ଅମାନିଆଙ୍କ ପାଇଁ ଆସିଲା ପେଟେଣ୍ଟ ମେଡିସିନ । ଚେକିଂରେ ରିଭର୍ସ ଗଲେ ଫାଟିବ ଚକା ।
ବନ୍ଧୁଗଣ ଆଜିକାଲି ଆପଣମାନେ ନ୍ୟୁଜ୍ କିମ୍ଵା ଖବର କାଗଜରେ ପଢ଼ୁଥିବେ ଏବଂ ଜାଣୁଥିବେ ଯେ ଦିନକୁ ଦିନ ସଡକ ଦୁର୍ଘଟଣା ଭଳି ମାମଲା ବଢି ବଢି ଚାଲିଛି । ଆଉ ଅଧିକାଂଶ ଦୁର୍ଘଟଣା ଟ୍ରାଫିକ ନିୟମ ନମାନିବା କାରଣରୁ ହିଁ ଘଟୁଛି । ଆଉ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ମଧ୍ଯ ନେଉଛନ୍ତି ସରକାର । ସଡକ ଦୁର୍ଘଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କଡା କଡ଼ି କରି ଦେଇଛନ୍ତି । ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି ।
ଟ୍ରାଫିକ ନିୟମ ନ ପାଳନ କଲେ ଜୋରିମାନା ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି । ବର୍ଦ୍ଧିତ ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଣିକି କମିଶନରେଟ ପୋଲିସ ନୂଆ ପନ୍ଥା ଆପଣେଇଛି । ହଁ ଆଜ୍ଞା ଅମାନିଆଙ୍କ ପାଇଁ ପେଟେଣ୍ଟ ମେଡିସିନ । ଚେକିଂ ରେ ରିଭର୍ସ ଗଲେ ଫାଟିବ ଚକା । କଣ୍ଟା ପିଢା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଫୋନରେ ଗପିଲେ ପାଇବେନି ନିସ୍ତାର । ଆମ ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ବଢୁଛି ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା । କିଏ ମଦ ପିଇ ଚଳାଉଛି ତ ଆଉ କିଏ ମୋବାଇଲ୍ ଗେଞ୍ଜି ।
ପୋଲିସ୍ ଅଟକାଇଲେ କିଏ ଅଟକି ଯାଇ ସହଯୋଗ କରୁଛି ତ ଆଉକିଏ ରିଭର୍ସ ନେଇ ଛୁ ମାରିବାକୁ ଚେଷ୍ଠା କରୁଛି । ଛୁ ମାରିବା ବେଳେ କେତେବେଳେ ପୋଲିସ୍ ଉପରେ ଗାଡ଼ି ଚଢ଼ାଉଛି ତ ଆଉକିଏ ବ୍ୟାରିକେଟ ନେଇ ଚାଲି ଯାଉଛି । ଏପରି ଅମାନିଆ ଏବେ ପୋଲିସ୍ ଡିପାର୍ଟମେଣ୍ଟର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଥିପାଇଁ କମିଶନରେଟ ପୋଲିସ ଆପଣେଇଛି ପେଟେଣ୍ଟ ମେଡ଼ିସିନ । ଅମାନିଆଙ୍କ ପାଇଁ ପ୍ରସ୍ତୁତ କରିଛି କଣ୍ଟାପିଢ଼ା । ଫେରାର ହେବା ପାଇଁ ଚେଷ୍ଟା କଲେ ଚକା ପଙ୍କଚର୍ ହେଇଯିବ ।
ଆଉ ପୋଲିସ୍ ପଞ୍ଝାରୁ ମୁକୁଳି ମଧ୍ୟ ପାରିବେ ନାହିଁ । ତେବେ ବନ୍ଧୁଗଣ ରାଜ୍ୟରେ ଏବେ ବେପାରୁଆ ଗାଡ଼ି ଚାଳନା ବଢ଼ି ଚାଲୁଥିବା ବେଳେ ଏଥିପାଇଁ ଦୁର୍ଘଟଣା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାକୁ କମେଇବାକୁ ପୋଲିସ୍ ଚେଷ୍ଟା କରି ମଧ୍ୟ କେତେକାଂଶରେ ସଫଳ ହେଉଥିବା ବେଳେ କିଛି ଆମାନିଆ ପୋଲିସ୍ ଆଖିରେ ଧୂଳି ଦେଇ ଛୁ ମାରୁଛନ୍ତି । ତେବେ କଣ୍ଟା ପିଢ଼ାକୁ ବ୍ୟବହାର କଲେ ସମସ୍ତ ଅମାନିଆ ସାବାଡ ହେବେ ବୋଲି ଚର୍ଚ୍ଚା ହେଉଛି ।