ପ୍ରଭୁ ରାମଙ୍କ ମୂର୍ତି ନିର୍ମାଣ ସମୟରେ, ଆଖି ଅପରେସନ ହୋଇଥିଲା କିନ୍ତୁ ହଠାତ ଗାୟବ ହୋଇଗଲା ଯନ୍ତ୍ରଣା।

କେମିତି ଗଢିବେ ମୂର୍ତି? ପହଞ୍ଚିଲାଣି ପ୍ରତିଷ୍ଠା ଦିନ। ଯୋଗିରାଜଙ୍କ ଆଖିରେ ସେମିତି ହେଉଥିଲା ଯ-ନ୍ତ୍ରଣା। ରାତି ରାତି ନସୋଇ ଗଢି ଚାଲିଥିଲେ ପ୍ରଭୁ ରାମଙ୍କ ମୂର୍ତି। ହେଲେ ମୂର୍ତି ଗଢୁ ଗଢୁ ଗା-ୟବ ହୋଇଗଲା ଆଖିର ଯ-ନ୍ତ୍ରଣା।ମୂର୍ତି କାରୀଗର ଯୋଗିରାଜଙ୍କୁ ଆଜି ସାରା ଭାରତର ଲୋକେ ଜାଣିଛନ୍ତି। ଆଜି ପ୍ରଭୁ ରାମଙ୍କ ମୂର୍ତି ଗଢି ପୁରା ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେବେ ସେ ବି ଜୀବନରେ କେବେବି ଭାବିନଥିଲେ ତାଙ୍କ ହାତରେ ଗଢ଼ା ଯାଇଥିବା ପ୍ରଭୁ ରାମଙ୍କୁ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରାଯିବ। ଯେଉଁଦିନ ତାଙ୍କ ମୂର୍ତ୍ତିକୁ ଚୟନ କରାଯାଇଥିଲା ଯୋଗିରାଜଙ୍କ ଆଖିରୁ ଝରି ପଡିଥିଲା ଖୁସିର ଲୁହ। ଆଉ ସେ ନିଜର ସବୁ ଶକ୍ତି ଲଗାଇଦେଇଥିଲେ ପ୍ରଭୁ ଶ୍ରୀରାମଙ୍କ ମୂର୍ତି ଗଢିବାରେ।

ହେଲେ ରାତିଦିନ କାର୍ଯ୍ୟ ସମୟରେ ଆଖିରେ ବହୁ ଯନ୍ତ୍ରଣା ଅନୁଭବ କରୁଥିଲେ। ହେଲେ ସେହି ଯନ୍ତ୍ରଣା ପ୍ରଭୁ ରାମଙ୍କ ମୁଖ ଦେଖିଦେଲେ କୁଆଡେ ଗାୟବ ହୋଇଯାଉଥିଲା।ହଁ ଆଜ୍ଞା ପ୍ରଭୁ ଶ୍ରୀରାମଙ୍କର ମୂର୍ତିକୁ ସମ୍ପୂର୍ଣ୍ଣ କରିଦେଛନ୍ତି ଯୋଗିରାଜ। ହେଲେ ଏ ପ୍ରସିଦ୍ଧି ପଛରେ ତାଙ୍କୁ କେତେ ଯେ କଷ୍ଟ ସହିବାକୁ ପଡିଛି ତାହା କେହି ଜାଣିନାହାନ୍ତି। କିଛି ପାଇବାକୁ ହେଲେ ଅନେକ କିଛି ହରେଇବାକୁ ପଡିଥାଏ। ଆଉ ଏତ ପୁଣି ରାମଙ୍କର କଥା। ଭକ୍ତ ହେଉ ଅବା ସାଧାରଣ ମଣିଷ ପ୍ରଭୁ ରାମଙ୍କର କଥା ଉଠିଲେ ହାତ ଆପେ ଆପେ ଯୋଡି ହୋଇଯାଏ।

ତେବେ ଯୋଗିରାଜ ଯେତେବେଳେ ପ୍ରଭୁ ଶ୍ରୀରାମଙ୍କ ମୂର୍ତି ଆରମ୍ଭ କରିଥିଲେ ସେତେବେଳେ ସେ ନିଜର ଆଖିରେ କଷ୍ଟ ଅନୁଭବ କରୁଥୁଲେ। ପ୍ରଭୁଙ୍କର ମୂର୍ତ୍ତିକୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସେ ଅନେକ ରାତି ଶୋଇ ନଥିଲେ। ରାତିଦିନ କାମ କରୁଥିଲେ। ସାମାନ୍ୟ ଆଖିରେ ଯନ୍ତ୍ରଣା ତାଙ୍କୁ ପ୍ରଭୁଙ୍କର ମୂର୍ତି ନିର୍ମାଣ କରିବାକୁ ଅଟକାଇ ପାରିନଥିଲା ସେ ସେମିତି ମୂର୍ତି ନିର୍ମାଣ କରିଚାଲିଥିଲେ ପ୍ରଭୁ ଶ୍ରୀରାମଙ୍କ ମୂର୍ତି।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ସେ ରାମଙ୍କର ମୁଖମଣ୍ଡଳକୁ ଗଢୁଥିଲେ ସେହି ସମୟରେ ସେ ରାମଙ୍କର ମୁଖ ଦେଖିଦେଲେ କୁଆଡେ ଗାୟବ ହୋଇଯାଉଥିଲାଆଖିର ଯନ୍ତ୍ରଣା। ତେବେ ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ଯେତେବେଳେ ଯୋଗିରାଜ ମୂର୍ତି ଗଢିବା ଆରମ୍ଭ କରିଥିଲେ ସେତେବେଳେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ପଥର ଆବଶ୍ୟକ ପଡିଥିଲା। ସେ ପଥର ମହୀଶୂରରେ ଉପଲବ୍ଧ ଥିଲା। ପ୍ରବଳ କଠିନ ଥିଲା ସେ ପଥରକୁ ଭାଙ୍ଗିବା ସମୟରେ ସେଥିରୁ କିଛି ତାଙ୍କ ଆଖିରେ ପଡିଯାଇଥିଲା।

ପରେ ଏହାକୁ ବାହାର କରିବାକୁ ତାଙ୍କ ଆଖିକୁ ଅପରେସନ କରିବାକୁ ପଡିଥିଲା। ତେବେ ଏପରି ଯନ୍ତ୍ରଣା ସମୟରେ ବି ମଧ୍ୟ ସେ ପ୍ରଭୁଙ୍କର ମୂର୍ତି ନିର୍ମାଣ କାର୍ଯ୍ୟରେ ଅଟକି ମଥିଲେ। ଯାହାର ଫଳ ସ୍ୱରୂପ ଆଜି ତାଙ୍କର ମୂର୍ତି ଅଯୋଧ୍ୟାରେ ପୂଜା ପାଇବ।ତେବେ ଯୋଗିରାଜଙ୍କ ଭାଇ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ ଏହା ପରିବାର ପାଇଁ ସ୍ମରଣୀୟର ଦିନ। ଯୋଗିରାଜ ଇତିହାସ ସୃଷ୍ଟି କରିଛନ୍ତି ଏବଂ ସେ ଏହାକୁ ପାଇବାର ହକଦାର ଅଟନ୍ତି। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ହିଁ ତାଙ୍କୁ ଉଚ୍ଚସ୍ତରକୁ ନେଇଯାଇଛି।

Leave a Reply

Your email address will not be published. Required fields are marked *