ବିଜେପି ନା ବିଜେଡି ଓଡ଼ିଶାରେ କିଏ ଗଢ଼ିବ ସରକାର ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ରବି ଦାସ ।

ବନ୍ଧୁଗଣ ଏହାରି ମଧ୍ୟରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦୁଇଟି ପର୍ଯ୍ୟାୟରେ ୬୩ଟି ବିଧାନସଭା ଆସନରେ ନୂଆ ନେତା ବାଛିଛନ୍ତି ଭୋଟର । କିନ୍ତୁ ଜନତା କାହାକୁ ସେମାନଙ୍କ ନେତା ବାଛିଛନ୍ତି, ତାହା କାହାକୁ ଜଣାନାହିଁ । ଇଭିଏମରେ ନେତାଙ୍କ ଭାଗ୍ୟ ସିଲ୍ ହୋଇ ରହିଛି । ହେଲେ, ଏହାରି ଭିତରେ କିଏ ସରକାର ଗଢ଼ିବ? କାହାକୁ କେତେ ଆସନ ମିଳିବ? ସେ ନେଇ ଦାବି କରିବାରେ ଲାଗିଛନ୍ତି ପ୍ରମୁଖ ରାଜନୈତିକ ଦଳର ନେତା । ତେବେ ଅଧାରୁ ଅଧିକ ଆସନରେ ଭୋଟ ହୋଇନଥିବା ବେଳେ, ରାଜନୈତିକ ଦଳଙ୍କ ଏହି ଦାବିକୁ ନେଇ ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।

ନିଜ ସପକ୍ଷରେ ଜନମତ ସୃଷ୍ଟି ଲାଗି ରାଜନୈତିକ ଦଳମାନଙ୍କର ଏହା ଏକ ସ୍ୱତନ୍ତ୍ର ରଣନୀତି ବୋଲି କହିଛନ୍ତି । ତେବେ ରାଜନୈତିକ ଦଳର ଏହି ଷ୍ଟ୍ରାଟେଜୀ କେତେ କାମ କରୁଛି, ତାହା ଜୁନ ୪ ପରେ ସ୍ପଷ୍ଟ ହେବ । ଇତି ମଧ୍ୟରେ ଗଣମାଧ୍ୟମ ସହିତ ଏକ ସାକ୍ଷାତକାର ସମୟରେ ଓଡ଼ିଶାରେ କିଏ ଗଢ଼ିବ ସରକାର ବିଜେପି ନା ବିଜେଡି? କାହା ଗ୍ୟାରେଣ୍ଟି କାମ ଦେବ ଏଥର ତାକୁ ନେଇ ଖୋଲାଖୋଲି କଥା ହେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ରବି ଦାସ ।

ସେ କହିଛନ୍ତି ଯେ ଯଦି ଆପଣ ଦେଖିବେ ଓଡ଼ିଶାରେ ବୀର ଇଣ୍ଡିଆନ୍ ଲଢ଼େଇ ହେଉଛି ପାଣ୍ଡିୟାନଙ୍କ ବିରୁଦ୍ଧରେ । ବିଜେପି ଭର୍ସେସ୍ ପାଣ୍ଡିୟାନ ଏଇଟା ଲଢ଼େଇ । ଯଦି ଆୟୁଷ୍ମାନ କଥା କୁହାଯାଉଛି ତେବେ ଯଦି ଆୟୁଷ୍ମାନ ହେବ ତାହେଲେ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ ହେବ । ବିଜୁ ସ୍ବାସ୍ଥ୍ୟ କାର୍ଡରେ ୯୦ ଭାଗ ଲୋକ ଉପକାର ପାଉଛନ୍ତି । ଆୟୁଷ୍ମାନ ଭାରତରେ କଣ ୯୦ ଭାଗ ଲୋକେ ଉପକୃତ ହେବେ କି? ହାଇକୋର୍ଟରେ ସେଥିପାଇଁ ଶପଥ ପାଠ ଭି କରାଯାଇଛି ଆଉ ସେଇ ଅନୁସାରେ କାର୍ଯ୍ୟ ମଧ୍ୟ ହେଉଛି ।

ପାଣ୍ଡିୟାନ ଭି ମଧ୍ୟ ଯେଉଁ ପ୍ରଚାର କାର୍ଯ୍ୟ କରୁଛନ୍ତି ଯଦି ତାଙ୍କ ସହିତ ସେ ବିଜୁ ଜନତା ଦଳର ଅନ୍ୟ ନେତା ମାନଙ୍କୁ ନେଇ ରାଜନୈତିକ ପ୍ରଚାର କାର୍ଯ୍ୟ କରିଥାନ୍ତେ ତେବେ ଭଲ ହୋଇଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ସ୍ତରରେ ଯେତେ ଭି କ୍ୟାମ୍ପନିଂ ହେଉଛି ନରେନ୍ଦ୍ର ମୋଦୀ କେଉଁଥିରେ ତାଙ୍କର ଏହି ୧୦ ବର୍ଷର କାର୍ଯ୍ୟ କଳାପର ସଫଳତା କଥା କହୁ ନାହାଁନ୍ତି । ୨୦୧୪ ରେ ସେ ଯାହା କହିଥିଲେ ୨୦୧୯ ରେ ଆମେ ସେସବୁ କରିଛୁ ବୋଲି କହିନାହାଁନ୍ତି । କଳା ଟଙ୍କା ଠାରୁ ଆରମ୍ଭ କରି ଚାକିରି । ଏବର୍ଷ ଭାବିଥିଲେ ରାମ ମନ୍ଦିର ପ୍ରସଙ୍ଗ ତାଙ୍କ ପାଇଁ ଯଥେଷ୍ଟ ହେଇଯିବ କିନ୍ତୁ ହଠାତ୍ ସେ ଦେଖିଲେ ତାଙ୍କ ପାଇଁ ଯଥେଷ୍ଟ ହେଉନାହିଁ

Leave a Reply

Your email address will not be published. Required fields are marked *