“ପ୍ରଧାନମନ୍ତ୍ରୀ ମୋତେ ନମସ୍କାର ହେଲେ, ମୋ ମୁଣ୍ଡ ପୂରା ଟିଣା । ଆଉ ତାଙ୍କ କଥା କିଛି ଶୁଣିଲିନି” ।

ତେବେ ବନ୍ଧୁଗଣ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀକୁ ନିର୍ବାଚନୀ ପ୍ରଚାରରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ କେନ୍ଦ୍ରାପଡ଼ାର ଏହି ସମାବେଶ କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାମଞ୍ଚରେ ଜଣେ ମହିଳାଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରିଥିଲେ । କେନ୍ଦ୍ରାପଡ଼ାର ଏହି ମହିଳା ଜଣଙ୍କ ହେଲେ କମଳା ମହାରଣା । ସେ ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାକୁ ଆସିଥିଲେ

ସେହିଭଳି କମଳା ମହାରଣା ଅନାବନା ପ୍ଲାଷ୍ଟିକରୁ ଗାଲିଚା ସମେତ ଘରକରଣା ଜିନିଷ ତିଆରି କରି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନ ପାଇଥିଲେ । କମଳାଙ୍କ ଏହି ମହାନ କାମ ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ କମଳାଙ୍କ କାମକୁ ପ୍ରଶଂସା କରିଥିବା ବେଳେ ଏହି କାମରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଥିଲେ । ତେବେ ପ୍ରଧାନମନ୍ତ୍ରୀ ଏତେ ଲୋକଙ୍କ ଆଗରେ ଭରା ମଞ୍ଚରେ ଆଣ୍ଠୁ ମାଡ଼ି ନମସ୍କାର କରିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଆଉ ସାରା ରାଜ୍ୟରେ ପ୍ରଶଂସା ସାଉଁଟିଥିବା କମଳାଙ୍କୁ ଏହି ବିଶେଷ ଅନୁଭୂତି ସମ୍ପର୍କରେ ପଚାରି ବୁଝିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ମିଡ଼ିଆ ଓ ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସାକ୍ଷାତକାର ସମୟରେ କମଳା ଦେବୀ କହିଥିଲେ ଯେ, ତାଙ୍କର ବହୁତ୍ ଇଚ୍ଛା ଥିଲା ମୋଦୀଙ୍କୁ ଭେଟିବାକୁ ଆଉ ଭେଟି ଖୁସି ହେଲେ ଆଉ ଆଣ୍ଠେଇକି ନମସ୍କାର ହେବା ଭିତରେ ସେ ମଧ୍ୟ ତାଙ୍କୁ ଆଣ୍ଠେଇକି ନମସ୍କାର କଲେ । ଆଉ ସେଇଟା ତାଙ୍କୁ ଟିକେ କଷ୍ଟ ଦେଲା କାନ୍ଦ ଲାଗିଲା । ବଡ଼ ଭାଇ ଦୃଷ୍ଟିରୁ ସେ ରାକ୍ଷୀ ପଠେଇଥିଲେ ଆଉ ଓଲଟା ସେ ତାଙ୍କୁ ନମସ୍କାର ହେଲେ ।

ଭାଇ ଗୋଟେ ଭଉଣୀକୁ ମୁଣ୍ଡିଆ ମାରିଲେ ବୋଲି ଟିକେ ତାଙ୍କୁ କଷ୍ଟ ଲାଗିଲା । କମଳା ମା ଆହୁରି ମଧ୍ୟ କହିଛନ୍ତି ଯେ ସେ ବହୁତ୍ ଖୁସି ଅଛନ୍ତି କିନ୍ତୁ ସେ ଯଦି ବିଞ୍ଚଣା ଓ ଫୁଲତୋଡ଼ା ଟା ଦେଇଥାନ୍ତେ ତାହେଲେ ଆହୁରି ଅଧିକା ଖୁସି ହେଇଥାନ୍ତେ । ସେ ଦେଇ ପାରିଲେ ନାହିଁ କାରଣ ସଭା ଭିତରକୁ ସେ ସବୁ ଜିନିଷ ସିକ୍ୟୁରିଟି ଦୃଷ୍ଟିରୁ ପୁରେଇ ଦେଲେନି । ମାଉସୀ ୨୦୧୪ରୁ ଏଇ କାର୍ଯ୍ୟ ଆରମ୍ଭ କଲେଣି । ତେବେ ସଭାରେ ଯେଉଁ ମୋଦୀ ତାଙ୍କୁ ମୁଣ୍ଡିଆ ମାରିଲେ, ତାଙ୍କ ମୁଣ୍ଡ ପୂରା ଟିଣ । ଆଉ କିଛି କାମ କଲାନି ସେ ତାଙ୍କ କଥା କିଛି ଶୁଣିଲେନି ବୋଲି କହିଛନ୍ତି କମଳା ମହାରଣା ।

Leave a Reply

Your email address will not be published. Required fields are marked *