ଜଣା ପଡିଲା ସତ । କଣ ସତରେ ଇଭିଏମ ଭାଙ୍ଗିଛନ୍ତି ପ୍ରଶାନ୍ତ ଜଗଦେବ… ଅପରାଜିତା କଲେ ଖୁଲାସା ।
ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି ଇଭିଏମ ମେସିନ୍ । ସାମ୍ନାକୁ ଆସିଗଲା ପ୍ରମାଣ କହିଲେ ଅପରାଜିତା । ଭିଡ଼ିଓରେ ଅଛନ୍ତି ପ୍ରଶାନ୍ତ କିନ୍ତୁ ଭାଙ୍ଗିଛି ଆଉ କିଏ । ହଁ ଆଜ୍ଞା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଧାୟକଙ୍କ ବିରୋଧରେ ଅଭିଯୋଗ ନଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି । ଆଜ୍ଞା ହଁ ବନ୍ଧୁଗଣ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।
ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନରେ ସେ ସାଙ୍ଗେ ସାଙ୍ଗେ ୧୦ ମିନିଟ୍ ପରେ ପହଞ୍ଚିଥିଲେ । ହେଲେ ସେଠାରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ ।
ଅନ୍ୟପଟେ ଘଟଣା ଘଟିଥିବା କାଉଁରିପାଟଣା ବୁଥ୍ର ସିସିଟିଭି ଫୁଟେଜ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାର୍ବଜନୀନ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି, ବିଧାନସଭା ଇଭିଏମ ମେସିନ୍ ଭଙ୍ଗା ଯାଉଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବହୁ ଦୂରରେ ଛିଡ଼ା ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ବିଜେପି-ବିଜେଡି ପୁଣି ମୁହାମୁହିଁ ହୋଇଛନ୍ତି ।
ଅପରାଜିତାଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ତୃତୀୟ ମହଲାର ଇଙ୍ଗିତରେ ଜଗଦେ୍ଦବଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ ଆଣିଛି । ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବ ଭଳି ଜଣେ ଗୁଣ୍ଡାଙ୍କୁ ନିର୍ଦୋଷ ସଜାଇବା ପାଇଁ ବିଜେପି ନେତାମାନେ ପ୍ରତିଯୋଗିତା କରୁଥିବା କହି କଟାକ୍ଷ କରିଛି ବିଜେଡି । ତେବେ ଏଠି ଏବେ ପ୍ରଶ୍ନ ଉଠୁଛି, ଇଭିଏମ ଭାଙ୍ଗିଥିବା ସେହି ବ୍ୟକ୍ତି ଜଣକ କିଏ? ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିବାଦ ବଢ଼ୁଥିବା ବେଳେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଘଟଣାର ଅନୁଧ୍ୟାନ କରିବା ସହ ସତ୍ୟସତ୍ୟ ସାମନାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।