ଓଡ଼ିଶାରେ କାହିଁକି ମିଳିବ ମାଗଣା ବିଜୁଳି ଏ ସମ୍ପର୍କରେ ଖୋଲି କହିଲେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର
ବନ୍ଧୁଗଣ ରାଜ୍ୟରେ ଜାରି ରହିଥିବା ନିର୍ବାଚନୀ ମାହୋଲ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଏକ ପ୍ରମୁଖ ମୁଦ୍ଦା ହୋଇଛି ବିଜୁଳି ପ୍ରସଙ୍ଗ । ଓଡ଼ିଶାରୁ ଉତ୍ପାଦିତ ବିଜୁଳି ବାହାର ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ଟଙ୍କାରେ ଉପଭୋକ୍ତାଙ୍କୁ ମିଳୁଛି ବୋଲି କହି ବିରୋଧୀ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଏହି ପ୍ରସଙ୍ଗରେ ସ୍ପଷ୍ଟୋକ୍ତି ରଖିଛି ବିଜେଡି । ଏନେଇ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର, ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସ୍ପଟିକରଣ ଦେଇଛନ୍ତି । ବିଜୁଳିକୁ ନେଇ ବିରୋଧୀ ଦଳ ବିଶେଷ କରି ବିଜେପିକୁ ଆଇନା ଦେଖାଇଛି ବିଜେଡି ।
ଓଡ଼ିଶାରେ ବିଜୁଳି ଉତ୍ପାଦନ ସତ୍ତ୍ବେ ଏଠାରେ ଅଧିକ ଦର ଥିବା ଓ ଅନ୍ଯ ରାଜ୍ଯରେ କମ୍ ଦର ଅଛି ବୋଲି ବିରୋଧୀ ଯେଉଁ ମିଛ କଥା କହୁଛନ୍ତି, ଆଜି ତାର ସତ୍ଯାସତ୍ଯ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର । ସେ କହିଛନ୍ତି- ଓଡି଼ଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ବିଜେପି ଶାସିତ ରାଜ୍ଯ ମଧ୍ଯପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା, ବିହାରରେ ୯ ଟଙ୍କା ୯୭ ପଇସା ଓ ଉତ୍ତର ପ୍ରଦେଶରେ ଏହା ୯ ଟଙ୍କାରୁ ଅଧିକ ।
ବିଜୁଳି ବିଲ୍ ଛାଡ଼ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀ ଛାନିଆ ହୋଇ ଅପପ୍ରଚାର କରୁଛନ୍ତି । ବିଜେପିର ନେତା ଜାଣିବା କଥା, ବିଜେପି ଶାସିତ ରାଜ୍ଯରେ କେତେ ଅଛି ବିଜୁଳି ଦର । ସଂତୃପ୍ତ ମିଶ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେପଟିଭ୍ ପାୱାର ପ୍ରଡ୍ୟୁସର ସରକାରଙ୍କ ଠାରୁ କୋଇଲା ନେଇ ଶକ୍ତି ଉତ୍ପାଦନ କରନ୍ତି । ତାକୁ ଗ୍ରୀଡ୍ କୁ ବିକନ୍ତି । ନ ହେଲେ ଏନଟିପିସି ପରି ସଂସ୍ଥାକୁ ଦିଅନ୍ତି । ଓଡ଼ିଶା ଶକ୍ତି ଉତ୍ପାଦନ କରେ ନାହିଁ । ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି, ଓଡ଼ିଶା ନୁହେଁ । ଶକ୍ତି ନିୟନ୍ତ୍ରଣ କମିଶନ ଦର ନିର୍ଧାରଣ କରନ୍ତି ।
ଏନଟିପିସି ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ତାମିଲନାଡୁ ପରି ଓଡ଼ିଶାକୁ ବିଜୁଳି ବିକନ୍ତି । ସବୁ ରାଜ୍ୟ ପାଇଁ ଏହା ସମାନ ।ସଂତୃପ୍ତ ମିଶ୍ର ଏହା ବି କହିଛନ୍ତି ଯେ ଏନଟିପିସି ପରି କେନ୍ଦ୍ରୀୟ ସଂସ୍ଥା ଓଡ଼ିଶାରୁ ଲାଭ ନେଉଛନ୍ତି ହେଲେ ଓଡ଼ିଶା ପାଇଁ କିଛି କରୁ ନାହାନ୍ତି । ନିଯୁକ୍ତିରେ ଓଡ଼ିଆଙ୍କୁ ଅଗ୍ରାଧିକାର ଦେଉ ନାହାନ୍ତି ।