକ୍ଷକ ଜଣକ ମଧ୍ୟ ଚକିତ ହେବା ସହ ହଁସି ହଁସି ଗଡ଼ିଯାଇଥିଲେ । ଛାତ୍ରୀ ଜଣକ ଦଶମ ଶ୍ରେଣୀର । ସେ ଉତ୍ତର ଲେଖିବା ପରିବର୍ତ୍ତେ ଅଜବ କାହାଣୀ ଲେଖି ନିଜକୁ ପାସ୍ କରିବାକୁ ଅନୁରୋଧ କରିଥିଲେ ।

ସେ ଲେଖିଛନ୍ତି ଯେ, ତାଙ୍କ ବାପା ଚାଷୀ, ଶିକ୍ଷାର ବୋଝ ବହନ କରିବାରେ ସେ ଅସମର୍ଥ । ସେଥିପାଇଁ ତାଙ୍କ ବାପା ପଢ଼ାଇବାକୁ ଚାହୁଁ ନାହାଁନ୍ତି । ସେମାନେ କହିଛନ୍ତି ଯଦି ସେ ଫେଲ୍‌ ହୁଅନ୍ତି, ତେବେ ତାଙ୍କ ବାପା ମା’ ତାଙ୍କୁ ଆଉ ପାଠ ପଢିବାକୁ ଅନୁମତି ଦେବେ ନାହିଁ । ତାଙ୍କୁ ବାହା କରିଦେବେ । ତେଣୁ ତାଙ୍କୁ ପାସ୍‌ କରିଦେବାକୁ ଛାତ୍ରୀ ଜଣକ ଲେଖିଛନ୍ତି । ଏହିପରି ଜିନିଷ ପରୀକ୍ଷା ଖାତାରେ ଲେଖିବା ସାଧାରଣ କଥା ହୋଇଗଲାଣି । ଗତ କିଛି ବର୍ଷ ମଧ୍ୟରେ ଅନେକ ଛାତ୍ର ଏକ ନୂଆ ଧାରା ଆରମ୍ଭ କରିଛନ୍ତି । ଛାତ୍ରମାନେ ସେମାନଙ୍କର ପରୀକ୍ଷା ଖାତାରେ ଈଶ୍ବରଙ୍କ ନାମ ଲେଖି ଉତ୍ତର ଦେବା ମଧ୍ୟ ଆରମ୍ଭ କରୁଛନ୍ତି ।

Leave a Reply

Your email address will not be published. Required fields are marked *