ମହିଳାଙ୍କ ପେଟରେ ଅଛି ଅଢେ଼ଇ କେଜି ଚୁଟି, ଡାକ୍ତର ଦେଖି ହୋଇଗଲେ କାବା।

ମହିଳାଙ୍କ ପେଟରେ ଅଢେଇ କେଜି ଚୁଟି ପେଟରେ ଏତେ ଚୁଟି ଦେଖି ଡାକ୍ତର ହୋଇଗଲେ କାବା।ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କର ହାତ ଥରିଲା। କେମିତି ପେଟ ଭିତରକୁ ଆସିଲା ଏତେ ଚୁଟି।ହଁ ଆଜ୍ଞା ଏହି ମହିଳାଙ୍କ ପେଟରେ ରହିଛି ପୁରା ଅଢେ଼ଇ କେଜି ଚୁଟି। ଡାକ୍ତର ଯେତେବେଳେ ଅଲ୍ଟ୍ରାସାଉଣ୍ଡ କରି ଦେଖିଥିଲେ ଯେ ମହିଳାଙ୍କ ପେଟରେ କ’ଣ ଅଛି ତାପରେ ଡାକ୍ତରଙ୍କ ହସ ଉଡିଯାଇଥିଲା।

ମହିଳାଙ୍କ ପେଟରେ ଏତେ ଚୁଟି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। ପେଟରେ ପୁରା ଅଢେ଼ଇ କେଜିର ଚୁଟି ରହିଛି। ମହିଳାଙ୍କ ପେଟରୁ ପୁରା ଅଢେ଼ଇ କେଜିର ଚୁଟି ଡାକ୍ତର କେମିତି ବାହାର କରିବେ ତାହା ଭାବି ପାରୁନଥିଲେ। ଅନେକ ସମୟ ଧରି ଡାକ୍ତରମାନେ ଚିନ୍ତାରେ ରହିଲେ। ହେଲେ ଶେଷରେ ଯାହା ହେଲା ଡାକ୍ତର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ମହିଳାଙ୍କ ପେଟ ଭିତରେ କେଶର ଏକ ପିଣ୍ଡୁଳା ହୋଇଗଲା।

ସୂଚନା ମୁତାବକ ଏହି ମହିଳାଙ୍କର ୩ ଟି ସନ୍ତାନ ରହିଛି। ମହିଳା ଦ୍ୱିତୀୟ ଗର୍ଭ ଧାରଣ ସମୟରେ କେଶ ଖାଇବା ଅଭ୍ୟାସ କରିଥିଲେ। ମହିଳା ଜଣକ କେବଳ ନିଜ କେଶ ଖାଇଥାନ୍ତି ତାହା ନୁହେଁ ଅନ୍ୟ ମାନଙ୍କର କେଶକୁ ବି ଖାଉଥିଲେ ମହିଳା। ଆଗରୁ ମହିଳା ଜଣକ ବହୁତ କେଶ ଖାଉଥିଲେ। ଯାହା ଏବେ ତାଙ୍କ ପେଟ ଭିତରେ କେଶର ଏକ ପିଣ୍ଡୁଳା ହୋଇଗଲା। ଆପଣ ଏହି ଫୋଟରେ ଦେଖିପାରୁଥିବେ ଏହି କେଶର ଏକ ପିଣ୍ଡୁଳାକୁ ଯାହାକି ମହିଳାଙ୍କ ପେଟରେ ରହିଥିଲା।

ଡାକ୍ତରଙ୍କ ଗୋଟିଏ ଲକ୍ଷ୍ୟ ଥିଲା ଅସ୍ତ୍ରୋପଚାର କରି ମହିଳାଙ୍କୁ ସୁସ୍ଥ କରିବା।ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ଯେ ଅପ୍ରେସନ କରି ମହିଳାଙ୍କୁ ନୂଆ ଜୀବନ ଦେବା। ଏହା ପରେ ଡାକ୍ତର ଅପ୍ରେସନ ଆରମ୍ଭ କରିଦେଲେ। ଦୀର୍ଘ ୪୫ ମିନିଟ ପର୍ଯ୍ୟନ୍ତ ଡାକ୍ତର ଅପ୍ରେସନ କରିଥିଲେ। ଶେଷରେ ମହିଳାଙ୍କ ପେଟରୁ କେଶର ଏକ ପିଣ୍ଡୁଳା ବାହାର କରିଥିଲେ। ପୁରା ଅଢେ଼ଇ କେଜିର ଚୁଟି ପିଣ୍ଡୁଳା ବାହାରିଥିଲା। ମହିଳା ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି। ତାଙ୍କର ବୟସ ହେଉଛି ୨୫ ବର୍ଷ।

ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସତନା ଜିଲ୍ଲା ଚିତ୍ରକୁଟ ଅଞ୍ଚଳରେ ଥିବା ଜାନକୀ ଖଣ୍ଡ ହସ୍ପିଟାଲରେ। ମହିଳାଙ୍କ ଘର ହେଉଛି ଉତ୍ତରପ୍ରଦେଶର ମହବା ଜିଲ୍ଲାରେ। ଡକ୍ଟର ନିର୍ମଳା ଗିହାନି ଅସ୍ତ୍ରୋପଚାର କରି ମହିଳାଙ୍କୁ ନୂଆ ଜୀବନ ଦେଇଛନ୍ତି। ମହିଳା ଜଣକ ଏହାପରେ ଡ଼ାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *