ଗୋଟିଏ ପରିବାରରେ ଜଳିଲେ ୬ ଜଣ…ଜଳୁଛି ଜୁଇ, ସେପଟେ ଦୁଃଖକୁ ସହି ନପାରି କାନ୍ଦୁଛି ବାପା।

ଗୋଟିଏ ଜୁଇରେ ଜଳୁଛି ପରିବାରର ୬ ଜଣକ ମୃତ ଦେହ। ଆଉ ସେ ଜୁଇକୁ ଦେଖି କାନ୍ଦୁଛନ୍ତି ହୀରାଲାଲ। କେମିତି ବା ସମ୍ଭାଳି ପାରିବେ ନିଜକୁ। ଏ ଦୁଃଖଦ ଘଟଣା ଜାଣି ଆପଣଙ୍କ ଆଖିରେ ବି ଲୁହ ଆସି ଯାଉଥିବ। ବାପାଙ୍କୁ କହିଥିଲେ ଖାଇବା କରି ରଖିଥାଅ ଆମେ ଘରେ ପହଂଚିବୁ କିନ୍ତୁ କ୍ଷଣିକ ସମୟରେ ସବୁକିଛି ଓଲଟପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପୁରା ଵଂଶ ନିପାତ ହୋଇଗଲା।

ଆଜ୍ଞା ହଁ ବନ୍ଧୁଗଣ ପରିବାରର କେହି ହେଲେ ଜଣେ ବି ବଞ୍ଚିଲେ ନାହିଁ। ଏକା ସାଙ୍ଗରେ ୬ ଜଣଙ୍କର ଜୀବନ ଚାଲିଗଲା। ଆଉ ଏବେ ଗାଁ ସ୍ମଶାନରେ ଗୋଟିଏ ଜୁଇରେ ଜଳୁଛି ୬ ଜଣକ ମୃତ ଦେହ। ଏ ଦୃଶ୍ୟକୁ ଦେଖି ଧର୍ଯ୍ୟହରା ହୋଇ ପଡୁଛନ୍ତି ହୀରାଲାଲ। ଜୁଇକୁ ଦେଖି କୋହକୁ ସମ୍ଭାଳି ପାରୁନାହାନ୍ତି। ଯେଉଁ ବୟସରେ ପୁଅ ବାପାଙ୍କ ମୁହଁରେ ମୁଖା ଦେଇଥାନ୍ତା ଆଜି ସେହି ବୟସରେ ବାପା ପୁରା ପରିବାରର ୬ ଜଣଙ୍କର ମୁଖା ଦେଉଛନ୍ତି।

ହଁ ଆଜ୍ଞା ସ୍ତ୍ରୀ ପୁଅ ଦୁଇଟି ଝିଅ ନାତି ଜୁଆଁଇ ସମସ୍ତେ ଏକା ସାଙ୍ଗରେ ଜଳିଗଲେ। ଆଉ ଏପଟେ ହୀରାଲାଲ ଭାଗ୍ୟକୁ ନିନ୍ଦି କହୁଛନ୍ତି ହେ ଭଗବାନ ମୋତେ କାହିଁକି ବଞ୍ଚାଇ ରଖିଲା ମୋତେ ବି ମାରି ଦେଇଥାନ୍ତ। ଏମିତି କେତେ କ’ଣ କହି କାନ୍ଦି କାନ୍ଦି ତଳେ ଗଡି ଯାଉଛନ୍ତି।।ଜୁଇକୁ ଦେଖି ଚେତାଶୂନ୍ୟ ମଧ୍ୟ ହୋଇ ପଡୁଛନ୍ତି। ଗାଁ ଲୋକଙ୍କର ବି ମଧ୍ୟ ଏହି ଦୃଶ୍ୟକୁ ଦେଖି ଆଖିରେ ଲୁହ ଭରି ଯାଉଛି। କେହି କୋହକୁ ସମ୍ଭାଳି ପାରୁ ନାହାଁନ୍ତି।

ଆଜ୍ଞା ହଁ ବନ୍ଧୁଗଣ ଗତ ୧୬ ତାରିଖ ଘରୁ ବେସ ହସ ଖୁସିରେ ବିବାହ ଭୋଜିରେ ଯୋଗ ଦେବାକୁ ମାଂସପାଳକୁ ଯାଉଥିଲେ ପୁରା ପରିବାର। ଆଉ ଗାଡ଼ିରେ ଝିଅ ବାପାଙ୍କୁ ଫୋନ କରି କହିଥିଲା ବାପା ମୋ ପସନ୍ଦର ଖାଇବା କରିଥାଅ। ଆମେ ଘରେ ପହଁଚିଲେ ମିଶି ଖାଇବା। କିନ୍ତୁ ସେଇ ଟିକିଏ କଥା ବାପା ଝିଅଙ୍କର ଶେଷ କଥା ହୋଇଗଲା।

କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥରେ ରିମୂଳି ବାୟୁପାସରେ ଆସୁଥିବା ବେଳେ ବୁଧବାର ଦିନ ଘଟିଗଲା ଛାତି ଥରାଇ ଦେବା ଭଳି ଘଟଣା। କାର ଚଲାଉଥିଲେ ପ୍ରମଦ। ହଠାତ ରିମୂଳି ବାୟୁପାସରେ ଦୁଇଟି ଟ୍ରକ ମଝିରେ ଚାପି ହୋଇଗଲା କାର। ଆଉ ଟିକେ ଦେଖନ୍ତୁ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଞ୍ଜି ଚୁନା ହୋଇଯାଇଛି। ଆଉ ଗାଡିର ଚିହ୍ନ ବର୍ଣ୍ଣ କିଛି ନାହିଁ। କାର ଭିତରେ ହିଁ ଗୋଟିଏ ପରିବାରର ୬ ଜଣ ଚାପି ହୋଇଯାଇଥିଲେ। ଆଉ ଅକାଳରେ ଚାଲିଗଲା ୬ ଜଣଙ୍କର ଜୀବନ। ଏହି ଦୁର୍ଘଟଣା ପୁରା ରାଜ୍ୟରେ ଆଲୋଡନ ସୃଷ୍ଟି କରି ଦେଇଛି।

ମୃତକ ମାନେ ହେଲେ ବାଲୁଗଡା ଅଞ୍ଚଳର ସଞ୍ଜୟ ମହାକୁଡ଼ ସ୍ତ୍ରୀ ସନ୍ଧ୍ୟା ମହାକୁଡ଼ ଏବଂ ତାଙ୍କର ୮ ବର୍ଷର ଝିଅ ସୃଷ୍ଟି ମହାକୁଡ଼(ପିହୁ)।ଏହା ସହିତ ଅନ୍ୟ ତିନି ଜଣ ହେଲେ ସଞ୍ଜୟଙ୍କ ଶାଶୂ ବଡ଼ବିଲ ଥାନା ଉଦୁଳା ସାହି ଅଞ୍ଚଳରେ ରହୁଥିବା ମାଂସପାଳ ବ୍ଲକ ତରମାକାନ୍ତ ଅଞ୍ଚଳର କୂଳନ୍ତି ପଳେଇ ଶାଳୀ ଲୁସି ପଳେଇ ଓ ଶଳା ପ୍ରମଦ। ଆଉ ଏକା ସାଙ୍ଗରେ ହିଁ ୬ ଜଣଙ୍କର ଜୀବନ ଚାଲିଗଲା।

ଏହି ଘଟଣା ହୀରାଲାଲ ପଳେଇଙ୍କୁ ପୁରା ଭାଙ୍ଗି ଦେଇଛି। ତରମାକାନ୍ତ ଗାଁର କାରୁ ନଦୀ କୂଳରେ ଏକା ସାଙ୍ଗରେ ଗୋଟିଏ ଜୁଇରେ ସଞ୍ଜୟ ତାଙ୍କର ସ୍ତ୍ରୀ ଓ କୁନି ଝିଅର ମୃତ ଦେହକୁ ଅନ୍ତିମ ସଂସ୍କାର କରାଇଛି। ଆଉ ଅନ୍ୟ ପଟେ ରାଣୀ ମା ନଦୀ କୂଳରେ ସଞ୍ଜୟଙ୍କ ଶାଶୂ ଶଳା ଶାଳୀଙ୍କର ଶବ ଦାହ କରାଯାଇଛି।ଏବେ କହିବାକୁ ଗଲେ ଘରେ ଏକମାତ୍ର ବୁଢା ବାପା ନାଁ ଆଗକୁ ନାଁ ପଛକୁ। କେହି ନାହାନ୍ତି ସାହା ଭରସା। ଏନେଇ ଗାଁ ଲୋକେ ବୁଢା ବାପାକୁ ସାହାର୍ଯ୍ୟ ଟିକେ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top