ହେଲିକେପ୍ଟରରେ ଉଡୁଥିବା ନେତା, ପ୍ରତି ଘଣ୍ଟାକୁ ହେଲିକେପ୍ଟରରେ କେତେ ଖର୍ଚ୍ଚ କରନ୍ତି?

ନିର୍ବାଚନୀ ରାଲିରେ ହେଲିକେପ୍ଟରରେ ଉଡୁଛନ୍ତି ରାଜନେତା। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତି ସହଜରେ ଯାଉଛନ୍ତି ନେତା। ନେତାଙ୍କ ହେଲିକେପ୍ଟର ପ୍ରତି ଘଣ୍ଟାର ଖର୍ଚ୍ଚ କେତେ? ଗୋଟିଏ ଦିନରେ କେତେ କୋଟି ଟଙ୍କା ଖର୍ଚ୍ଚ କରନ୍ତି ନେତା?

ସାଧାରଣ ନିର୍ବାଚନ ପାଇଁ ଚଳ ଚଞ୍ଚଳ ରହିଛି ସାରା ଭାରତ। ଦେଶରେ ବିଭିନ୍ନ ସ୍ଥାନରେ ମତଦାନ ଚାଲୁ ରହିଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ। ସବୁଆଡେ ନେତା ମନ୍ତ୍ରୀଙ୍କ ଭିଡ଼ ଲାଗିରହିଛି। ତେବେ ଏହି ସମୟରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଗୋଟିଏ ଦିନରେ ୪ ରୁ ୫ଟି ରାଲିରେ ଯୋଗ ଦେଇଥାନ୍ତି। ତେବେ ଗୋଟିଏ ଦିନରେ ୪ ରୁ ୫ଟି ରାଲିରେ ଯୋଗ ଦେବା ପାଇଁ କାରରେ ଯିବା ଅସମ୍ଭବ ସେଥିପାଇଁ ନେତା ଓ ମନ୍ତ୍ରୀମାନେ ହେଲିକେପ୍ଟର ବ୍ୟବହାର କରିଥାନ୍ତି। ହେଲିକେପ୍ଟରରେ ନେତା ଓ ମନ୍ତ୍ରୀମାନେ ଗୋଟିଏ ଦିନରେ ୪ ରୁ ୫ଟି ରାଲିରେ ଯୋଗ ଦେଇଥାନ୍ତି।

ତେବେ ଆମ ମନକୁ ଗୋଟିଏ ପ୍ରଶ୍ନ ଆସୁଥିବ ନିଶ୍ଚୟ ଯେ ନେତା ଓ ମନ୍ତ୍ରୀମାନେ ବ୍ୟବହାର କରୁଥିବା ହେଲିକେପ୍ଟରର ଖର୍ଚ୍ଚ କେତେ? ତେବେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ନେତା ଓ ମନ୍ତ୍ରୀମାନେ ଯେଉଁ ହେଲିକେପ୍ଟର ବ୍ୟବହାର କରୁଛନ୍ତି ତାହାର ଭଡା ଖର୍ଚ୍ଚ କେତେ?

ଯଦି କୌଣସି ନେତା ଦୁଇଟି ଇଞ୍ଜିନ ୮ ଟି ସିଟ ହେଲିକେପ୍ଟର ବ୍ୟବହାର କରନ୍ତି ତେବେ ଏହା ଘଣ୍ଟାକୁ ପ୍ରାୟ ୩ଲକ୍ଷ ଟଙ୍କା ଚାର୍ଜ ହୋଇଥାଏ। ହେଲିକେପ୍ଟରରେ ୧୮୦ ଘଣ୍ଟା ପାଇଁ ଯାତାୟାତ କରିବା ପାଇଁ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟୟରେ ପହଁଚିଥିବା ବେଳେ ହେଲିକେପ୍ଟରର ଅପରେଟର ରୋଜଗାର କରନ୍ତି।

ରିପୋର୍ଟ ଅନୁସାରେ ହେଲିକେପ୍ଟରର ଅପରେଟର ନିର୍ବାଚନ ସିଜିନରେ ପ୍ରାୟ ୩୫୦ ରୁ ୪୦୦ କୋଟି ଟଙ୍କା ରୋଜଗାର କରିବା ସହ ରେକର୍ଡ ସୃଷ୍ଟି କରନ୍ତି।ସାଧାରଣତଃ ରାଜନୈତିକ ଦଳର ଅଧିକ ଡିମାଣ୍ଡ ହେଉଥିବାରୁ ହେଲିକେପ୍ଟର ରେଟ ପ୍ରାୟ ୫୦% ବୃଦ୍ଧି ପାଇଥାଏ। ହେଲିକେପ୍ଟର ପ୍ରତି ଘଣ୍ଟା ହିସାବରେ ଭଡା ୩୫୦ ରୁ ୪୦୦ କୋଟି ଟଙ୍କା ରୋଜଗାର କରିବା ସହିତ ରେକର୍ଡ ସୃଷ୍ଟି କରନ୍ତି।

ସାଧାରଣତଃ ରାଜନୈତିକ ଦଳର ଅଧିକ ଡିମାଣ୍ଡ ହେଉଥିବାରୁ ହେଲିକେପ୍ଟର ରେଟ ପ୍ରାୟ ୫୦% ବୃଦ୍ଧି ପାଇଥାଏ। ହେଲିକେପ୍ଟରକୁ ପ୍ରତି ଘଣ୍ଟା ହିସାବରେ ଭଡାରେ ନେଇଥାନ୍ତି ରାଜନେତା। BEL ୪୦୭ ଭଳି ୬ ରୁ ୭ ସିଟ ହେଲିକେପ୍ଟର ସିଙ୍ଗଲ ଇଞ୍ଜିନ ହେଲିକେପ୍ଟରର ଦାମ ନିର୍ବାଚନ ସମୟରେ ୧ ଲକ୍ଷ ୩୦ ହଜାରରୁ ୧ ଲକ୍ଷ ୫୦ ହଜାର ପ୍ରତି ଘଣ୍ଟାକୁ ବୃଦ୍ଧି ପାଇଥାଏ।

ସେହିପରି ଅଗସ୍ତ୍ୟ AW୧୦୯ ଏବଂ ଏଜୁଆନ 45 ଏୟାର ହେଲିକେପ୍ଟରରେ ୭ ରୁ ୮ ଜଣ ଲୋକ ବସିବାର କ୍ଷମତା ରହିଛି। ୨ ଟି ଇଞ୍ଜିନର ଏହି ହେଲିକେପ୍ଟରର ଖର୍ଚ୍ଚ ୨ ଲକ୍ଷ ୩୦ ହଜାର ଟଙ୍କା ପ୍ରତି ଘଣ୍ଟା ପଡିଥାଏ। ତେବେ ୨ ଟି ଇଞ୍ଜିନ ହେଲିକେପ୍ଟର କମ ହୋଇଥିବା ବେଳେ ସୁରକ୍ଷା ଏବଂ ଆରାମକୁ ଦୃଷ୍ଟିରେ ରଖି ଏହା VVIP ଙ୍କ ପ୍ରଥମ ପସନ୍ଦ ହୋଇଛି।

Leave a Reply

Your email address will not be published. Required fields are marked *