ଏମ୍ସରେ ମଉସା ପଡିଛନ୍ତି, କିଣିକି ଖାଇବାକୁ ପଇସା ନାହିଁ । ଏଠି ଡାକିକି ଆଣି ଖାଇବାକୁ ଦେଉଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଇଲେକ୍ସନର ହାୱା ଚାଲିଛି । ନେତା ମାନେ ଲୋକମାନଙ୍କ ପାଖକୁ ଯାଉଛନ୍ତି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ରୋଡ଼ ଶୋ ମଧ୍ୟ କରୁଛନ୍ତି । କିନ୍ତୁ ଅନ୍ୟପଟେ ଏମ୍ସ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଭୋକିଲା ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ବ୍ୟକ୍ତି । ସତରେ ମାନବ ସେବା ହିଁ ମାଧବ ସେବା… ଏହା ପ୍ରକୃତରେ ସତ୍ୟ ଅଟେ । ଆଉ ଏହା ଠାରୁ ଭଳି ଧର୍ମ ଆଉ ନାହିଁ । ନେତା ମାନେ ସମସ୍ତେ ଆପଣଙ୍କ ଦୁଆରକୁ ଯାଉଥିବେ ଆଉ ମାନବ ସେବା କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଉଥିବେ ।

କିନ୍ତୁ ଏସବୁକୁ ଦୂରେଇ ଦେଇ ଆଜି ଏମିତି ଗୋଟେ ଦୃଶ୍ୟ ଦେଖିବାକୁ ପାଇଛୁ ଯେଉଁଠି କି ଗରିବ ଲୋକ ମାନଙ୍କୁ ବିନା କୌଣସି ସ୍ୱାର୍ଥରେ ମାଗଣାରେ ଖାଇବାକୁ ଦେଉଛନ୍ତି । ଏମିତି ନୁହେଁ ଯେ ସେ ଖାଇବାକୁ ଦେଉଛନ୍ତି ଆଉ ତା ପ୍ରତି ବଦଳରେ ତାଙ୍କୁ ଭୋଟ ଦରକାର । ତେବେ ସେ ମହାନ୍ ନିଃସ୍ଵାର୍ଥପର ବ୍ୟକ୍ତି ଜଣକ ହେଉଛନ୍ତି ସୁଶାନ୍ତ କୁମାର ରଥ ।

ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ନିଜର ଏହି କାର୍ଯ୍ୟ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ ସେ ଥରେ ଏମ୍ସ ହସ୍ପିଟାଲ୍ ଆସିଥିଲେ ତାଙ୍କର ଜଣେ ସଂପର୍କୀୟ ପଡ଼ିଥିଲେ ମେଡିକାଲରେ । ସେବେ ସେ ଦେଖିଥିଲେ ଯେ ବହୁତ୍ ଲୋକ ଲାଇନ୍ ଲାଗି ବସିଛନ୍ତି । ରୋଗୀ ତ ଯାହା କଷ୍ଟ ପାଉଛନ୍ତି ତାଙ୍କ ସହ ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ ଗଣ୍ଡେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ମନରେ ସେ ଭାବିଥିଲେ ଯେ ସେମିତି ଲୋକମାନଙ୍କୁ ଯଦି ସେ ଖାଇବାକୁ ଦେଇ ପାରିଲେ ତାହେଲେ କିଛିଟା ଦୁଃଖ ଦୂର କରି ପାରିବେ । ତେବେ ସେ ଏଥିରେ ଏକାକୀ ନୁହନ୍ତି କିଛି ଭାଇମାନେ ମଧ୍ୟ ସାହାର୍ଯ୍ୟ କରିଛନ୍ତି ।

କାରଣ ୩୦୦/୪୦୦ ଲୋକଙ୍କ ପାଇଁ ଖାଇବା କରିବା ଗୋଟେ ହୋଟେଲ ସହ ସମାନ । ମାଗଣା ଦେଉଛୁ କାରଣ ଯଦି ପଇସା ନେଇକି ଖାଇବାକୁ ଦେଲେ ହୋଟେଲ ହେଇଯିବ । କିନ୍ତୁ ଲୋକଙ୍କୁ ସାହାର୍ଯ୍ୟ ଉଦ୍ଦେଶ୍ୟରେ ସେ କରୁଛନ୍ତି ଏବଂ ଲୋକମାନେ ନିଜ ଦୁଃଖ ବାଣ୍ଟୁଛନ୍ତି ସେଥିରେ ତାଙ୍କୁ ଖୁସି ମିଳୁଛି । ତେବେ ଏଇଟା ନିଃସ୍ଵାର୍ଥପର ସେବା ନୁହେଁ ସ୍ଵାର୍ଥପର ସେବା କାରଣ ଯେଉଁମାନଙ୍କୁ ଖାଇବାକୁ ଦେଉଛନ୍ତି ସେମାନେ ଭାଇ ଭଉଣୀ ପରି ତାହେଲେ ଏଠି ସ୍ୱାର୍ଥ କେମିତି ରହିଲାନି ବୋଲି କହିଥିଲେ ସୁଶାନ୍ତ କୁମାର ରଥ ।

Leave a Reply

Your email address will not be published. Required fields are marked *