ମୂଖ୍ୟମନ୍ତ୍ରୀଙ୍କୁ ପାଣ୍ଡିୟାନ୍ ଗୋଡ଼ରେ ଠେଲିବା ନେଇ ଭାଇରାଲ୍ ହେଉଥିବା ଭିଡ଼ିଓର ପ୍ରକୃତ ସତ କଣ ଜାଣନ୍ତୁ ।

ସାମ୍ନାକୁ ଆସିଲା ଭାଇରାଲ ଭିଡ଼ିଓର ସତ । ମୂଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡେ଼ଇ ନାହାଁନ୍ତି ପାଣ୍ଡିୟାନ୍ । ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଅପପ୍ରଚାର । ନବୀନଙ୍କୁ ପାଣ୍ଡିୟାନ ଗୋଡ଼ ମାରିଥିବା ନେଇ ଚାଲିଛି ଗୁଜବ । ଜଣା ପଡ଼ିଲା ସତ ପ୍ରକୃତରେ କଣ କରୁଥିଲେ ପାଣ୍ଡିୟାନ । ତେବେ ବନ୍ଧୁଗଣ ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି ।

ଏଭଳି ସ୍ଥିତିରେ ଭାଜପା ବିଜେଡିର ପ୍ରଚାର ମଙ୍ଗ ଧରିଥିବା ନେତା ୫ଟି ପାଣ୍ଡିଆନ୍‌ଙ୍କୁ ଜୋରଦାର ଟାର୍ଗେଟ କରୁଛି । ଗତ କିଛିଦିନ ଧରି ତାଙ୍କର କିଛି ଭିଡିଓ ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଛି । ମଙ୍ଗଳବାର ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ତାପରେ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ସେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼କୁ ନିୟନ୍ତ୍ରଣ କରୁଥିବା ନେଇ ଭାଜପା ପକ୍ଷରୁ ଦାବି କରାଯାଇଥିଲା । ଏବେ ଏହାର ପ୍ରକୃତ ଭିଡିଓ ସାମ୍ନାକୁ ଆସିଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ଦ୍ୱିତୀୟ ସର୍ବେସର୍ବା ଭି କେ ପାଣ୍ଡିଆନ ଗୋଡ଼ ମାରୁଥିବାର ଏକ ଭିଡ଼ିଓ ରାଜ୍ୟ ରାଜତୀନିରେ କମ୍ପନ ସୃଷ୍ଟି କରିଛି । ତେବେ ଆମ ସଂସ୍କୃତିରେ ଗୁରୁଜନଙ୍କଠାରେ ଗୋଡ଼ ବାଜିଲେ ବିଷ୍ଣୁ ହେବାର ବିଧି ରହିଛି । କିନ୍ତୁ ପାଣ୍ଡିଆନ ସେ ସବୁକୁ ଖୋଲାଖୋଲି ଭାବେ ଅଣଦେଖା କରି ସାର୍ବଜନୀନ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ବୋଲି ବିଜେପି କହିଛି । ଭିଡ଼ିଓକୁ ଅତି ପାଖରୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ ପାଣ୍ଡିଆନ ଏବଂ ଅନ୍ୟ ନେତା ମାନଙ୍କ ଚେୟାର ଯେଉଁ ଧାଡ଼ିରେ ପଡିଛି ମୂଖ୍ୟମନ୍ତ୍ରୀଙ୍କ ଚେୟାର ସାମାନ୍ଯ ଆଗକୁ ପଡ଼ିଛି ଏବଂ ପାଣ୍ଡିଆନ ସଭା ମଞ୍ଚରେ ବସିଲା ବେଳେ ନିଜ ପାଦରୁ ଚପଲ ହଳକ ବାହାର କରୁଛନ୍ତି ।

ଆଉ ଏହାକୁ ନବୀନଙ୍କ ଚେୟାର ପଛପଟେ ରଖୁଛନ୍ତି । ପୁଣି ନିଜ ଚପଲ ହଳକୁ ପାଦରେ ଆଉ ଟିକିଏ ପାଖକୁ ଟାଣି ଆଣି ନିଜ ଚେୟାର ପାର୍ଶ୍ୱରେ ସଜାଡ଼ି ରଖୁଛନ୍ତି । ଯାହାକି ଦୂରରୁ ଦେଖିଲେ ଲାଗୁଛି ପଣ୍ଡିଆନଙ୍କ ପାଦ ମୁଖ୍ୟମନ୍ତ୍ରୀଙ୍କ ପାଦକୁ ସ୍ପର୍ଶ କରୁଛି । କିନ୍ତୁ ପ୍ରକୃତରେ ପଣ୍ଡିଆନଙ୍କ ପାଦ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଠାରୁ ଯଥେଷ୍ଟ ଦୂରରେ ରହିଥିଲା । ହେଲେ ଏହି ଭିଡ଼ିଓକୁ ନେଇ କିଛି ଲୋକ ଆପପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନି କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

Leave a Comment

Your email address will not be published. Required fields are marked *

Scroll to Top