“ସେମାନେ ସାଙ୍ଗସାଥି ଗହଳିରେ ଟିକେ ମଜାରେ ଡାଲେମା ଓ ଓଉ ରାଇତା ଭାଇରାଲ କରିଛନ୍ତି ଖରାପ ନୁହନ୍ତି” : ଗଜପତି ।

ନିକଟରେ ଏକ ସାକ୍ଷାତକାର ସମୟରେ ଗଜପତି କହିଛନ୍ତି ଯେ ନିକଟରେ ଦୁଇଟି ଝିଅ ବିଜେଡ଼ି ରାଲିରେ ନା କଣ ଗୋଟେ ଯାଇଥିଲେ । ସେଠି ଡାଲମା ଡାଲମା, ସାଲାଡ଼ ସାଲାଡ଼ ହେଉଥିଲେ ଯେ ବଢ଼ିଆ ଗୋଟେ ଡାଇଲଗ୍ କରିଥିଲେ ସେଥିରେ ଗୀତ ଓ ଡିଜେ ହାରିକା ବାଜିଲା । ସେ ଝିଅ ଗୁଡ଼ାଙ୍କୁ ସମସ୍ତେ ଆସିକି ଗାଳି ମନ୍ଦ କଲେ, ଖରାପ୍ ଭାଷା ସବୁ ଲେଖିଲେ । ଆଉ ବର୍ତ୍ତମାନ୍ ସେ ଝିଅର ରିଙ୍ଗ ସେରିମନି ସରିଛି ଆଉ ବାହାଘର ମଧ୍ୟ ହେବାକୁ ଯାଉଛି ।

ଗଜପତି କହିଛନ୍ତି ତାଙ୍କୁ ଲାଗୁଛି ଏଇଟା ଗୋଟେ ଇଣ୍ଟର ନେସନାଲ ଖବର ପାଲଟିଛି । ଝିଅ ଛୁଆଟା ଆଉ ବାହା ହୁଅନ୍ତାନି କି? ସେତେବେଳେ କମ୍ ବୟସର ହୋଇଥିଲା ପାଠ ଶାଠ ପଢୁଥିଲା । ଏବେ ଘର ସଂସାର କରିବ ଭଲକଥା କିଛି ଅସୁବିଧା ନାହିଁ । ତେବେ ତାର ବାହାଘର ହେବାର କାରଣ ଜଣେ ଭଉଣୀ ଅଛନ୍ତି ମିସ୍ କୁଇନ୍ ବୋଲି ସେ ସବୁବେଳେ ତାର ପଛରେ ପଡ଼ିଲା ନହେଲେ ଆଉ ୪/୫ ବର୍ଷ ଟିକେ ଖେଳିଥାନ୍ତା ମଜାମସ୍ତି କରିଥାନ୍ତା । ତେବେ ଲୋକମାନେ ସେ ଝିଅକୁ କମେଣ୍ଟ କରୁଥିଲେ ବେକାର ଝିଅ ଶିଷ୍ଟାଚାର ନାହିଁ ।

ଗଜପତି କହିଛନ୍ତି ଯେଉଁ ଝିଅ ମାନଙ୍କର ବେଶୀ ଶିଷ୍ଟାଚାର୍ ଥାଏ ସେମାନେ ରୋଡ଼ ସାଇଡରେ ଠିଆ ହେଇକି ସିଗାରେଟ୍ ପିଉଛନ୍ତି । ତେବେ ଝିଅ ପିଲାଟା ଝିଅ ପିଲାର ସାଙ୍ଗ ହେବ ନା ଆଉ କଣ ପୁଅ ପିଲାର ସାଙ୍ଗ ହେବ । ସେ ତାର ସାଙ୍ଗ ହେଇଛି ଆଉ ସେଇ ମେଳରେ କଣ ଗୋଟେ କହି ଦେଇଛି । କେଡ଼େ ସୁନ୍ଦର ହେଇଛି ସେ ଡାଇଲଗ ଟା ଭାରି ଖୁସି ଲାଗିଲା । ତେବେ ଗଜପତି କେବେ କହି ନାହାଁନ୍ତି ଯେ ସେ ତାଙ୍କର ଭଉଣୀ ହେବ କି କଣ ।

ସେ ଛୋଟ ପିଲାଟିଏ ଗୋଟେ ଭାଣୀଜି ବୟସର ପିଲାଟେ ହେବ । ଏଇଟା ଭଲ ନା ପିଲାମାନେ ଏଇ ବୟସରେ ଖେଳିବେ ନାଚିବେ ଗାଇବେ ଆଉ କିଛି ଗୋଟେ କଥା ଟେ କହିବେ ନିଜ ସୀମା ଭିତରେ ରହିକି କଲେ ତାଙ୍କୁ ଭଲ ଲାଗେ । ନୂଆ ନୂଆ ରିଙ୍ଗ ସେରିମନି ହେଲା ଏବେ ତା ସ୍ବାମୀ ଦେଖୁଥିବ ଆଉ ସେ କଣ ପାଇଁ କିଛି କହିବ କଣ କେଉଁଠି ନାଚୁଛି ନା ଇନ୍ଷ୍ଟାଗ୍ରାମ ରିଲ୍ସ କରିକି ଥେଇ ଥେଇ ହେଉଛି । ତେଣୁ ଏଇ ପୁଅ ଟା କେବେ ଭି ତାକୁ ଖରାପ୍ ଭାବିବନି ।

Leave a Reply

Your email address will not be published. Required fields are marked *