ହଠାତ ବଦଳିବ ପାଗ,ବଡ଼ ବର୍ଷାରେ ଧୋଇବ ଓଡ଼ିଶା

ବଦଳିବ ପାଗ ପୁଣି ଆସୁଛି ବଡ଼ ବର୍ଷା। ବର୍ଷାରେ ଭିଜିବ ସାରା ଓଡ଼ିଶା । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଓଡ଼ିଶାକୁ ମୌସୁମୀ ଆସିବାକୁ ଥିବା ବେଳେ ଏପଟେ ମାଡ଼ି ଆସୁଛି କାଳ ବୈଶାଖୀ ବର୍ଷା। ଏହିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ହଁ ଦର୍ଶକ ବନ୍ଧୁ ବାତ୍ୟା ପରେ ବଢ଼ିଛି ତାତି। ଏତେ ପରିମାଣରେ ତାତି ବଢ଼ିଛି ଯେ ଘରୁ ବାହାରିବା ଅସହ୍ୟ ହୋଇ ପଡ଼ିଲାଣି।

ବର୍ତ୍ତମାନ ଓଡ଼ିଶାରେ ଖରା ଶହ ଗୁଳୁଗୁଳି ପୁଣି ୪୫ ଡ଼ିଗ୍ରୀ ଟପିଲାଣି ତାପମାତ୍ରା। ଯାହା ଫଳରେ ଅସହ୍ୟ ତାତି ଓ ଗରମରେ ଛଟପଟ ହେଉଛନ୍ତି ଲୋକେ। ବାତ୍ୟା ପରେ ବଦଳି ଯାଇଛି ପାଗ। ଆଉ ଏତେ ପରିମାଣରେ ଗରମ ଓ ତାତି ହେଉଛି ଯେ ବଞ୍ଚିବା ମୁସ୍କିଲ୍ ହୋଇ ପଡ଼ିଲାଣି। ତେବେ ଯଦି ଆମେ ଦେଖିବା ୪୫.୯ ଡ଼ିଗ୍ରୀ ସହ ବୌଦ୍ଧ ଜିଲ୍ଲା ସବୁଠାରୁ ଉତ୍ତପ୍ତ ସହର ପାଲଟି ଥିଲା।

ସେହିପରି ସୋନପୁରରେ ୪୫.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇ ଥିବା ବେଳେ ୪୫ ଡ଼ିଗ୍ରୀ ଛୁଇଁଛି ଟିଟଲାଗଡ଼ର ତାପମାତ୍ରା। ଝାରସୁଗୁଡ଼ାରେ ୪୪.୮ ,ସମ୍ବଲପୁରରେ ୪୪.୬ , ବଲାଙ୍ଗୀରରେ ୪୪.୫ ଓ ଭବାନୀପାଟଣାରେ ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି ୪୫ ଡ଼ିଗ୍ରୀ ଉପରେ ୩ ସହରର ତାପମାତ୍ରା ଥିବା ବେଳେ ୪୦ ଡ଼ିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିଲା। ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶାର ଲୋକମାନେ ଛଟପଟ ହେଉଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି।

ହେଲେ ଖୁବ୍ ଶୀଘ୍ର ଏହି ଅସହ୍ୟ ଗୁଳୁଗୁଳି ଆଉ ତାତିରୁ ମିଳିବାକୁ ଯାଉଛି ଆଶ୍ୱସ୍ତି। ଏହି ଦିନ ଠାରୁ ପ୍ରବଳରୁ ଅତି ପ୍ରବଳ ଛେଚିବ ବର୍ଷା। ଆଉ କିଛିଦିନ ପରେ ପୁଣି ଛେଚିବ କାଳ ବୈଶାଖୀ ବର୍ଷା। ତେବେ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବାକୁ ଥିବା ବେଳେ ଏଥିସହ କିଛି କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଉ ଏହାପର ଠାରୁ କାଚିବ ବର୍ଷା। ଆଉ ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି।

Leave a Reply

Your email address will not be published. Required fields are marked *