କହିଥିଲେ ଯେତିକି ମାର୍କ ରହିବ ତା’ର ଅଧା ବି ମିଳିଲାନି । କିନ୍ତୁ ଫୋନ୍ କିଣିଛନ୍ତି, ଭୋଜି ବି ଦେଇଛନ୍ତି ।

ଦର୍ଶକବନ୍ଧୁ ଏଇ ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇ ସାରିଛି । ଏବଂ ଏଥିରେ କୃତକାର୍ଯ୍ୟ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି । ଆଉ ରେଜଲ୍ଟ ଆଶାନୁରୂପ ନହେବାରୁ କେଉଁଠି କେମିତି ଛାତ୍ର ବା ଛାତ୍ରୀ ଜୀବନ ହାରି ଦେଇଥିବା ବା ଘରୁ ଲୁଚି ପଳାଇଥିବା ଭଳି ଦୁଃଖଦ ଖବର ବି ବହୁତ୍ ସାମ୍ନାକୁ ଆସିଛି । ହେଲେ ଏସବୁ ଭିତରେ ନଜରକୁ ଆସିଛନ୍ତି ଏମିତି ଜଣେ ଛାତ୍ର ଯିଏ ନିଜ ଆଶା ଅନୁସାରେ ଫଳ ସିନା ପାଇ ନାହାଁନ୍ତି କିନ୍ତୁ ସେଥିପାଇଁ ତାଙ୍କ ମନରେ ବିଶେଷ ଦୁଃଖ ନାହିଁ

ସିଏ ପୂରା ବିନ୍ଦାସ ଓ ଖୁସି ଅଛନ୍ତି । ସେ ପରୀକ୍ଷା ଦେଇ ସାରିବା ପରେ ତାଙ୍କର କେତେ ମାର୍କ ରହିବ ସେ କହି ଦେଇଥିଲେ । ହେଲେ ରେଜଲ୍ଟ ବାହାରିବା ପରେ ଘଟଣା ପୂରା ଅଲଗା । ଯେତିକି କହିଥିଲେ ସେତିକି ତ ରହିଲା ନାହିଁ ତାର ପାଖାପାଖି ମାର୍କ ମଧ୍ୟ ରହିଲା ନାହିଁ ଅଧାରୁ ମଧ୍ୟ କମ୍ ରହିଲା । ତାଙ୍କର ୫୯୦ ମାର୍କ ରହିବ ବୋଲି ଭାବିଥିଲେ କିନ୍ତୁ ତାଙ୍କର ୨୦୦ ମାର୍କ ରହିଚି ।

ସାମ୍ୱାଦିକ ତାଙ୍କୁ ପଚାରିଥିଲେ ଯେ ସେ ଭାବିଥିଲେ ୫୯୦ ମାର୍କ ରହିବ ବୋଲି କିନ୍ତୁ ରେଜଲ୍ଟ ବାହାରିବା ପରେ ତାଙ୍କର ୨୦୦ ମାର୍କ ରହିଛି । ହେଲେ ସେଥିରେ ତାଙ୍କର ତିଳେ ହେଲେ ବି ଦୁଃଖ ନାହିଁ । ଏତେ କମ୍ ନମ୍ୱର୍ କେମିତି ରହିଲା ବୋଲି ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ ଯେ ସେ ସବୁ ଠିକ୍ ଲେଖିଥିଲେ ହେଲେ ମାଷ୍ଟର ଭୁଲ୍ ଭାଲ ମାର୍କ ଦେଇଛି ।

ମ୍ୟାଟ୍ରିକ ପରୀକ୍ଷାରେ ମୋଟ ୬୦୦ ମାର୍କ ରୁ ୫୯୦ ମାର୍କ ରହିବ ବୋଲି ସେ କହିଥିଲେ। ହେଲେ ସେତିକି ନହେଲା ନାହିଁ ଟିକେ କମି ଯାଇଥାନ୍ତା କିନ୍ତୁ ତାଙ୍କର ଅଧାରୁ ମଧ୍ୟ କମ୍ ନମ୍ୱର୍ ରହିଲା । ହେଲେ ଏଥିରେ ଦୁଃଖ ନ କରି ନାହାଁନ୍ତି ଛାତ୍ର ଜଣକ । ସେ ମୋବାଇଲ୍ ମଧ୍ୟ କିଣିଛନ୍ତି ଏବଂ ଭୋଜି ମଧ୍ୟ ଦେଇଛନ୍ତି । ତେବେ ତାଙ୍କ କଥା ଶୁଣି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *