ଭଲ ପାଠ ପଢ଼ୁଥିଲା ପୁଅ ସମସ୍ତେ ଭାବିଥିଲେ ପୁଅ ଭଲ ମାର୍କ ରଖିବ । ହେଲେ ରେଜଲ୍ଟ ବାହାରିଲା ପରେ ପୁଅ ଏବେ… ।

ବନ୍ଧୁଗଣ ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ ସହ ଦ୍ୱାଦଶ ପରୀକ୍ଷା ଫଳ । ସବୁଠି ବେଶ ଖୁସିରେ ଆସର I ହେଲେ ଏହାରି ମଧ୍ୟରେ ଯାଜପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି । ଆଜ୍ଞା ହଁ ଆଜି ପ୍ରକାଶ ପାଇଛି ଦଶମ ରେଜଲ୍ଟ I ଏହାରି ମଧ୍ୟରେ କିନ୍ତୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ସାହିରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ I

ଭଲ ପାଠ ପଢ଼ୁଥିଲା ପୁଅ କ୍ଲାସରେ ବି ପ୍ରଥମ ସ୍ଥାନ ଅଧିକାର କରୁଥିଲା, ମନରେ ଆଶାଥିଲା ବାପା ମା’ଙ୍କ ନାଁ ରଖିବ, ଆଉ ଦଶମ ପରୀକ୍ଷାରେ ଟପ୍ପର ମଧ୍ୟ ହେବ । ହେଲେ ତା’ପୂର୍ବରୁ ଘଟିଗଲା ଏମିତି କିଛି ଆଉ ସବୁ ଛାରଖାର୍ ହେଇ ଯାଇଛି I ଭଲ ପାଠ ପଢ଼ୁଥିଲା ପୁଅ ସମସ୍ତେ ଭାବିଥିଲେ ପୁଅ ଭଲ ମାର୍କ ରଖିବ ହେଲେ ଦଶମ ପରୀକ୍ଷା ରେଜଲ୍ଟ ବାହାରିଲା ପରେ ପୁଅ ଏବେ ଆଉ ନାହିଁ । ଆଉ ପୁଅର ଏଭଳି ମୃତ୍ୟୁକୁ ଦେଖି ମାଆ ଏବେ ବାହୁନି ବାହୁନି କାନ୍ଦୁଛି ।

ତେବେ ଖାଲି ମା ନୁହଁନ୍ତି ବାପା ମଧ୍ୟ ପୁଅର ମୃତ୍ୟୁକୁ ସମ୍ଭାଳି ପାରୁ ନାହାଁନ୍ତି ଆଉ ବାରମ୍ବାର ଚାଲି ଯାଉଛି ଚେତା । ପୁଅକୁ ହରାଇ ଆଜି ପୂରା ପରିବାର କାନ୍ଦୁଛି । ଆଜି ପୁଅର ମ୍ୟାଟ୍ରିକ ରେଜଲ୍ଟ ବାହାରି ଥିଲା ଆଉ ୩୦୦ ମାର୍କ ରଖି ଥିବାରୁ ମାର୍କକୁ ଦେଖି ସହି ପାରିଲେନି ପ୍ରଜ୍ଞାନ । ଶେଷରେ ନିଜ ଘରେ ହିଁ ଜୀବନ ହାରିଦେଲେ । ବନ୍ଧୁଗଣ ସୂଚନା ମୁତାବକ ଗାଁର ବ୍ରଜକିଶୋର ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ ପ୍ରଜ୍ଞାନ କୁମାର ପଣ୍ଡା ଆଜି ରେଜଲ୍ଟ ବାହାରିବାର ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ମାଆଙ୍କ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରଜ୍ଞାନ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ରେଜଲ୍ଟ ପ୍ରକାଶ ପାଇବା ପରେ ସି ଗ୍ରେଡ ପାଇ ଚିନ୍ତିତ ଥିଲେ । ସୁକିନ୍ଦା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ରଜ କଳିଙ୍ଗନଗର ଶିଳ୍ପାଂଚଳରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିବା ବେଳେ ମା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି ।

Leave a Reply

Your email address will not be published. Required fields are marked *