ପୁରୀରେ ପୁଣି ଆଶ୍ଚର୍ଯ୍ୟ, ଦେଖାଦେଲା ରହସ୍ୟମୟ ସୁଡ଼ଙ୍ଗ, ଏହା ପଛରେ ରହିଛି କି କି ଦୈବୀଶକ୍ତି।
ଶ୍ରୀକ୍ଷେତ୍ରରେ ପୁଣି ଦେଖାଦେଲା ଅଦ୍ଭୂତପୂର୍ବ ଦୃଶ୍ୟ। ଠାବ ହେଲା ରହସ୍ୟମୟ ସୁଡ଼ଙ୍ଗ। ପୋଖରୀ କି ନାଳ ନଥିଲେ ବି ସୁଡ଼ଙ୍ଗ ଭିତରୁ ପଡୁଛି ପାଣିର ଝର। ହଁ ଆଜ୍ଞା ପୁଣି ଦେଖାଦେଇଛି ଅଦ୍ଭୁତ ଦୃଶ୍ୟ। ଶ୍ରୀକ୍ଷେତ୍ରରେ ଏମିତି ବାରମ୍ବାର ଦୃଶ୍ୟ ଦେଖାହେବା ପଛରେ କଣ ରହିଛି ସଂକେତ।
ହଁ ଆଜ୍ଞା ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ରହସ୍ୟମୟ ସୁଡ଼ଙ୍ଗର ସନ୍ଧାନ ମିଳିଛି। ପୁଷ୍କରିଣୀର ଉତ୍ତର ପାର୍ଶ୍ଵରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏଇ ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି ତାହା ସ୍ପଷ୍ଟ ହୋଇ ପାରିନି। ଏହା ବାଲି ଭିତରେ ପୋତି ହୋଇ ରହିଛି। ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ସୁଡ଼ଙ୍ଗ ଯେଉଁ ପାର୍ଶ୍ୱକୁ ଦେଖାଯାଉଛି ସେଇ ପାର୍ଶ୍ୱକୁ କୌଣସି ପୋଖରୀ କି ନାଳ ନଥିଲେ ବି ସୁଡ଼ଙ୍ଗ ଭିତରୁ ଝର ଝର ହୋଇ ପାଣି ପଡୁଥିବା ଦେଖିବାକୁ ମିଳିଛି।
ଏହା ପୁଷ୍କରିଣୀ ପାଣି ନାଁ ନିଷ୍କାସନ ବାଟ ନାଁ ଅନ୍ୟ କିଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ହଁ ବନ୍ଧୁଗଣ ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ପୁଷ୍କରିଣୀ ଭିତରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ହେଉଛି ଅନ୍ୟତମ। ଐତିହାସିକଙ୍କ ମତରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ପୁଷ୍କରିଣୀର ଖନନ ହୋଇଥିଲା। ଲୋକ କଥା ଅନୁସାରେ ଏହି ପୋଖରୀ ଖୋଳିବା ସମୟରେ ପଥର ବହି ବହି ଲୋକେ କୁରୁମ ପାଲଟି ଯାଇଥିଲେ। ଏହି କୁରୁମମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳରେ ଏବେବି ରହୁଥିବା କଥା କୁହାଯାଉଛି।
ଏବେ OBCC ପକ୍ଷରୁ ୬୪ କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରଦ୍ୟୁମ୍ନ ସହ ମାର୍କଣ୍ଡ ସେତଗଙ୍ଗା ତୀର୍ଥ ପୁଷ୍କରିଣୀ ସମେତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ବିକାଶ ଏବଂ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ପବିତ୍ର ଜଳ ରାଶିକୁ ବିଶୋଧନ କରାଯାଉଛି। ପୁଷ୍କରିଣୀର ଜଳ ରାଶିକୁ ଉଛୁଳା ଯାଇ ନୂଆ ଝର ଫୁଟିବାର ବଣ୍ଡବସ୍ତ କରାଯାଉଛି। ଏଥିପାଇଁ ବଡ଼ ବଡ଼ ପାଣି ପମ୍ପ ଲଗାଯାଇଛି। ପାଣି ଶୁଖାଇବା ଜାରି ରହିଥିବା ବେଳେ ପାଣିରେ ବୁଡି ରହିଥିବା ପାହାଚ ଦୃଶ୍ୟମାନ ହେବା ଆରମ୍ଭ ହୋଇଛି।
ଆଉ ଠିକ ଏହି ସମୟରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। କାରଣ ପୂର୍ବ-ଉତ୍ତର ପାର୍ଶ୍ଵରେ ପାହାଚର ପଥର ସନ୍ଧିରେ ଏକ ସୁଡ଼ଙ୍ଗ ଠାବ କରାଯାଇଛି। ଭିତରୁ ବହୁ ବାଟ ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ଲମ୍ବୀଛି। ଏହି ସୁଡ଼ଙ୍ଗଟି ପ୍ରାୟ ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। ପୁଷ୍କରିଣୀର ପୁନର୍ଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣି ଶୁଖିଯିବା ପରେ ଦେଖା ଦେଇଛି ଏହି ସୁଡ଼ଙ୍ଗ ସଦୃଶ ନାଳ। ଏଇ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀରେ ଜଳ ନିଷ୍କାସନ ପାଇଁ ବହୁତ ପୂର୍ବରୁ ମୂଷା ନଦୀକୁ ସଂଯୋଗୀକରଣ ନାଳ ସବୁ କରାଯାଇଥିଲା। ଏହା ତାରି ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ଗବେଷକ ହରିଷଙ୍କର ମିଶ୍ର।
ମାତ୍ର ଏଇ ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତେବେ ଏଇ ସୁଡ଼ଙ୍ଗର ଶେଷ ପର୍ଯ୍ୟନ୍ତ ମାଟି ବାହାର କରାଗଲେ ଅନେକ ଐତିହାସିକ ତଥ୍ୟ ବାହାରିପାରେ ବୋଲି ମତ ପ୍ରକାଶ ପାଉଛି।