ସେଇ ଗୋଟିଏ ଭୁଲ ପାଇଁ ବନ୍ଦ ହେବାକୁ ଯାଉଛି ଧଉଳି ଗଣନାଟ୍ୟ! ଗୋଟେ ଗୋଟେ ଆଉ କେତୋଟି ଭୁଲ କରିଛି ଏହି ଗଣନାଟ୍ୟ ଜାଣନ୍ତୁ।

କେତେ ଭୁଲ କରିଛି ଧଉଳି ଗଣନାଟ୍ୟ। ଗୋଟିଏ ଭୁଲ ପାଇଁ ଆଜି ବନ୍ଦ ହେବାକୁ ବସିଛି ଧଉଳି ଗଣନାଟ୍ୟ। କେତେ ଛୋଟ ପିଲାଙ୍କୁ ଧଉଳି ଗଣନାଟ୍ୟ ନିଯୁକ୍ତି ଦେଇଛି। କେତେ ଛୋଟ ପିଲାଙ୍କ ଠାରୁ କାମ ହାସଲ କରୁଛି ଧଉଳି ଗଣନାଟ୍ୟ। ଯାହାଙ୍କ ବୟସ ୧୮ ବର୍ଷ ଠାରୁ କମ। ଏଇ ଗୋଟିଏ ଭୁଲ ପାଇଁ ବନ୍ଦ ହେବାକୁ ଯାଉଛି ଧଉଳି ଗଣନାଟ୍ୟ।

ଟ୍ରକରେ ଲୋକେ ଯିବା ପାଇଁ ନାଁ ମାଲ ନେବା ପାଇଁ। ମାଲ ତ ନେଲ ପୁଣି ମାଲ ଉପରେ ଲୋକଙ୍କୁ ବସେଇକି ନେଉଛ ଏ ଭୁଲ ପାଇଁ ଏଇ ଗୋଟିଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ। ଗୋଟିଏ ଟ୍ରକରେ କେତେ ଲୋକ ଯାଇପାରିବେ। ଡ୍ରାଇଭର ହେଲ୍ପର ଅତି ବେଶୀରେ ଆଉ ଜଣେ କିନ୍ତୁ ତମେ ୧୭ ଜଣଙ୍କୁ ନେଇକି ଯାଉଥିଲ କାହିଁକି ଆଉ କେତେ ଟଙ୍କା ରୋଜଗାର କରିଥିଲେ ଆଉ ଗୋଟିଏ ଏମାନଙ୍କ ପାଇଁ ଗାଡି କରିଥାନ୍ତ। ଏଇ ଗୋଟିଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ।

ଟ୍ରକ ଉପରେ ଲାଇଟ ବାକ୍ସ ଲାଇଟ ବାକ୍ସ ସାଙ୍ଗକୁ ଲୁହା ଗେଟ ଲୁହା ଗେଟ ଉପରେ ବସିଥାନ୍ତି ଶିଶୁ ଶ୍ରମିକ। ବାସ ଯଦି କୋଉଠି କରେଣ୍ଟ ତାର ଲାଗିଥାନ୍ତା ତେବେ ଏଥିପାଇଁ ଉତ୍ତରଦାୟୀ କିଏ ହୋଇଥାନ୍ତା। ଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ। କେତେ ବଡ଼ ଘଟଣା ଘଟିଗଲା ସାରା ରାଜ୍ୟରେ ଚହଳ ପଡିଗଲା ୬ ଜଣଙ୍କର ଜୀବନ ପଳେଇଗଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଲକ୍ଷ୍ୟ ଟଙ୍କାଲେଖାଏଁ ଆର୍ଥିକ ସହାୟତା ଘୋଷଣା କଲେ କିନ୍ତୁ ଯାତ୍ରା ମାଲିକ ବାବୁଙ୍କର ଦେଖା ମିଳିଲା ନାହିଁ। ମେନେଜର ବାବୁଙ୍କର ଦେଖା ମିଳିଲାନାହିଁ। ଏଇ ଗୋଟିଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ।

ଦୁର୍ଘଟଣା ସ୍ଥଳକୁ ଗଲ ନଗଲ ଚଳିବ ଯେଉଁ ଜାଗାରେ ତୁମ ଲୋକ ତୁମ ପାଇଁ ଖଟୁଥିଲେ ତୁମକୁ ମାଲିକ କରିଥିଲେ ଯେଉଁଠି ସେମାନେ ଚିକିତ୍ସିତ ହେଉଥିଲେ ସେ ଡାକ୍ତରଖାନାକୁ ଗଲେ ନାହିଁ ମାଲିକ କିମ୍ବା ମ୍ୟାନେଜର କେହି ବି ସେଠାରେ ପହଞ୍ଚିଲେ ନାହିଁ ଏହି ଗୋଟିଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ।

ଧଉଳି ଗଣନାଟ୍ୟରେ କେତେ ଗାଡି ଚାଲିଛି କେତେ ଟ୍ରକ ଚାଲିଛି କେତେ ଟ୍ରକର ଏନସି ସହ ଫିଟନେସ ଅଛି ଏ ପ୍ରଶ୍ନ ନିଜ ମନକୁ ପଚାର। ଯଦି ଗାଡିର ଫିଟନେସ ଠିକ ଥିଲା ତେବେ କାହିଁକି ଗାଡି ବ୍ରେକଫେଲ ହେଲା ଏଇ ଗୋଟିଏ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ।

ଗୋଟି ଗୋଟି କରି କେତେ ଭୁଲ କରୁଛରେ ଯାତ୍ରା ମାଲିକ। ଏ କଥା ଆମେ ନୁହେଁ ସାଧାରଣ ଲୋକେ କହୁଛନ୍ତି। ରାତି ରାତିକୁ ଲକ୍ଷ ଲକ୍ଷ ଟଙ୍କା ନେଉଛ ବର୍ଷ ବର୍ଷ ଧରି ଯାତ୍ରା କରୁଛ ତଥାପି ଯେଉଁମାନେ ଆପଣଙ୍କ ପାଖରେ କାମ କରୁଛନ୍ତି ଯେଉଁମାନଙ୍କ ଠାରୁ ସେମାନେ ଦରମା ନେଲେ ସେମାନଙ୍କ ଚୁଲି ଜଳେ ସେମାନଙ୍କ କଥା ଟିକେ ଭାବ। ସେମାନଙ୍କ କଥା ନଭାଵିବାରୁ ସେମାନଙ୍କ ପାଖରେ ନପହଞ୍ଚିବାରୁ ଏ ଭୁଲ ପାଇଁ ଏ ବଡ଼ ଭୁଲ ପାଇଁ ବନ୍ଦ ହୋଇଯିବ ଧଉଳି ଗଣନାଟ୍ୟ।

Leave a Reply

Your email address will not be published. Required fields are marked *