“କଳାକାର ଯାହା ଖାଇବେ ଟେକ୍ନିସିଆନ ଭାଇ ମାନେ ମଧ୍ୟ ସେୟା ଖାଇବେ ,ପଖାଳ ପିଆଜ ନୁହେଁ ମାଛ ଭାତ ଖାଇବେ” : ରାଣୀ ପଣ୍ଡା ।
ବନ୍ଧୁଗଣ ଏହାରି ମଧ୍ୟରେ ଯାତ୍ରା ପାର୍ଟି ବସ୍ ଦୁର୍ଘ-ଟଣା ଘଟିବାକୁ ଦୁଇ ଦିନ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଆ-ହତ ଟେକ୍ନିସିଆନ୍ଙ୍କୁ ଭେଟି ନାହାନ୍ତି ଯାତ୍ରା ପାର୍ଟି ମାଲିକ । ଆଜି ଏପରି ଅଭି-ଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଆ-ହତ ଯାତ୍ରା ଟେକ୍ନିସିଆନ୍ । ଅନ୍ୟପକ୍ଷରେ ଆଇଟମ୍ ଡ୍ୟାନ୍ସର ରାନୀ ପଣ୍ଡା ମେଡ଼ିକାଲ୍ରେ ଆହତ ଟେକ୍ନିସିଆନ୍ଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍ ଦୁର୍ଘଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃ-ତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁ-ତର ଆ-ହତ ହୋଇଥିଲେ । ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି । ଏହି ଖବର ପାଇ ଭାଙ୍ଗି ପଡ଼ିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ଆଜି ସେ ମେଡ଼ିକାଲ୍ରେ ପହଞ୍ଚିଥିଲେ ଓ ଆହତଙ୍କ ସହିତ ଆଲୋଚନା କରିଥିଲେ । ମେଡ଼ିକାଲ୍ରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଥିଲେ । କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆ-ହତ ଯାତ୍ରା କର୍ମଚାରୀମାନେ ।
ଦୁର୍ଘ-ଟଣା ଘଟି-ବାକୁ ଦୁଇ ଦିନ ବିତିବାକୁ ବସିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଧଉଳି ଯାତ୍ରା ପାର୍ଟି ମାଲିକ ବା ମ୍ୟାନେଜର ଦେଖା କରିବାକୁ ଆସିନଥିବା ଆହ-ତମାନେ ଅଭି-ଯୋଗ କରିଥିଲେ । ମେଡ଼ିକାଲ୍ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଛନ୍ତି ରାନୀ । ଆଉ ସେ କହିଛନ୍ତି, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି । ହେଲେ ଦୁଃ-ଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହିନାହାନ୍ତି । ଶୁଣିବାକୁ ପାଇଲି ଯାତ୍ରା ପାର୍ଟି ମାଲିକ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି । ମୁଁ ତାଙ୍କୁ ଅନୁରୋଧ କରୁଛି, ଯଥାଶୀଘ୍ର ଏଠାକୁ ଆସନ୍ତୁ ଓ ଆ-ହତ ଏବଂ ମୃତ-କଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରନ୍ତୁ ।
ଆପଣ ଆସିଲେ, ସେମାନଙ୍କ ମନବଳ ଦୃଢ଼ହେବ । ନହେଲେ ସେମାନେ ଭାଙ୍ଗି ପଡ଼ିବେ । ବଡ଼ ବଡ଼ କଳାକାରଙ୍କର ଭାଷଣ ପ୍ରବଳ ଦିଅନ୍ତି । କିନ୍ତୁ ସେମାନଙ୍କ କାମ ଦୁର୍ବଳ । ମୁଁ ଯାତ୍ରା ପାର୍ଟ ମାଲିକମାନଙ୍କୁ କହିବାକୁ ଚାହୁଁଛି, ଆପଣମାନେ କଳାକାରଙ୍କୁ ଯେମିତି ଆତିଥେୟ ଦେଉଛନ୍ତି, ଠିକ୍ ସେମିତି ଟେକ୍ନିସିଆନ୍ ଭାଇଙ୍କ ପାଇଁ ଗୋଟିଏ ବସ୍ର ବନ୍ଦୋବସ୍ତ କରାନ୍ତୁ । ସବୁ କଳାକାର ଯାହା ଖାଇବେ, ଟେକ୍ନିସିଆନ୍ ଭାଇମାନେ ସେୟା ଖାଇବା ଦରକାର । ଟେକ୍ନିସିଆନ୍ ଭାଇମାନେ ପଖାଳ ଓ ପିଆଜ ନୁହେଁ, ସେମାନେ ମାଛ ଭାଇ ଖାଇ ରହିବା ଦରକାର ବୋଲି ରାନୀ ପଣ୍ଡା କହିଛନ୍ତି ।