ସହିଦ୍ ଯବାନକୁ ଝୁରୁଛି ସାଙ୍ଗ । ସାଇକେଲ ବିକ୍ରି କରି ମୋ ସାଙ୍ଗକୁ କରିଥିଲି ଯବାନ…ଆଜି ସବୁ ଦିନ ପାଇ ମୋ ସାଙ୍ଗ ମତେ ଛାଡି ଚାଲିଗଲା… ।
ବନ୍ଧୁଗଣ ଆତଙ୍କବାଦୀଙ୍କ ଡିନାମାଇଟ୍ ବିସ୍ପୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇ ଯାଇଛନ୍ତି । ଆଉ ସେହି ଓଡ଼ିଆ ବିଏସଫ୍ ଯବାନଙ୍କ ନାଁ ପ୍ରକାଶ ଚନ୍ଦ୍ର ଶିଅଳ । ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳରେ । ତେବେ ପ୍ରକାଶଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ତଥା ସାଙ୍ଗ ସାଥି ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି । ସଂପୂର୍ଣ୍ଣ ଅଞ୍ଚଳରେ ଖେଳି ଯାଇଛି ଶୋ-କର ଛାୟା ।
ତେବେ ସୂଚନା ଅନୁଯାୟୀ, ଗତକାଲି ଛତିଶଗଡ଼ କନକେର ଜିଲ୍ଲା ରେଙ୍ଗାଗୁଣ୍ଡିରେ ନିର୍ବାଚନ ପୋଲିଂ ପାର୍ଟିକୁ ସୁରକ୍ଷା ଦେଇ ନେବାବେଳେ ଡିନାମାଇଟ୍ ବିସ୍ପୋ-ରଣ ଗୁରୁ-ତର ଆ-ହତ ହେଇଥିଲେ । ତେବେ ଗତ ମଙ୍ଗଳବାର ରାତିରେ ତାଙ୍କର ମୃ-ତ୍ୟୁ ଘଟିଛି । ପ୍ରକାଶ ୨୦୦୭ ମସିହାରେ ବିଏସଏଫ୍ରେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ । ତେବେ ନିଜ ଜନ୍ମ ମାଟିରେ ପ୍ରକାଶଙ୍କ ମ-ର ଶରୀର ପହଞ୍ଚିବା ପରେ ଶୋକାକୁଳ ହୋଇ ଉଠିଥିଲା ସମ୍ପୂର୍ଣ ପରିବେଶ । ଉପସ୍ଥିତ ମଧ୍ୟ ଥିଲେ ସାଙ୍ଗ ସାଥୀ ।
ଉପସ୍ଥିତ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଛୋଟ ବେଳର ବନ୍ଧୁ ଥିଲା ପ୍ରକାଶ । ସବୁବେଳେ ତାର ଆଉ ସହୀଦ ପ୍ରକାଶ ସାଙ୍ଗ ହୋଇ ଗାଁ ଦାଣ୍ଡରେ ଖେଳକୁଦ କରୁଥିଲେ । ଆଉ ସାଙ୍ଗ ହୋଇ ସ୍କୁଲ୍ ମଧ୍ୟ ଯାଉଥିଲେ । ଏପରି ପ୍ରକାଶ ସ୍କୁଲ୍ ନଗଲେ ସିଏ ମଧ୍ୟ ସ୍କୁଲ୍ ଯାଆନ୍ତି ନାହିଁ । ଦୁହେଁ ମିଶି ଘର ଦାଣ୍ଡରେ ସାଙ୍ଗ ହୋଇ ଖେଳକୁଦ କରନ୍ତି । ପ୍ରକାଶ ବହୁତ୍ ଦୁଃ-ଖ କଷ୍ଟରେ ନିଜ ଗୋଡ଼ରେ ଠିଆ ହୋଇଥିଲା । କିନ୍ତୁ ଆଜି ସେହି ସାଙ୍ଗ ସହିଦ୍ ହୋଇ ଯାଇଛି ।
ଦେଶ ପାଇଁ ତାଙ୍କ ସାଙ୍ଗ ଜୀବନ ଦେଇ ଥିବାରୁ ସେ ଗର୍ବିତ କିନ୍ତୁ ପିଲା ଦିନର ସାଙ୍ଗ ଆଜି ଆଉ ଏ ଦୁନିଆରେ ନାହିଁ ସେକଥା ଭାବି ସେ ନିଜ ଲୁହକୁ ଅଟକାଇ ପାରୁନାହାନ୍ତି । ପ୍ରକାଶଙ୍କ ପାଖରେ ଅର୍ଥାଭାବ ଥିବାରୁ ଏଇ ସାଙ୍ଗ ତାଙ୍କୁ ନିଜ ସାଇକେଲ ବନ୍ଧା ପକାଇ ଟଙ୍କା ଦେବା ପରେ ଯାଇ ସେ ଯବାନ ଭାବରେ ଚାକିରୀରେ ଯୋଗ ଦେଇଥିଲେ । ଆଉ ଏବେ ସେଇ ପ୍ରକାଶ ସହିଦ୍ ହୋଇଯିବା ପରେ ତାଙ୍କୁ ଝୁରୁଛନ୍ତି ପରିବାର, ସାହି ପଡିଶା ତଥା ସାଙ୍ଗ ସାଥି ସମସ୍ତେ ।