ବନ୍ଧୁ ବାନ୍ଧବ ସହ ଠାରି ଠାରି କଥା ହେଉଥିଲା ବୋହୂ…ଦୂରରୁ ଦେଖିଦେଲା ଶାଶୁ, ପାଖକୁ ଆସି ଛାତିରେ ଲଗାଇ ।
ଘରକୁ ବୋହୂ ଆସିଛି ହେଲେ କଥା କହିପାରୁନି । ସବୁ କାର୍ଯ୍ୟ ଆଉ ସବୁକଥା ଖାଲି ଠାର ମାଧ୍ଯମରେ କହୁଛି । ଆଉ ଶାଶୂ ଖୁସିରେ କହୁଛନ୍ତି ତାଙ୍କ ପାଇଁ ଝିଅ ଯାହା ତାଙ୍କ ବୋହୂ ସେଇୟା । ତାଙ୍କ ବୋହୂ ସୁନାନାକି ବୋହୂ ସେ କଥା କହିପାରୁନି ସିନା ହେଲେ ତା ଠାରରେ ସେ ସବୁକିଛି ବୁଝି ଯାଆନ୍ତି । ହଁ ଆଜ୍ଞା ଶାଶୂଙ୍କୁ ତାଙ୍କ ପୁଅ କହିଲା ସେ ଭି ଗୋଟେ ଜୀବନ କଥା କହି ନପାରିଲେ କଣ ହେଲେ ତାର ଗୁଣ, ଆଚରଣ ଓ ତାର ବ୍ୟବହାର ସବୁ ଭଲ । ଆଉ ଶାଶୂ ମଧ୍ୟ ଦେଖିଲେ ବୋହୂର ବ୍ୟବହାର ଦେଖି ବହୁତ୍ ଖୁସି ହୋଇଗଲେ । ଆଉ ଶାଶୂ ବୋହୂକୁ କୁଣ୍ଢାଇ ପକାଇ କହୁଛନ୍ତି ବୋହୂ ଆଜିଠୁ ତାଙ୍କର ଝିଅ । ତେବେ ବନ୍ଧୁଗଣ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି କଶପା ଜୟପୁର ପଞ୍ଚାୟତ ଦିରିତାଳ ଗାଁରେ ।
ହଁ ବନ୍ଧୁଗଣ ଇସାରା ଇସାରାରେ ହେଇଗଲା ପ୍ରେମ । ଠରା ଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି । ଏଠି ଓଠ ନୁହେଁ, ହୃଦୟ କହୁଛି କଥା । କାନ ନୁହେଁ, ମନ ଶୁଣୁଛି ମନର ଭାଷାକୁ ।
ଠାରରେ ଠାରରେ ଭାବ ବିନିମୟ ଆଉ ଇସାରା ଇସାରାରେ ପ୍ରେମ ଦିଆନିଆ । ପ୍ରେମ ପକ୍ଷୀ ଦୁଇଜଣ ହେଉଛନ୍ତି ମହେଶ୍ୱର ଓ ରୁକ୍ମିଣୀ । ସତ ମିଛ ସଂସାର, ସ୍ୱାର୍ଥପର ଦୁନିଆର ବହୁ ଦୂରରେ ଏମାନଙ୍କ ପ୍ରେମ କାହାଣୀ । କାରଣ, ରୁକ୍ମିଣୀ ପିଲାବେଳୁ ଜଣେ ଦିବ୍ୟାଙ୍ଗ, ମୁକ ବଧିର । ଆଉ ସ୍ୱାମୀ ମହେଶ୍ୱର, ରୁକ୍ମିଣୀଙ୍କ ପାଇଁ ସାକ୍ଷାତ ଈଶ୍ୱର । ୩ ବର୍ଷର ଭଲ ପାଇବା ପରେ ପ୍ରେମିକା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିଛନ୍ତି ମହେଶ୍ୱର । ଏକ ବାହାଘରୁ ଆରମ୍ଭ, ରୁକ୍ମିଣୀ- ମହେଶ୍ୱରଙ୍କ ପ୍ରେମ କାହାଣୀ । ମହେଶ୍ୱରଙ୍କ ବଡ ଭାଇ ବିବାହକୁ ଆସିଥିଲେ ରୁକ୍ମିଣୀ । ଭୋଜିରେ ପ୍ରଥମ ଦେଖାରୁ ପ୍ରେମ ।
ଅତିଥି ରୁକ୍ମିଣୀଙ୍କୁ ନିଜ ହୃଦୟ ଦେଇ ବସିଥିଲେ ମହେଶ୍ୱର । ବିବାହ କରି ଏକ ହେବାକୁ ଠାଣି ନେଇଥିଲେ ଉଭୟ । ପରିବାର ଟିକେ ଅମଙ୍ଗ ହେଉଥିଲେ ବି ପୁଅର ନିଃସ୍ୱାର୍ଥପର ପ୍ରେମ, ମନାଇ ନେଇଥିଲା ସଭିଁଙ୍କୁ । ଉଭୟ ପରିବାରର ସହମତିରେ ଏଇ ୪ ତାରିଖରେ ବାଲେଶ୍ବର ଏକ ମନ୍ଦିରରେ ସମ୍ପନ୍ନ ହୋଇଛି ବିବାହ । ଆଜିକାଲିର ଅଧିକାଂଶ ପ୍ରେମରେ ପ୍ରତାରଣା ଦେଖିବାକୁ ମିଳୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ହାତ ଧରି ସମାଜକୁ ଭଲ ବାର୍ତ୍ତା ଦେଇଛନ୍ତି ମହେଶ୍ୱର । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।